ଦ୍ୱିତୀୟ ଲହର ଡାକିଆଣିଛି ଦାରିଦ୍ର୍ୟ

ନୂଆଦିଲ୍ଲୀ, ୧୧।୫: ଦେଶରେ ଦିନକୁ ପାଖାପାଖି ୪ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇ କଲବଲ ହେଉଥିବାବେଳେ ପ୍ରାୟ ୪ ହଜାରଙ୍କ ଦୈନିକ ମୃତ୍ୟୁ ଘଟୁଛି। ଏଭଳି ସମୟରେ ବିନା କରୋନାରେ ବି ବଞ୍ଚିବାକୁ ସଂଘର୍ଷରତ ଲକ୍ଷ ଲକ୍ଷ ଲୋକ। ବେଶି ପ୍ରଭାବିତ ରୋଜଗାର ପାଇଁ ବାହାରକୁ ଆସିଥିବା ପ୍ରବାସୀ ଶ୍ରମିକ ଓ ଦିନ ମଜୁରିଆ। ଗତ ବର୍ଷର ଯନ୍ତ୍ରଣାର ଚିହ୍ନ ଲିଭି ନ ଥିବାବେଳେ ଏବେ କରୋନାର ଦ୍ୱିତୀୟ ଲହର ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ରୋଜଗାର ହ୍ରାସ ସାଙ୍ଗକୁ ସଞ୍ଚୟ ଟଙ୍କା ଶେଷ ଯୋଗୁ ଦରିଦ୍ରତାର ଜାଲରେ ବହୁ କୋଟି ଲୋକଙ୍କ ଜୀବନ ଛନ୍ଦି ହୋଇଯାଇଛି।

ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତିର ଦେଶ ଭାରତ ପୂର୍ବବର୍ଷର କୋଭିଡ୍‌ ମହାମାରୀଜନିତ କ୍ଷତି ଭରି ପାରି ନ ଥିବାବେଳେ ଘାତକ ଦ୍ୱିତୀୟ ଲହର ସ୍ଥିତିକୁ ଆହୁରି ଦୋହଲାଇ ଦେଇଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ୮ ପ୍ରତିଶତ ହ୍ରାସ ପାଇଥିବା ସରକାର ଆକଳନ କରିଛନ୍ତି। ୧୯୫୨ ପରଠାରୁ ଜିଡିପିରେ ଏତେ ବଡ଼ ଧରଣର ହ୍ରାସରେ ଏହା ପ୍ରଥମ। ବେକାରି ବୃଦ୍ଧି, ସଞ୍ଚୟ ହ୍ରାସ ଯୋଗୁ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସମ୍ଭାବନା କମ୍‌ ରହିଥିବାରୁ ଅନେକ ଅର୍ଥନୀତିଜ୍ଞ ସେମାନଙ୍କ ଆକଳନରେ ମଧ୍ୟ ରୋକ ଲଗାଇଛନ୍ତି। ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂରେ ଏସିଆ ପାସିଫିକ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଶନ୍‌ ରୋଚେ ପୂର୍ବରୁ ୧୧ ପ୍ରତିଶତ ଜିଡିପି ବୃଦ୍ଧିକୁ ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ତାହାକୁ ୯.୮ ପ୍ରତିଶତକୁ ହ୍ରାସ କରିଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ଭାରତର ଅର୍ଥନୀତିରେ ବଡ଼ ବାଧକ ହେବ ବୋଲି ରୋଚେ କହିଛନ୍ତି। କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଯୋଗୁ ଦେଶରେ ସଂକ୍ରମଣ ୨ କୋଟି ୨୬ ଲକ୍ଷ ଟପିଛି। ଆଗାମୀ ସପ୍ତାହରେ ସ୍ଥିତି ଆହୁରି ଖରାପ ହେବ ବୋଲି ବିଶେଷଜ୍ଞ ଚେତାଇଛନ୍ତି, ଯାହା ଭାରତର ଅର୍ଥନୀତି ପାଇଁ ବେଶ୍‌ କ୍ଷତିକାରକ। ସେହିପରି ପର୍ଯ୍ୟଟନ ଉପରେ କଟକଣା ଯୋଗୁ ମଧ୍ୟ ଦେଶର ଆୟ ଘୋର ପ୍ରଭାବିତ ହୋଇଛି।
ହ୍ରାସର ପ୍ରଭାବ ସିଧାସଳଖ ଭାବେ ଖଟିଖିଆ, ଦିନ ମଜୁରିଆ, ପ୍ରବାସୀ ଶ୍ରମିକଙ୍କ ଉପରେ ପଡ଼ିଛି। ଅହମଦାବାଦ ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ଜିମୋଲ ଉନାନୀଙ୍କ କହିବା ଅନୁଯାୟୀ, ଭାରତରେ ପ୍ରାୟ ୪୧ କୋଟି ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଅନୌପଚାରିକ ଭାବେ ପ୍ରବାସୀ ଶ୍ରମିକ ବା ମଜୁରିଆ ରୂପେ କାର୍ଯ୍ୟରତ। କୃଷି କ୍ଷେତ୍ରରେ ସ୍ବଳ୍ପ ବେତନରେ ଅଧିକାଂଶ କାମ କରୁଥିବାବେଳେ ନିର୍ମାଣ କାମରେ ୫ କୋଟିରୁ ଊର୍ଦ୍ଧ୍ୱ ନିୟୋଜିତ। ସବୁଠୁ ଅସୁରକ୍ଷିତ ଥିବା ଏହି ଗୋଷ୍ଠୀ ଦୈନିକ ରୋଜଗାରରୁ ଖୁବ୍‌ କମ୍‌ ଅଂଶ ସଞ୍ଚୟ କରିପାରିଥାନ୍ତି। ମହାମାରୀବେଳେ ଆନୁଷ୍ଠାନିକ କ୍ଷେତ୍ରଗୁଡ଼ିକ ପ୍ରାୟ ସ୍ବାଭାବିକ ରହିଥିବାବେଳେ ଏହି ଅନୌପଚାରିକ ଗୋଷ୍ଠୀ ଅସମାନତାର ଶିକାର ହୋଇ ସବୁଠୁ ଅଧିକ ମାତ୍ରାରେ ବିପଦ ମୁହଁକୁ ଠେଲି ହୋଇଯାଇଛନ୍ତି। ସଂକ୍ରମଣର ଶିକାର ହେଲେ ଅର୍ଥ ଅଭାବରୁ ଚିକିତ୍ସା ପାଇବା କଷ୍ଟକର ହୋଇପଡ଼ୁଥିବାବେଳେ ଏବେ ରୋଜଗାରର ବାଟ ବାହାର କରିବା ସେମାନଙ୍କ ପକ୍ଷେ କାଠିକର ପାଠ ହୋଇଛି। ଧୀରେ ଧୀରେ ସଞ୍ଚୟ ମଧ୍ୟ ହ୍ରାସ ପାଉଥିବାରୁ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟ କଷଣରେ ଶଢୁଛନ୍ତି। ଏହାବାଦ୍‌ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ କଟକଣା ଲାଗୁ ହୋଇଥିବା ଯୋଗୁ ଅନେକ ଦୋକାନୀ, ବ୍ୟବସାୟୀଙ୍କ ରୋଜଗାର ମଧ୍ୟ ମାଡ଼ ହୋଇଛି। ଫଳରେ ଅନେକେ ସେମାନଙ୍କ ସଞ୍ଚୟ ରାଶି ମଧ୍ୟ ଖର୍ଚ୍ଚ କରି ଦୈନିକ ଆବଶ୍ୟକତା ମେଣ୍ଟାଉଛନ୍ତି। ଶୀଘ୍ର କରୋନା ମୁକାବିଲାରେ ବିଜୟ ହାସଲ ନ ହେଲେ ଅଧିକରୁ ଅଧିକ ଲୋକ ଦାରିଦ୍ର୍ୟର ଶିକାର ହେବେ ଏବଂ ମହାମାରୀଠାରୁ ଏହା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri