ଛତୁ ଚାଷ ଦେଇଛି ନୂଆ ପରିଚୟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୨୨।୧: ଗ୍ରାମାଞ୍ଚଳରେ ଅନେକ ସ୍ବୟଂ ସହାୟିକା ଗୋଷ୍ଠି ଅଛନ୍ତି ା ହେଲେ ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ନିଜ ଅଞ୍ଚଳରେ ନାଁ କମେଇବା ସହ ଜିଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାରିଛନ୍ତି ା କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ମା’ବାଞ୍ଜିମାହା ସ୍ବୟଂ ସହାୟିକା ଗୋଷ୍ଠୀ ଛତୁ ଚାଷ କରି ସୁନାମ ଅର୍ଜନ କରିଛନ୍ତି। ଖାଲି ଏତିକି ନୁହେଁ, ସେମାନେ ଆର୍ଥିକ ସ୍ବଚ୍ଛଳ ହେବା ସହ ପରିବାରର ଉନ୍ନତିରେ ସହାୟତା ମଧ୍ୟ କରୁଛନ୍ତି ା
ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ମାସିରିପଡା ଗାଁ ର ମା’ ବାଞ୍ଜିମାହା ସ୍ବୟଂ ସହାୟିକା ଗୋଷ୍ଠୀ ୧୧ ଜଣ ସଭ୍ୟାଙ୍କୁ ନେଇ ଗଠିତ ା ପୂର୍ବରୁ ପରିବା ଚାଷ କରୁଥିଲେ। ଏଥିରେ ମଧ୍ୟ ଭଲ ରୋଜଗାର ହେଉଥିଲାା ଅଦିନିଆ ବର୍ଷା ସାଙ୍ଗକୁ ଝଡ଼ ଯୋଗୁ ଅନେକ ସମୟରେ ପରିବା ଫସଲ ନଷ୍ଟ ହେଲା ା କିଛି ନୂଆ କରିବା ପାଇଁ ସେମାନେ ଚିନ୍ତା କରିଥିଲୋ ଛତୁ ଚାଷ କରି ଆତ୍ମନିର୍ଭରଶୀଳ ହେବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଏହାପରେ ଆରମ୍ଭ ହେଲା ଉଦ୍ୟମ ା ଗୋଷ୍ଠୀର ମହିଳାମାନେ ଗୋଟିଏ କୁଡିଆ ଘର ତିଆରି କଲେ ା ମାସିକ ଜମା କରୁଥିବା ସଭ୍ୟା ଚାନ୍ଦାରୁ କିଛି ଧରି ଭୁବନେଶ୍ୱରରୁ ଛତୁ ମଞ୍ଜି ଆଣି ଚାଷ ଆରମ୍ଭ କଲେ ା ଭଲ ଛତୁ ହେଲା ା ଆଖପାଖ ଅଞ୍ଚଳର ଲୋକେ ବଜାର ନ ଯାଇ ଘର ପାଖରେ ଛତୁ ପାଇଲୋ ଧୀରେ ଧୀରେ ସେମାନଙ୍କ ବିଷୟରେ ପ୍ରଚାରିତ ହେବା ପରେ ଏବେ ଲୋକଙ୍କ ଚାହିଦା ଅନୁସାରେ ସେମାନେ ଛତୁ ଉପତ୍ାଦନ କରି ପାରୁନାହାନ୍ତି ା ଅଧିକ ଛତୁ ଚାଷ କରିବା ପାଇଁ ଆମର ଇଛା ଅଛି ା ସରକାର ତାଲିମ ବ୍ୟବସ୍ଥା କଲେ ଆମେ ବହୁତ୍‌ ମାତ୍ରାରେ ଚାଷ କରି ଲୋକଙ୍କ ଚାହିଦା ପୂରଣ କରିପାରନ୍ତୁ ା ଖାଲି ଏତିକି ନୁହେଁ ସମଗ୍ର କନ୍ଧମାଳ ଜିଲାକୁ ଛତୁ ଯୋଗାଇ ପାରନ୍ତୁ ା ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଆମ୍ଭମାନଙ୍କ ରୋଜଗାର ବଢ଼ିବା ସହ ପରିବାରର ଉନ୍ନତି ହୁଅନ୍ତା ବୋଲି ସ୍ବୟଂ ସହାୟିକା ଗୋଷ୍ଠି ସଭାପତି ସନୋଦେବି ମଲ୍ଲିକ, ସମ୍ପାଦିକା ଭାନୁମତୀ ମଲ୍ଲିକ, ସଭ୍ୟା ରଶ୍ମିତା ମଲ୍ଲିକ, କୁନି ମଲ୍ଲିକ, ଇନ୍ଦ୍ରା ମଲ୍ଲିକ, ଜିରା ମଲ୍ଲିକ, ଉର୍ବାସି ମଲ୍ଲିକ, ମିଲି ମଲ୍ଲିକ, ସମିତି ମଲ୍ଲିକ, ସିହ୍ନି
ମଲ୍ଲିକ ଓ ସମ୍ପତି ମଲ୍ଲିକ କହିଛନ୍ତି ା