Categories: ବାଣିଜ୍ୟ

ସିମ୍ଫୋନି ଲିମିଟେଡ୍‌ର ଦ୍ୱିତୀୟ ତ୍ରୈମାସ ଫଳାଫଳ

ଭୁବନେଶ୍ୱର,୩୧।୧୦ : ପ୍ରମୁଖ ଏୟାରକୁଲର କମ୍ପାନି ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ଦ୍ୱିତୀୟ ତ୍ରୈମାସ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ୨୭୫ କୋଟି ଟଙ୍କାର ମୋଟ ପରିଚାଳନା ରାଜସ୍ବ ହାସଲ କରିଛି। ମୋଟ ମାର୍ଜିନ୍‌ ୧୫.୫ ପ୍ରତିଶତ ରହିଛି। ଘରୋଇ ବଜାରରେ ଏହାର ବିକ୍ରି ୧୯୧ କୋଟି ରହିଛି। ଟିକସ ପରବର୍ତ୍ତୀ ଲାଭ ୧୦ ପ୍ରତିଶତ ବୃଦ୍ଧି ପାଇ ୩୫ କୋଟି ରହିଛି। ସେହିପରି କମତପାନିର ଷ୍ଟାଲାଲୋନ ବ୍ୟବସାୟ ଅନୁସାରେ ପରିଚାଳନା ରାଜସ୍ବ ୧୯୬ କୋଟି ରହିଛି। ମୋଟ୍‌ ମାର୍ଜିନ୍‌ ୪୯.୯ ପ୍ରତିଶତ, ଏବିଟଡା ୨୬.୮ ପ୍ରତିଶତ ଏବଂ ଟିକସ ପରବର୍ତ୍ତୀ ଲାଭ ୧୧ ପ୍ରତିଶତ ବୃଦ୍ଧି ହୋଇ ୫୦ କୋଟି ରହିଛି। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଦ୍ୱିତୀୟ ଅନ୍ତରୀଣ ଲାଭାଂଶ ଭାବେ ଇକ୍ୱିଟି ଶେୟାର ପିଛା ୨ ଟଙ୍କା ହିସାବରେ ୧୩.୭୯ କୋଟି ପ୍ରଦାନ କରାଯାଇଛି। ଏନେଇ କମ୍ପାନିର ନିର୍ଦ୍ଦେଶକ ନୃପେଶ କହିଛନ୍ତି ସ୍ବତନ୍ତ୍ର ଉପତ୍ାଦ ଶୃଙ୍ଖଳା ବିକ୍ରି ଅଭିବୃଦ୍ଧି ଜାରି ରଖିବାରେ ସହାୟକ ହେବ।

Share