Categories: ଅପରାଧ

ପ୍ରଥମ ସ୍ତ୍ରୀଙ୍କୁ ସାଥୀରେ ରଖିବାକୁ ଚାହିଁବାରୁ ଆତ୍ମହତ୍ୟା କଲେ ୨ୟ ସ୍ତ୍ରୀ

ଇନ୍ଦୋର, ୧୭।୮: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଓ ପିଲାଛୁଆଙ୍କୁ ପାଖରେ ରଖିବାକୁ ଚାହିଁବାରୁ ଏଥିରେ ନାରାଜ ହୋଇ ଦ୍ୱିତୀୟ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଯାଇଛି। ଏଠାରେ ପୂଜା ନାମରେ ଜଣେ ୨୪ ବର୍ଷୀୟା ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ପୂଜାଙ୍କ ସ୍ବାମୀ ସଞ୍ଜୟ ପରମାର ତାଙ୍କ ପ୍ରଥମ ସ୍ତ୍ରୀ ଓ ତାଙ୍କର ଦୁଇ ପିଲାଙ୍କୁ ଇନ୍ଦୋରରେ ପାଖରେ ରଖିବାକୁ ଚାହୁଁଥିଲେ। ଏଥିରେ ପୂଜା ନାରାଜ ଥିଲେ। ଏହି କାରଣରୁ ପୂଜା ଓ ସଞ୍ଜୟଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ଲାଗି ରହୁଥିଲା। ଗତ ରାତିରେ ସଞ୍ଜୟ ଏନେଇ ପୂଜାଙ୍କୁ ମାଡ଼ ମାରିଥିଲେ। ଏହାପରେ ପୂଜା ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ପୋଲିସ ସଞ୍ଜୟଙ୍କୁ ଗିରଫ କରିଛି।