Posted inଖେଳ

ଦ୍ୱିତୀୟ ଟି୨୦: ଅନ୍ତିମ ବଲରେ ଚୌକା ମାରି ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଲେ ହୋଲ୍ଡର

ଫ୍ଲୋରିଡା,୩ା୮: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୪ ଉଇକେଟ ନେବା ସହ ଅନ୍ତିମ ବଲରେ ଚୌକା ମାରି ଜାସନ ହୋଲ୍ଡର ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଛନ୍ତି। ପାକିସ୍ତାନର ୧୩୪ ରନର ଟାର୍ଗେଟକୁ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ ହରାଇ ଅନ୍ତିମ ବଲରେ ହାସଲ କରି ନେଇଥିଲା। ଟି୨୦ ଫର୍ମାଟରେ ଲଗାତର ୬ ପରାଜୟ ପରେ ଏହା ଓ୍ବେଷ୍ଟଇଣ୍ଡିଜ୍‌ ଲାଗି ପ୍ରଥମ ବିଜୟ। ଏହି ବିଜୟ ଯୋଗୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଏବେ ୧-୧ରେ ବରାବର ରହିଛି। ଅଲରାଉଣ୍ଡ ପ୍ରଦର୍ଶନ ଲାଗି ହୋଲ୍ଡରଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି। ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ସୋମବାର ସମାନ ଭେନ୍ୟୁରେ ଖେଳାଯିବ।

ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୯ ଉଇକେଟରେ ୧୩୩ ରନ କରିଥିଲା। ଦଳ ପାଇଁ ହାସନ ନଓ୍ବାଜ ୪୦ (୧ ଚୌକା ଓ ୪ ଛକା), ଅଧିନାୟକ ସଲମାନ ଆଘା ୩୮ (୩ ଚୌକା ଓ ୧ ଛକା) ଓ ଫଖର ଜାମନ ୨୦ (୨ ଚୌକା) ରନ୍‌ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ହୋଲ୍ଡର ୪ ଓ ଗୁଦାକେଶ ମୋତି ୨ ଉଇକେଟ ନେଇଥିଲେ।

ଜବାବରେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯ ଓଭର ଶେଷ ସୁଦ୍ଧା ୭ ଉଇକେଟ ହରାଇ ୧୨୬ ରନ୍‌ କରିଥିଲା। ଅନ୍ତିମ ଓଭର ପାକିସ୍ତାନ ପାଇଁ ବୋଲିଂ କରିଥିବା ସାହିନ ଶାହା ଆଫ୍ରିଦୀ ପ୍ରଥମ ୫ ବଲରେ ରୋମାରିଓ ଶେଫର୍ଡଙ୍କ ଉଇକେଟ ନେବା ସହ ୫ ରନ ଦେଇଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ୍‌ ଜିତିବା ପାଇଁ ଅନ୍ତିମ ବଲରେ ୩ ରନ ଦରକାର କରୁଥିବା ବେଳେ ହୋଲ୍ଡର ଫାଇନ ଲେଗ୍‌ ଅଞ୍ଚଳରେ ଚୌକା ମାରିଥିଲେ। ଦଳ ଲାଗି ହୋଲ୍ଡର ୧୦ ବଲରେ ୧୬ (୧ ଚୌକା ଓ ୧ ଛକା) ରନ କରି ଅପରାଜିତ ରହିଥିବା ବେଳେ ମୋତି ୨୮ (୧ ଚୌକା ଓ ୨ ଛକା) ଓ ଅଧିନାୟକ ଶାଇ ହୋପ୍‌ ୨୧ (୨ ଚୌକା) ରନ କରି ଆଉଟ୍‌ ହୋଇଥିଲେ। ପାକିସ୍ତାନ ପାଇଁ ନଓ୍ବାଜ ୩ ଓ ସ୍ୟାମ ଆୟୁବ ୨ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri