Posted inଖେଳ

ଦ୍ୱିତୀୟ ଟେଷ୍ଟ: ଆବିଦଙ୍କ ଦ୍ୱିଶତକ, ପାକିସ୍ତାନ ସ୍ଥିତି ଦୃଢ଼

ହରାରେ,୯।୫: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଓପନର ଆବିଦ ଅଲିଙ୍କ ଅପରାଜିତ ୨୧୫ ରନର ଦ୍ୱିଶତକୀୟ ଇନିଂସ ଓ ଆଝାର ଅଲିଙ୍କ ୧୨୬ ରନର ଶତକ ବଳରେ ସ୍ଥିତି ଦୃଢ କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୧୪୭.୧ ଓଭରରେ ୮ ଉଇକେଟ ହରାଇ ୫୧୦ ରନକରି ଇନିଂସ ଘୋଷଣା କରିଥିଲା। ଜବାବରେ ଜିମ୍ବାଓ୍ବେ ପ୍ରଥମ ଇନିଂସ ଆରମ୍ଭ କରି ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୩୦ ଓଭରରେ ୪ ଉଇକେଟ ହରାଇ ୫୨ ରନ ସଂଗ୍ରହ କରିଛି। ଫଳରେ ଜିମ୍ବାଓ୍ବେ ୬ ଉଇକେଟ ହାତରେ ରଖି ୪୫୮ ରନ ପଛରେ ପଡିଛି। ବୃହତ୍‌ ଅଗ୍ରଣୀ ହାସଲ କରିବା ସମ୍ଭାବନା ସୃଷ୍ଟି କରି ପାକିସ୍ତାନ ସ୍ଥିତି ଦୃଢ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଟେଣ୍ଡାଇ ଚିସୋରୋ ୧ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରେଗିସ ଚକଭା ୨୮ ରନକରି ଅପରାଜିତ ରହିଛନ୍ତି। ଚକଭାଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରିନାହାନ୍ତି। ବୋଲିଂରେ ପାକିସ୍ତାନ ତରଫରୁ ଶାହିନ ଶାହା ଆଫ୍ରିଦି, ତାବିସ ଖାଁ, ହାସନ ଅଲି ଓ ସାଜିଦ ଖାଁ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୮/୪ରୁ ପାକିସ୍ତାନ ଶନିବାର ଖେଳ ଆରମ୍ଭ କରିଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଆବିଦ ଅଲି ୧୧୮ରୁ ଖେଳ ଆରମ୍ଭ କରି ଦ୍ୱିଶତକ ହାସଲ କରି ଆଉଟ ହୋଇଥିଲେ। ସେହିପରି ୧ ରନରୁ ଖେଳ ଆରମ୍ଭ କରି ସାଜିଦ ଖାଁ ୨୦ ରନ କରି ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ୨୧ ରନକରି ଆଉଟ ହୋଇଥିବା ବେଳେ ନୌମାନ ଅଲି ୯୭ ରନକରି ଆଉଟ ହେବା ସହ ୩ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ଜିମ୍ବାଓ୍ବେ ତରଫରୁ ବୋଲିଂରେ ବ୍ଲେସିଂ ମୁଜାରବାନୀ ସର୍ବାଧିକ ୩, ଟେଣ୍ଡାଇ ଚିସୋରୋ ୨, ରିଚାର୍ଡ ଏନ୍‌ଗାରାଭା, ଲୁକ୍‌ ଜୋଙ୍ଗ୍‌ଓ୍ବେ ଓ ଡୋନାଲ୍ଡ ତିରିପାନୋ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ପାକିସ୍ତାନ ପ୍ରଥମ ଇନିଂସ: ୧୪୭.୧ ଓଭରରେ ୫୧୦/୮ ଇନିଂସ ଘୋଷଣା
(ଆବିଦ ଅଲି- ୨୧୫*, ଆଝାର ଅଲି- ୧୨୬, ନୌମାନ ଅଲି- ୯୭, ବ୍ଲେସିଂ ମୁଜାରବାନୀ- ୩/୮୨, ଟେଣ୍ଡାଇ ଚିସୋରୋ- ୨/୧୩୧)।
ଜିମ୍ବାଓ୍ବେ ପ୍ରଥମ ଇନିଂସ:
୩୦ ଓଭରରେ ୫୨/୪
(ରେଗିସ ଚକଭା- ୨୮*, ହାସନ ଅଲି- ୧/୭, ସାଜିଦ ଖାଁ- ୧/୦, ଶାହିନ ଶାହା ଆଫ୍ରିଦି- ୧/୧୬, ତାବିସ ଖାଁ- ୧/୨୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri