ସନ୍ଧାନେ ସପ୍ତଫଣୀ

ସତରେ କ’ଣ ସାପର ସାତୋଟି ମୁଣ୍ଡ ଅଛି? ଏହି ପ୍ରଶ୍ନଟି ମନକୁ ଆସିବାର କାରଣ ହେଉଛି ସର୍ବଦା ଗୋଟିଏ ମୁଣ୍ଡ ଥିବା ସାପ ଦେଖିଛେ। କିନ୍ତୁ ପୁରାଣରେ କାଳୀୟର କଥା ଆମେ ଶୁଣିଛେ। ଗରୁଡ଼ଠାରୁ ରକ୍ଷା ପାଇବାକୁ ଯାଇ ଯମୁନା ଜଳରେ ସପରିବାର ନେଇ ଲୁଚି ରହିଥିଲା। କାରଣ ଗରୁଡ଼କୁ ‘ସୋଭରୀ’ ନାମକ ଜଣେ ଋଷି ଅଭିଶାପ ଦେଇଥିଲେ ଯଦି ଯମୁନାରେ ପ୍ରବେଶ କରେ ତେବେ ତା’ର ମୂର୍ଦ୍ଧନା ଫାଟିବ। ସେହି କାରଣରୁ ଯମୁନା ହିଁ ଥିଲା କାଳୀୟ ପାଇଁ ଏକ ସୁରକ୍ଷିତ ସ୍ଥାନ। କିନ୍ତୁ କାଳୀୟର ବିଷ ଏତେ ଭୟଙ୍କର ଥିଲା ଯେ ସେହି ଜଳ ବିଷାକ୍ତ ହେବା ସହ ଆଖ ପାଖରେ ଥିବା ବୃକ୍ଷ ମଧ୍ୟ ତା’ ବିଷ ଜ୍ବାଳାରେ ମରିଯାଉଥିଲେ। କିନ୍ତୁ ଗୋଟିଏ କଦମ୍ବ ବୃକ୍ଷ ହିଁ ଜୀବିତ ଥିଲା। ଏକଦା ଗୋପାଳ ବାଳକମାନେ ତୃଷାର୍ତ୍ତ ହୋଇ ସେଠାକୁ ଆସିଲେ। ଶୋଷ ମେଣ୍ଟାଇବାକୁ ଯାଇ ଜଳପାନ କରିବା ପରେ ମୂର୍ଚ୍ଛିତ ହୋଇ ପଡ଼ିଲେ। ଏହା ଦେଖି କୃଷ୍ଣ କଦମ୍ବ ଗଛରେ ଚଢ଼ି ଯମୁନା ଜଳକୁ ଡିଆଁ ମାରିଲେ। କାଳୀୟ ତା’ର ଫଣା ଟେକି ଗର୍ଜନ କରିବା ସହିତ କୃଷ୍ଣଙ୍କୁ ଗୁଡ଼ାଇ ଧରିଲା। କିନ୍ତୁ ତା’ ଠାରୁ ମୁକ୍ତ ହୋଇ ଫଣା ଉପରେ ଚଢ଼ି ନୃତ୍ୟ କରିବାକୁ ଲାଗିଲେ। କାଳୀୟ ସହି ନ ପାରି ମୁକ୍ତି ପାଇଁ ପ୍ରାର୍ଥନା କଲା। କୃଷ୍ଣ ତାକୁ ଯମୁନା ଛାଡ଼ି ‘ରମଣକ ଦ୍ବୀପକୁ’ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ କହିଲେ ସର୍ବଦା ମୋର ପାଦଚିହ୍ନ ତୁମ ମସ୍ତକରେ ରହିବ। ଏହାକୁ ଦେଖି ଗରୁଡ଼ ଆକ୍ରମଣ କରିବ ନାହିଁ। ତେଣୁ ଶ୍ରୀକୃଷ୍ଣଙ୍କୁ ‘କାଳୀୟ ବିଷଧର ଗଞ୍ଜନଭାବେ’ ସମ୍ବୋଧିତ କରାଯାଇଛି।
ପୁରାଣର କଥା ଏଠାରେ ବର୍ଣ୍ଣନା କରିବାର କାରଣ ହେଉଛି ଅନେକ ସମୟରେ ଏହାର ଫାଇଦା ଉଠାଇ କିଛି ମନ୍ଦ ବ୍ୟକ୍ତି ସୋସିଆଲ ମିଡିଆରେ ପାଞ୍ଚ ମୁଣ୍ଡ ବିଶିଷ୍ଟ ସର୍ପର ଛବି ଛାଡ଼ି ଅପପ୍ରଚାର କରନ୍ତି। ପରେ ଏହି ଚିତ୍ରପଟ୍ଟଟି ନିଆଁ ଭଳି ଚାରିଆଡ଼େ ମଧ୍ୟ ଘୂରିବୁଲେ। ଲୋକେ ବିଶ୍ବାସର ସହ ନେଇ ଫଟୋଟିରେ ଫୁଲ ଦେଇ ପୂଜାପାଠ କରନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ବିଶ୍ବାସ ସହ ଖେଳାଯାଏ। କାରଣ କିଛି ଦୁର୍ବୃତ୍ତ ଖେଳଣା ସାପକୁ ଏଡିଟିଂ କରି ମୁଣ୍ଡ ଲଗାଇ ଛାଡିଥାନ୍ତି। ଯେହେତୁ ପୁରାଣରେ ସପ୍ତଫଣୀ ବିଷୟରେ ଲିପିବଦ୍ଧ ରହିଛି । ତେଣୁ ଲୋକେ ଏହାକୁ ସହଜରେ ବିଶ୍ବାସ କରିଯାଆନ୍ତି।
କିନ୍ତୁ ପ୍ରାଣୀ ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରି କହିଛନ୍ତି ପଞ୍ଚଫଣୀ କି ସପ୍ତଫଣୀ ବା ଶତ ସହସ୍ରଫଣୀ ପୃଥିବୀ ପୃଷ୍ଠରେ ରହିବା ସମ୍ଭବ ନୁହେଁ। କିନ୍ତୁ ଏକାଧିକ ମୁଣ୍ଡ ଥିବା ପ୍ରାଣୀକୁ ସ୍ବୀକାର କରେ। ଏମାନଙ୍କୁ ବିଜ୍ଞାନ ଭାଷାରେ ‘ପଲିସେଫାଲିକ’ କୁହାଯାଏ। ଦୁଇମୁଣ୍ଡ ଥିବା ପ୍ରାଣୀକୁ ବାଇସେଫାଲିକ ଓ ତିନିମୁଣ୍ଡ ଥିବା ପ୍ରାଣୀକୁ ଟ୍ରାଇସେଫାଲିକ କୁହାଯାଏ। କିନ୍ତୁ ତିନିରୁ ଅଧିକ ମୁଣ୍ଡ ଥିବା ପ୍ରାଣୀ କେବଳ ପୁରାଣରେ ସମ୍ଭବ। ସାରା ପୃଥିବୀ ପୃଷ୍ଠରେ ୨୫ଶହ ପ୍ରକାର ସାପ ଅଛନ୍ତି। ଏସବୁ ସତ୍ତ୍ବେ ଲୋକଙ୍କ ବିଶ୍ବାସ ଓ ଅଧ୍ୟାତ୍ମିକ ଚିନ୍ତନ ବିଜ୍ଞାନଠାରୁ ବହୁତ ଊଦ୍ଧର୍‌ବରେ। ତେଣୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ନାଗମାନଙ୍କର ଗୁରୁତ୍ୱ ବହୁ ପ୍ରାଚୀନକାଳରୁ ରହିଆସିଛି। କେବଳ ଭାରତୀୟ ସଂସ୍କୃତି କି ହିନ୍ଦୁ ଧର୍ମରେ ସୀମିତ ନୁହେଁ ଏହା ସମଗ୍ର ବିଶ୍ବରେ ନାଗ ସଂସ୍କୃତିର ଗୁରୁତ୍ୱ ରହିଛି। ଏପରି କି ଶ୍ରୀଜଗନ୍ନାଥଙ୍କ ଦାରୁବୃକ୍ଷକୁ ନାଗଦେବତା ସୁରକ୍ଷା ଦେଇଥାନ୍ତି ବୋଲି ବିଶ୍ବାସ କରାଯାଏ ଏବଂ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ପାଳିତ ହେଉଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ବାସୁକୀ, ସୁଭଦ୍ରାଙ୍କ ଦେବଦଳନରେ ସ୍ବର୍ଣ୍ଣଚୁଡ଼ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଶଙ୍ଖଚୁଡ଼ ନାମକ ନାଗୁଣୀ ରଥରଜ୍ଜୁ ହୋଇଥାନ୍ତି। ଏହିପରି କି ମନ୍ଦିର ଗାତ୍ରରେ, ଦ୍ବାରବନ୍ଧରେ ଥିବା ସର୍ପ ସ୍ଥାପତ୍ୟ ସାଧାରଣତଃ ସପ୍ତଫଣୀ ହୋଇଥାଏ। ସମୁଦ୍ର ମନ୍ଥନରେ ମଧ୍ୟ ବାସୁକୀଙ୍କୁ ଦଉଡ଼ି ରୂପେ ବ୍ୟବହାର କରାଯାଇଥିଲା ବୋଲି ପୁରାଣ ବର୍ଣ୍ଣିତ। ସପ୍ତଫଣୀ ଓ ପଞ୍ଚଫଣୀ ନାଗଙ୍କୁ ସ୍ବତନ୍ତ୍ର ଭାବେ ପୂଜା କରାଯାଏ। କେରଳର ମନ୍ନରଶାଳା ମନ୍ଦିରରେ ପଞ୍ଚଫଣୀ ନାଗ ପୂଜା ପାଆନ୍ତି। ଶ୍ରାବଣ ମାସରେ ନାଗପଞ୍ଚମୀରେ ହିନ୍ଦୁମାନେ ପଞ୍ଚନାଗ ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟ ଓ ପିଙ୍ଗଳଙ୍କୁ ପୂଜା କରିଥାନ୍ତି। ପ୍ରତିବର୍ଷ ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା କୃଷ୍ଣଜନ୍ମ ନୀତିରେ ଓ ଏକାଦଶୀରେ ହେଉଥିବା କାଳୀୟଦଳନ ବେଶ ଲୋକଙ୍କ ବିଶ୍ବାସକୁ ଆହୁରି ଦୃଢ଼ୀଭୂତ କରେ। ସପ୍ତଫଣୀର ସନ୍ଧାନ ମିଳି ନ ଥିଲେ ମଧ୍ୟ ଲୋକଙ୍କ ବିଶ୍ବାସ ରହିଛି ଦିନେ ନା ଦିନେ ଏହାର ସନ୍ଧାନ ମିଳିବ। ତେଣୁ ଦେଖିବାକୁ ବାକି ରହିଲା ଲୋକଙ୍କ ବିଶ୍ବାସ ବଡ଼ ନା ବିଜ୍ଞାନର ଦୃଷ୍ଟିଭଙ୍ଗୀ ବଡ଼ ।
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri