ସନ୍ଧାନେ ସପ୍ତଫଣୀ

ସତରେ କ’ଣ ସାପର ସାତୋଟି ମୁଣ୍ଡ ଅଛି? ଏହି ପ୍ରଶ୍ନଟି ମନକୁ ଆସିବାର କାରଣ ହେଉଛି ସର୍ବଦା ଗୋଟିଏ ମୁଣ୍ଡ ଥିବା ସାପ ଦେଖିଛେ। କିନ୍ତୁ ପୁରାଣରେ କାଳୀୟର କଥା ଆମେ ଶୁଣିଛେ। ଗରୁଡ଼ଠାରୁ ରକ୍ଷା ପାଇବାକୁ ଯାଇ ଯମୁନା ଜଳରେ ସପରିବାର ନେଇ ଲୁଚି ରହିଥିଲା। କାରଣ ଗରୁଡ଼କୁ ‘ସୋଭରୀ’ ନାମକ ଜଣେ ଋଷି ଅଭିଶାପ ଦେଇଥିଲେ ଯଦି ଯମୁନାରେ ପ୍ରବେଶ କରେ ତେବେ ତା’ର ମୂର୍ଦ୍ଧନା ଫାଟିବ। ସେହି କାରଣରୁ ଯମୁନା ହିଁ ଥିଲା କାଳୀୟ ପାଇଁ ଏକ ସୁରକ୍ଷିତ ସ୍ଥାନ। କିନ୍ତୁ କାଳୀୟର ବିଷ ଏତେ ଭୟଙ୍କର ଥିଲା ଯେ ସେହି ଜଳ ବିଷାକ୍ତ ହେବା ସହ ଆଖ ପାଖରେ ଥିବା ବୃକ୍ଷ ମଧ୍ୟ ତା’ ବିଷ ଜ୍ବାଳାରେ ମରିଯାଉଥିଲେ। କିନ୍ତୁ ଗୋଟିଏ କଦମ୍ବ ବୃକ୍ଷ ହିଁ ଜୀବିତ ଥିଲା। ଏକଦା ଗୋପାଳ ବାଳକମାନେ ତୃଷାର୍ତ୍ତ ହୋଇ ସେଠାକୁ ଆସିଲେ। ଶୋଷ ମେଣ୍ଟାଇବାକୁ ଯାଇ ଜଳପାନ କରିବା ପରେ ମୂର୍ଚ୍ଛିତ ହୋଇ ପଡ଼ିଲେ। ଏହା ଦେଖି କୃଷ୍ଣ କଦମ୍ବ ଗଛରେ ଚଢ଼ି ଯମୁନା ଜଳକୁ ଡିଆଁ ମାରିଲେ। କାଳୀୟ ତା’ର ଫଣା ଟେକି ଗର୍ଜନ କରିବା ସହିତ କୃଷ୍ଣଙ୍କୁ ଗୁଡ଼ାଇ ଧରିଲା। କିନ୍ତୁ ତା’ ଠାରୁ ମୁକ୍ତ ହୋଇ ଫଣା ଉପରେ ଚଢ଼ି ନୃତ୍ୟ କରିବାକୁ ଲାଗିଲେ। କାଳୀୟ ସହି ନ ପାରି ମୁକ୍ତି ପାଇଁ ପ୍ରାର୍ଥନା କଲା। କୃଷ୍ଣ ତାକୁ ଯମୁନା ଛାଡ଼ି ‘ରମଣକ ଦ୍ବୀପକୁ’ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ କହିଲେ ସର୍ବଦା ମୋର ପାଦଚିହ୍ନ ତୁମ ମସ୍ତକରେ ରହିବ। ଏହାକୁ ଦେଖି ଗରୁଡ଼ ଆକ୍ରମଣ କରିବ ନାହିଁ। ତେଣୁ ଶ୍ରୀକୃଷ୍ଣଙ୍କୁ ‘କାଳୀୟ ବିଷଧର ଗଞ୍ଜନଭାବେ’ ସମ୍ବୋଧିତ କରାଯାଇଛି।
ପୁରାଣର କଥା ଏଠାରେ ବର୍ଣ୍ଣନା କରିବାର କାରଣ ହେଉଛି ଅନେକ ସମୟରେ ଏହାର ଫାଇଦା ଉଠାଇ କିଛି ମନ୍ଦ ବ୍ୟକ୍ତି ସୋସିଆଲ ମିଡିଆରେ ପାଞ୍ଚ ମୁଣ୍ଡ ବିଶିଷ୍ଟ ସର୍ପର ଛବି ଛାଡ଼ି ଅପପ୍ରଚାର କରନ୍ତି। ପରେ ଏହି ଚିତ୍ରପଟ୍ଟଟି ନିଆଁ ଭଳି ଚାରିଆଡ଼େ ମଧ୍ୟ ଘୂରିବୁଲେ। ଲୋକେ ବିଶ୍ବାସର ସହ ନେଇ ଫଟୋଟିରେ ଫୁଲ ଦେଇ ପୂଜାପାଠ କରନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କ ବିଶ୍ବାସ ସହ ଖେଳାଯାଏ। କାରଣ କିଛି ଦୁର୍ବୃତ୍ତ ଖେଳଣା ସାପକୁ ଏଡିଟିଂ କରି ମୁଣ୍ଡ ଲଗାଇ ଛାଡିଥାନ୍ତି। ଯେହେତୁ ପୁରାଣରେ ସପ୍ତଫଣୀ ବିଷୟରେ ଲିପିବଦ୍ଧ ରହିଛି । ତେଣୁ ଲୋକେ ଏହାକୁ ସହଜରେ ବିଶ୍ବାସ କରିଯାଆନ୍ତି।
କିନ୍ତୁ ପ୍ରାଣୀ ବୈଜ୍ଞାନିକମାନେ ଏହାକୁ ଖଣ୍ଡନ କରି କହିଛନ୍ତି ପଞ୍ଚଫଣୀ କି ସପ୍ତଫଣୀ ବା ଶତ ସହସ୍ରଫଣୀ ପୃଥିବୀ ପୃଷ୍ଠରେ ରହିବା ସମ୍ଭବ ନୁହେଁ। କିନ୍ତୁ ଏକାଧିକ ମୁଣ୍ଡ ଥିବା ପ୍ରାଣୀକୁ ସ୍ବୀକାର କରେ। ଏମାନଙ୍କୁ ବିଜ୍ଞାନ ଭାଷାରେ ‘ପଲିସେଫାଲିକ’ କୁହାଯାଏ। ଦୁଇମୁଣ୍ଡ ଥିବା ପ୍ରାଣୀକୁ ବାଇସେଫାଲିକ ଓ ତିନିମୁଣ୍ଡ ଥିବା ପ୍ରାଣୀକୁ ଟ୍ରାଇସେଫାଲିକ କୁହାଯାଏ। କିନ୍ତୁ ତିନିରୁ ଅଧିକ ମୁଣ୍ଡ ଥିବା ପ୍ରାଣୀ କେବଳ ପୁରାଣରେ ସମ୍ଭବ। ସାରା ପୃଥିବୀ ପୃଷ୍ଠରେ ୨୫ଶହ ପ୍ରକାର ସାପ ଅଛନ୍ତି। ଏସବୁ ସତ୍ତ୍ବେ ଲୋକଙ୍କ ବିଶ୍ବାସ ଓ ଅଧ୍ୟାତ୍ମିକ ଚିନ୍ତନ ବିଜ୍ଞାନଠାରୁ ବହୁତ ଊଦ୍ଧର୍‌ବରେ। ତେଣୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ନାଗମାନଙ୍କର ଗୁରୁତ୍ୱ ବହୁ ପ୍ରାଚୀନକାଳରୁ ରହିଆସିଛି। କେବଳ ଭାରତୀୟ ସଂସ୍କୃତି କି ହିନ୍ଦୁ ଧର୍ମରେ ସୀମିତ ନୁହେଁ ଏହା ସମଗ୍ର ବିଶ୍ବରେ ନାଗ ସଂସ୍କୃତିର ଗୁରୁତ୍ୱ ରହିଛି। ଏପରି କି ଶ୍ରୀଜଗନ୍ନାଥଙ୍କ ଦାରୁବୃକ୍ଷକୁ ନାଗଦେବତା ସୁରକ୍ଷା ଦେଇଥାନ୍ତି ବୋଲି ବିଶ୍ବାସ କରାଯାଏ ଏବଂ ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ପାଳିତ ହେଉଥିବା ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ବଳଭଦ୍ରଙ୍କ ତାଳଧ୍ବଜ ରଥରେ ବାସୁକୀ, ସୁଭଦ୍ରାଙ୍କ ଦେବଦଳନରେ ସ୍ବର୍ଣ୍ଣଚୁଡ଼ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରେ ଶଙ୍ଖଚୁଡ଼ ନାମକ ନାଗୁଣୀ ରଥରଜ୍ଜୁ ହୋଇଥାନ୍ତି। ଏହିପରି କି ମନ୍ଦିର ଗାତ୍ରରେ, ଦ୍ବାରବନ୍ଧରେ ଥିବା ସର୍ପ ସ୍ଥାପତ୍ୟ ସାଧାରଣତଃ ସପ୍ତଫଣୀ ହୋଇଥାଏ। ସମୁଦ୍ର ମନ୍ଥନରେ ମଧ୍ୟ ବାସୁକୀଙ୍କୁ ଦଉଡ଼ି ରୂପେ ବ୍ୟବହାର କରାଯାଇଥିଲା ବୋଲି ପୁରାଣ ବର୍ଣ୍ଣିତ। ସପ୍ତଫଣୀ ଓ ପଞ୍ଚଫଣୀ ନାଗଙ୍କୁ ସ୍ବତନ୍ତ୍ର ଭାବେ ପୂଜା କରାଯାଏ। କେରଳର ମନ୍ନରଶାଳା ମନ୍ଦିରରେ ପଞ୍ଚଫଣୀ ନାଗ ପୂଜା ପାଆନ୍ତି। ଶ୍ରାବଣ ମାସରେ ନାଗପଞ୍ଚମୀରେ ହିନ୍ଦୁମାନେ ପଞ୍ଚନାଗ ଅନନ୍ତ, ବାସୁକୀ, ତକ୍ଷକ, କର୍କୋଟ ଓ ପିଙ୍ଗଳଙ୍କୁ ପୂଜା କରିଥାନ୍ତି। ପ୍ରତିବର୍ଷ ଭାଦ୍ରବ କୃଷ୍ଣ ଅଷ୍ଟମୀରେ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଉଥିବା କୃଷ୍ଣଜନ୍ମ ନୀତିରେ ଓ ଏକାଦଶୀରେ ହେଉଥିବା କାଳୀୟଦଳନ ବେଶ ଲୋକଙ୍କ ବିଶ୍ବାସକୁ ଆହୁରି ଦୃଢ଼ୀଭୂତ କରେ। ସପ୍ତଫଣୀର ସନ୍ଧାନ ମିଳି ନ ଥିଲେ ମଧ୍ୟ ଲୋକଙ୍କ ବିଶ୍ବାସ ରହିଛି ଦିନେ ନା ଦିନେ ଏହାର ସନ୍ଧାନ ମିଳିବ। ତେଣୁ ଦେଖିବାକୁ ବାକି ରହିଲା ଲୋକଙ୍କ ବିଶ୍ବାସ ବଡ଼ ନା ବିଜ୍ଞାନର ଦୃଷ୍ଟିଭଙ୍ଗୀ ବଡ଼ ।
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri