ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮:  ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ ନିକଟରେ ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିବା ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା ଉପରେ ପୁଞ୍ଜିବଜାର ନିୟନ୍ତ୍ରକ ସେବି କଟକଣା ଲଗାଇବା ସହ ଅଟକାଇ ଦେଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଆଦାନୀ ଏଣ୍ଟରପ୍ରାଇଜେସ ବିରୋଧରେ ବିଦେଶୀ ପୋର୍ଟଫୋଲିଓ ନିବେଶ(ଏଫ୍‌ପିଆଇ) ସମ୍ପର୍କିତ ଯାଞ୍ଚ ଜାରି ରହିଛି। ଏହାକୁ ନଜରରେ ରଖି ବର୍ତ୍ତମାନର ଆଇପିଓକୁ ଅଟକାଯାଇଥିବା କୁହାଯାଉଛି। ଏହାଦ୍ୱାରା କମ୍ପାନୀ ବଜାରରୁ ୪,୫୦୦ କୋଟି ଟଙ୍କା ଉଠାଇବା ଲାଗି ଯୋଜନା ରଖିଥିଲା।
ପୂର୍ବରୁ ମଧ୍ୟ କିଛି କମ୍ପାନୀର ଆଇପିଓ ଉପରେ ଏଭଳି କଟକଣା ଲଗାଇଥିବା ଜଣାପଡ଼ିଛି। ପ୍ରତିଭୂତି ବଜାର ନିୟମ ମୁତାବକ, କୌଣସି କମ୍ପାନୀ ବିରୋଧରେ ବିଭାଗୀୟ ଯାଞ୍ଚ ଚାଲୁଥିଲେ ୯୦ ଦିନ ଯାଏ ଆଇପିଓକୁ ମଞ୍ଜୁରୀ ଦିଆଯାଇପାରିବ ନାହିଁ। ଏହା ବାଦ୍‌ ଆଇପିଓ ପ୍ରସ୍ତାବକୁ ୪୫ଦିନ ପର୍ଯ୍ୟନ୍ତ ଟଳାଯାଇପାରିବ। ୨୦୨୧ ଜୁନ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣ କରୁଥିବା କମ୍ପାନୀ ‘ଗୋଫାଷ୍ଟ’ର ଆଇପିଓ ଉପରେ ସେବି ପ୍ରତିବନ୍ଧକ ଲଗାଇଥିଲେ। ଏହି କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚାଲୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ବଜାର ନିୟନ୍ତ୍ରକ ଗ୍ରହଣ କରିଥିଲେ।
ଓ୍ବିଲମର ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ସିଙ୍ଗାପୁର ଭିତ୍ତିକ କମ୍ପାନୀ ଓ୍ବିଲମର ଇଣ୍ଟରନ୍ୟାଶନାଲର ଏକ ଯୌଥ ଉଦ୍ୟୋଗ। ଏହା ୧୯୯୯ରେ ସ୍ଥାପନ କରାଯାଇଥିଲା। ଆଦାନୀ ଓ୍ବିଲମରରେ ଆଦାନୀ ଏଣ୍ଟରପ୍ରାଇଜେସର ୫୦% ଅଂଶଧନ ରହିଛି। ଏହା ଖାଇବା ତେଲ ବ୍ୟବସାୟରେ ରହିଛି। ଏହାବାଦ ଉକ୍ତ କମ୍ପାନୀ ବାସମତି ଚାଉଳ, ଅଟା, ମଇଦା, ସୁଜି, ଡାଲି, ବେସନ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛି। ଏହାର ଅଧିକାଂଶ ପ୍ରଡକ୍ଟ ଫର୍ଚୁନ ବ୍ରାଣ୍ଡରେ ଆସୁଛି। ୨୦୨୭ ସୁଦ୍ଧା ଦେଶର ସବୁଠାରୁ ବଡ଼ ଫୁଡ୍‌ କମ୍ପାନୀ ହେବା ଲକ୍ଷ୍ୟ ନେଇ ଏହା କାମ କରୁଛି। ଆଇପିଓ ଦ୍ୱାରା ଏହି ଲକ୍ଷ୍ୟ ହାସଲ ଦିଗରେ କମ୍ପାନୀ ଅଗ୍ରସର ହେବ ବୋଲି କୁହାଯାଉଛି। ଦେଶର ପୁଞ୍ଜିବଜାରରେ ଆଦାନୀର ୫ କମ୍ପାନୀ ସୂଚୀଭୁକ୍ତ ହୋଇଛନ୍ତି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏହି କମ୍ପାନୀଗୁଡିକ ମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ପାଓ୍ବାର, ଆଦାନୀ ଟୋଟାଲ ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜି ସାମିଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri