ଆସନ ରେଢ଼ାଖୋଲ, ବସୁଛନ୍ତି ବାହାର ନେତା

ସମ୍ବଲପୁର,୨୮।୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ, ନାକଟିଦେଉଳ, ଯୁଯୋମୁରା ଓ ମାନେଶ୍ୱର ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ପରଠାରୁ ନିରବଚ୍ଛିନ୍ନ ଭାବେ ବିଜେଡି ଏହାକୁ ଅକ୍ତିଆର କରିଆସିଛି। ଆସନର ରେଢ଼ାଖୋଲର ହୋଇଥିବା ବେଳେ ବାହାରରୁ ଆସି ନେତା ବସୁଛନ୍ତି। ସତେ ଯେମିତି ଏଠାରେ ସ୍ଥାନୀୟ ନେତାଙ୍କ ଅଭାବ ରହିଛି ବୋଲି କଥା ଉଠିଲାଣି।
ପର୍ଯ୍ୟନ୍ତ ଏହି ଆସନଟି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୨୦୦୯ରେ ଏହା ଅଣସଂରକ୍ଷିତ ଘୋଷିତ ହୋଇଥିଲା। ଏବେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ଇଂ. ରୋହିତ ପୂଜାରୀ ବିଧାୟକ ଅଛନ୍ତି। ବିଜେଡି ଗଠନ ହେବା ପରେ ଏଠାରୁ ୨୦୦୦ ମସିହାରେ ଦଳୀୟ ଟିକେଟରେ ଦୁର୍ଯ୍ୟୋଧନ ସୋହେଲା ବିଧାୟକ ହୋଇଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁ ପରେ ୨୦୦୧ରେ ଅନୁଷ୍ଠିତ ଉପନିର୍ବାଚନରେ ସନାତନ ବିଶି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୦୪ ନିର୍ବାଚନରେ ମଧ୍ୟ ସେ ନିଜ ପ୍ରାର୍ଥତ୍ତ୍ୱ ବଜାୟ ରଖି ବିଜେଡି ଟିକେଟରେ ଜିତି ଦ୍ୱିତୀୟ ଥର ବିଧାୟକ ହୋଇଥିଲେ। ୨୦୦୯ରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବିଧାୟକ ହୋଇଥିଲେ। କେବଳ ଦୁର୍ଯ୍ୟୋଧନଙ୍କୁ ଛାଡ଼ିଦେଲେ ପ୍ରସନ୍ନ ବରଗଡ଼ ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ସନାତନ ବିଶି ଓ ରୋହିତ ପୂଜାରୀ ସମ୍ବଲପୁର ନିର୍ବାଚନମଣ୍ଡଳୀର। ବର୍ତ୍ତମାନ ସ୍ଥିତିରେ ଏଠାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ, ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ତଥାପି ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରିଛନ୍ତି। ଉଭୟ ଦଳ ଏଠାରେ ଭୋଟରଙ୍କୁ ପ୍ରଭାବିତ କରିବା ପ୍ରୟାସ ଜାରି ରଖିଛନ୍ତି। ବିଜେଡି ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ‘ନୂଆ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ କାର୍ଯ୍ୟକ୍ରମ ଆୟୋଜନ କରି ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପ୍ରୟାସ କରୁଛି। ସେହିପରି ଭାଜପା ମଧ୍ୟ ‘ଗାଁକୁ ଚାଲ’ କାର୍ଯ୍ୟକ୍ରମରେ ଭୋଟରଙ୍କ ସହ ଯୋଡ଼ି ହେବାକୁ ପ୍ରୟାସରତ। ବର୍ତ୍ତମାନ ରୋହିତ ବିଧାୟକ ଥିଲେ ହେଁ ଏଠାରୁ ପ୍ରସନ୍ନ ପୁନର୍ବାର ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୁହାଯାଉଛି ରୋହିତ ସମ୍ବଲପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି। ଆଲୋଚନା ଆହୁରି ହେଉଛି ଯେ, ଉଭୟଙ୍କ ମଧ୍ୟରୁ ଜଣକୁ ସମ୍ବଲପୁର ଲୋକ ସଭା ଆସନ ପାଇଁ ଟିକେଟ ଦିଆଯାଇପାରେ। ଯାହାବି ହେଲେ ଉଭୟ ବାହାରର ନେତା।
ନିର୍ବାଚନରେ ଭାଜପାରୁ ଏବର ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ବଲପୁରର ଦେବେନ୍ଦ୍ର ମହାପାତ୍ର ଏବଂ ଭାଜପା ରାଜ୍ୟ ବ୍ୟବସାୟୀ ପ୍ରକୋଷ୍ଠ ସଂଯୋଜକ ଗୋବିନ୍ଦ ଅଗ୍ରୱାଲ ଆଶାୟୀ ଥିବା ଜଣାପଡ଼ିଛି। ଏଥିସହିତ ବିଜେଡି ପରିତ୍ୟାଗ କରି ସଦ୍ୟ ଭାଜପାରେ ସାମିଲ ହୋଇଥିବା ଜିଲା ଓକିଲ ସଂଘ ପୂର୍ବତନ ସଭାପତି ଡ. ପ୍ରମୋଦ ରଥ ମଧ୍ୟ ନିର୍ବାଚନୀ ଦୌଡ଼ରେ । ତେବେ ଆଗାମୀ ନିର୍ବାଚନରେ ଏଠାରୁ ଗୋବିନ୍ଦ ଅଗ୍ରୱାଲଙ୍କୁ ଭାଜପା ଟିକେଟ ମିଳିବା ସର୍ବାଧିକ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।
ବରିଷ୍ଠ ନେତା ତଥା ଦଳର ପୂର୍ବତନ ସମ୍ବଲପୁର ଜିଲା ସଭାପତି ଆସଫ୍‌ ଅଲ୍ଲୀ ଖାନଙ୍କ ସହିତ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁରର ଦୁଲାଲ ଚନ୍ଦ୍ର ପ୍ରଧାନ ଏହି ଆସନରୁ ଟିକେଟ ଆଶାୟୀ ଅଛନ୍ତି। ବିଷୟ ତିନି ପ୍ରମୁଖ ଦଳର ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ କେହି ହେଲେ ସ୍ଥାନୀୟ ନୁହନ୍ତି। ପୂର୍ବଭଳି ୨୦୨୪ ବିଧାନସଭା ନିର୍ବାଚନରେ ଯେଉଁ ଦଳ ବିଜୟଲାଭ କଲେ ବି ଏହି ଆସନ ଉପରେ ବାହାର ଲୋକ ବସିବା ଥୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri