ଆଦାନୀକୁ ସେବି ଝଟକା

ନୂଆଦିଲ୍ଲୀ,୨୨।୮:  ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପ୍‌କୁ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଝଟକା ଲାଗିଛି। ଏହି ଗ୍ରୁପ୍‌ କମ୍ପାନୀର ଆଦାନୀ ଓ୍ବିଲମର ନାମକ କମ୍ପାନୀ ନିକଟରେ ଇନିସିଆଲ ପବ୍ଲିକ ଅଫରିଂ(ଆଇପିଓ) ଆଣିବା ଲାଗି ପ୍ରସ୍ତାବ ରହିଥିଲା। ମାତ୍ର ଏହା ଉପରେ ପୁଞ୍ଜିବଜାର ନିୟନ୍ତ୍ରକ ସେବି କଟକଣା ଲଗାଇବା ସହ ଅଟକାଇ ଦେଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଆଦାନୀ ଏଣ୍ଟରପ୍ରାଇଜେସ ବିରୋଧରେ ବିଦେଶୀ ପୋର୍ଟଫୋଲିଓ ନିବେଶ(ଏଫ୍‌ପିଆଇ) ସମ୍ପର୍କିତ ଯାଞ୍ଚ ଜାରି ରହିଛି। ଏହାକୁ ନଜରରେ ରଖି ବର୍ତ୍ତମାନର ଆଇପିଓକୁ ଅଟକାଯାଇଥିବା କୁହାଯାଉଛି। ଏହାଦ୍ୱାରା କମ୍ପାନୀ ବଜାରରୁ ୪,୫୦୦ କୋଟି ଟଙ୍କା ଉଠାଇବା ଲାଗି ଯୋଜନା ରଖିଥିଲା।
ପୂର୍ବରୁ ମଧ୍ୟ କିଛି କମ୍ପାନୀର ଆଇପିଓ ଉପରେ ଏଭଳି କଟକଣା ଲଗାଇଥିବା ଜଣାପଡ଼ିଛି। ପ୍ରତିଭୂତି ବଜାର ନିୟମ ମୁତାବକ, କୌଣସି କମ୍ପାନୀ ବିରୋଧରେ ବିଭାଗୀୟ ଯାଞ୍ଚ ଚାଲୁଥିଲେ ୯୦ ଦିନ ଯାଏ ଆଇପିଓକୁ ମଞ୍ଜୁରୀ ଦିଆଯାଇପାରିବ ନାହିଁ। ଏହା ବାଦ୍‌ ଆଇପିଓ ପ୍ରସ୍ତାବକୁ ୪୫ଦିନ ପର୍ଯ୍ୟନ୍ତ ଟଳାଯାଇପାରିବ। ୨୦୨୧ ଜୁନ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଣ କରୁଥିବା କମ୍ପାନୀ ‘ଗୋଫାଷ୍ଟ’ର ଆଇପିଓ ଉପରେ ସେବି ପ୍ରତିବନ୍ଧକ ଲଗାଇଥିଲେ। ଏହି କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚାଲୁଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ବଜାର ନିୟନ୍ତ୍ରକ ଗ୍ରହଣ କରିଥିଲେ।
ଓ୍ବିଲମର ଆଦାନୀ ଏଣ୍ଟରପ୍ରାଇଜେସ ଏବଂ ସିଙ୍ଗାପୁର ଭିତ୍ତିକ କମ୍ପାନୀ ଓ୍ବିଲମର ଇଣ୍ଟରନ୍ୟାଶନାଲର ଏକ ଯୌଥ ଉଦ୍ୟୋଗ। ଏହା ୧୯୯୯ରେ ସ୍ଥାପନ କରାଯାଇଥିଲା। ଆଦାନୀ ଓ୍ବିଲମରରେ ଆଦାନୀ ଏଣ୍ଟରପ୍ରାଇଜେସର ୫୦% ଅଂଶଧନ ରହିଛି। ଏହା ଖାଇବା ତେଲ ବ୍ୟବସାୟରେ ରହିଛି। ଏହାବାଦ ଉକ୍ତ କମ୍ପାନୀ ବାସମତି ଚାଉଳ, ଅଟା, ମଇଦା, ସୁଜି, ଡାଲି, ବେସନ ଭଳି ସାମଗ୍ରୀ ପ୍ରସ୍ତୁତ କରୁଛି। ଏହାର ଅଧିକାଂଶ ପ୍ରଡକ୍ଟ ଫର୍ଚୁନ ବ୍ରାଣ୍ଡରେ ଆସୁଛି। ୨୦୨୭ ସୁଦ୍ଧା ଦେଶର ସବୁଠାରୁ ବଡ଼ ଫୁଡ୍‌ କମ୍ପାନୀ ହେବା ଲକ୍ଷ୍ୟ ନେଇ ଏହା କାମ କରୁଛି। ଆଇପିଓ ଦ୍ୱାରା ଏହି ଲକ୍ଷ୍ୟ ହାସଲ ଦିଗରେ କମ୍ପାନୀ ଅଗ୍ରସର ହେବ ବୋଲି କୁହାଯାଉଛି। ଦେଶର ପୁଞ୍ଜିବଜାରରେ ଆଦାନୀର ୫ କମ୍ପାନୀ ସୂଚୀଭୁକ୍ତ ହୋଇଛନ୍ତି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏହି କମ୍ପାନୀଗୁଡିକ ମଧ୍ୟରେ ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ପାଓ୍ବାର, ଆଦାନୀ ଟୋଟାଲ ଏବଂ ଆଦାନୀ ଗ୍ରୀନ୍‌ ଏନର୍ଜି ସାମିଲ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ପୂର୍ବାନୁମାନ କମାଇପାରେ ଆଇଏମ୍‌ଏଫ୍‌

ମୁମ୍ବାଇ,୧୮|୧୨- ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତର ବିକାଶ ପୂର୍ବାନୁମାନକୁ କମାଇପାରେ। ଭାରତ ଜନ୍ମିତ ଆଇଏମ୍‌ଏଫ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ମଙ୍ଗଳବାର ଏ ନେଇ...

ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ

ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର...

୮ କମ୍ପାନୀ, ୩ ବ୍ୟାଙ୍କର ରେଟିଂ ଖସାଇଲା ମୁଡିସ୍‌

ନୂଆଦିଲ୍ଲୀ,୩।୬: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ୮ କମ୍ପାନୀ, ୩ ବ୍ୟାଙ୍କ ଏବଂ ୭ ଭିତ୍ତିଭୂମି କମ୍ପାନୀର ରେଟିଂକୁ ଖସାଇ ଦେଇଛି। ସେହିଭଳି ୭ ଅଣ...

ପ୍ରଭାବିତ ହୋଇପାରେ ଇରାନ ରପ୍ତାନି

ନୂଆଦିଲ୍ଲୀ,୬-୧: ଆମେରିକା-ଇରାନ ମଧ୍ୟରେ ଏବେ ଯୁଦ୍ଧ ଆଶଙ୍କା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିଲେ ପାରସ୍ୟ ଗଲ୍ଫ ଦେଶଗୁଡିକୁ ଭାରତର ରପ୍ତାନି ପ୍ରଭାବିତ...

୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍‌ ଗ୍ରୁପ୍‌ ଇନ୍‌ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ...

ଲ୍ୟାଣ୍ଡଲାଇନରୁ କଲ୍‌ ତରିକା ବଦଳିବ

ନୂଆଦିଲ୍ଲୀ: ଜାନୁୟାରୀ ପହିଲାରୁ ଲ୍ୟାଣ୍ଡଲାଇନରୁ କଲ୍‌ର ତରିକା ବଦଳିବ। ସାରା ଦେଶରେ ଲୋକଙ୍କୁ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବାକୁ ହେଲେ ନମ୍ବର ପୂର୍ବରୁ ଶୂନ ଲଗାଇବାକୁ...

ସ୍ମାର୍ଟ ପାର୍କିଂ ସଲ୍ୟୁଶନର ଶୁଭାରମ୍ଭ

ଭୁବନେଶ୍ୱର,୧୨।୭: ଭାରତର ଅଗ୍ରଣୀ ଫାସ୍‌ଟାଗ୍‌ ପ୍ରଦାନକାରୀ ସଂସ୍ଥା ଏୟାରଟେଲ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଏବଂ ପାର୍କ+ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

ସଂକ୍ରମଣରେ ବଢ଼ିଛି ଡିଜିଟାଲ କାରବାର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱ ଏପରିକି ଭାରତରେ ମଧ୍ୟ ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହୋଇଛି। ମନରେ ସଂକ୍ରମଣର ଭୟ ରହିଥିବାରୁ ଲୋକମାନେ ଘରୁ କମ୍‌...

Advertisement
Archives

Model This Week