ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍ ପକାଇ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି ।
ଦୋଷୀ ନୀଳଗିରି ଥାନା ନୟାପାଟଣା ଗ୍ରାମର ଚନ୍ଦନ ରଣାକୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର ଜଜ୍। ଏସ୍ସି ଏସ୍ଟି କୋର୍ଟ ଜଜ ଅବଦୁଲ ସମିମ ଅକତର ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏସିଡ ମାଡ଼ର ୬ ଦିନ ପରେ ଉକ୍ତ ମହିଳା ତଥା ଦୋଷୀଙ୍କ ଦ୍ୱିତୀୟ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ଏହି ମାମଲାର ୩୪ ସାକ୍ଷୀ, ୧୧୦ ଦସ୍ତାବିଜ, ୩୩ ମେଟେରିଆଲ ଅବଜେକ୍ଟକୁ ଭିତ୍ତି କରି ଜଜ ଏହି ରାୟ ଶୁଣାଇଛନ୍ତି । ଅଭିଯୋଗକାରିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଲଳିତ କର ମାମଲା ପରିଚାଳନା କରୁଥିଲେ।
Dharitri – Odisha’s No.1 Odia Daily