କିଶୋର ବିୟାନୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ, ୪ା୨:  ଆମେରିକାର ପ୍ରମୁଖ କମ୍ପାନୀ ଆମାଜନ ସହ ବିବାଦରେ ଫସିଥିବା ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ନିର୍ବାହୀ କିଶୋର ବିୟାନୀଙ୍କୁ ବଡ଼ ଝଟକା ଲାଗିଛି। ଦେଶର ଶେୟାର ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) କିଶୋର ବିୟାନୀ ଏବଂ ତାଙ୍କ ଭାଇ ଅନୀଲଙ୍କୁ ସିକ୍ୟୁରିଟି ବଜାରରେ ଭାଗନେବାରୁ ବ୍ୟାନ୍‌ ଲଗାଇଛନ୍ତି। ଫ୍ୟୁଚର ଗ୍ରୁପ୍‌ର ରିଟେଲ କମ୍ପାନୀ ଫ୍ୟୁଚର ରିଟେଲ ଶେୟାରରେ ଇନ୍‌ସାଡର ଟ୍ରେଡିଂର ଯାଞ୍ଚ ପରେ ସେବି ଏଭଳି ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି। ମାର୍ଚ୍ଚ ଏବଂ ଏପ୍ରିଲ ୨୦୧୭ରେ କମ୍ପାନୀ ଏଭଳି ବେଆଇନ କାର୍ଯ୍ୟକଳାପରେ ସାମିଲ ରହିଥିବା ଅଭିଯୋଗ ଆସିଥିଲା। ଏହି ଆଧାରରେ ସେବି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ନିର୍ଦ୍ଦେଶ ମୁତାବକ, ବିୟାନୀ ଆଗାମୀ ୨ ବର୍ଷ ଯାଏ ଫ୍ୟୁଚର ରିଟେଲର ସିକ୍ୟୁରିଟିକୁ କ୍ରୟ ବିକ୍ରୟ କିମ୍ବା ଡିଲ୍‌ କରିପାରିବେ ନାହିଁ। ସେବି ଏହାର ଯାଞ୍ଚରେ ପାଇଛି ଯେ, ବିୟାନୀ ଫ୍ୟୁଚର କର୍ପୋରେଟ ସିକ୍ୟୁରିଟିଜ ପ୍ରାଇଭେଟ ଲିମିଟେଡ୍‌ ନାମରେ ଏକ ଟ୍ରେଡିଂ ଆକାଉଣ୍ଟ ଖୋଲିଥିଲେ। ଫ୍ୟୁଚର ରିଟେଲ କମ୍ପାନୀର ଡିମର୍ଜର ନିଷ୍ପତ୍ତି ସାର୍ବଜନୀନ ହେବା ପୂର୍ବରୁ ଏହି ଆକାଉଣ୍ଟ ଦ୍ୱାରା କମ୍ପାନୀ ଶେୟାରକୁ କିଣାବିକା କରାଯାଇଥିଲା। ସେବି ଫ୍ୟୁଚର କର୍ପୋରେଟ ସିକ୍ୟୁରିଟିଜ ଏବଂ ବିୟାନୀ ଭ୍ରାତାଙ୍କ ଉପରେ କୋଟିଏ ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି। ୪୫ ଦିନ ମଧ୍ୟରେ ଜରିମାନା ରାଶି ପ୍ରଦାନ କରିବାକୁ କୁହାଯାଇଛି। ବିୟାନୀ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ କାରବାରକୁ ଗତବର୍ଷ ମୁକେଶଙ୍କ ରିଲାଏନ୍ସ ରିଟେଲକୁ ବିକ୍ରି କରିବା ଲାଗି ଡିଲ୍‌ କରିଥିଲେ। ଏହି ଡିଲ୍‌କୁ ଆମାଜନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ଫ୍ୟୁଚର ରିଟେଲ- ରିଲାଏନ୍ସ ଡିଲ୍‌ ଉପରେ ରୋକ
ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ଡିଲ୍‌କୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ରୋକ ଲଗାଇଛନ୍ତି। ସଙ୍ଗାପୁର ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେଶନ ଦ୍ୱାରା ପ୍ରଦାନ କରାଯାଇଥିବା ଏମର୍ଜେନ୍ସି ଆଓ୍ବାର୍ଡ ଭାରତ ଲାଗି ମଧ୍ୟ କାର୍ଯ୍ୟକାରୀ ହେବ ବୋଲି କୋର୍ଟ କହିଛନ୍ତି। ୨୪,୭୩୧ କୋଟି ଟଙ୍କାରେ ଏହି ଡିଲ୍‌ ହୋଇଥିବା ବେଳେ ଏଥିରେ ଆଗକୁ ନ ବଢିବା ଲାଗି ଫ୍ୟୁଚର ଗ୍ରୁପ୍‌କୁ ନିର୍ଦ୍ଦେଶ ରହିଛି। ଆଗାମୀ ନିର୍ଦ୍ଦେଶ ନ ଆସିବା ଯାଏ ଏହି ଡିଲ୍‌ ଆଗକୁ ବଢ଼ିପାରିବ ନାହିଁ। ପିଟିଶନକାରୀ ଆମାଜନ ଅଧିକାରକୁ ରକ୍ଷା କରିବା ଦିଗରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ଅଫର ପକ୍ଷରେ ଏହି ଡିଲ୍‌ ଅଟକିଲେ ରିଟେଲ କାରବାର ଆଗକୁ ବଢାଇବା କଷ୍ଟକର ବୋଲି ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri