Posted inଖେଳ

ୟୁଏସ୍‌ ଓପନ୍‌ରୁ ଓହରିଲେ କିରଗିଓସ

ସିଡ୍‌ନୀ, ୩ା୮ (ଏ.ପି)- କରୋନା ଭାଇରସ୍‌ ଆଶଙ୍କାରେ ନିକ୍‌ କିରଗିଓସ୍‌ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ଓହରିଯାଇଛନ୍ତି। କୋଭିଡ୍‌-୧୯ରେ ସଂକ୍ରିମତ ହୋଇ ଆମେରିକାରେ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଚଳିତ ବର୍ଷର ଟୁର୍ନାମେଣ୍ଟକୁ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ କରିବା ଲାଗି ୟୁନାଇଟେଡ୍‌ ଷ୍ଟେଟ୍ସ ଟେନିସ ଆସୋସିଏଶନ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି କାରଣରୁ ଅଷ୍ଟ୍ରେଲିଆର ଅନ୍ୟ ଜଣେ ଖେଳାଳି ବିଶ୍ୱର ନମ୍ବର ଓ୍ବାନ୍‌ ଆଶଲେ ବାର୍ଟି ମିଡାଜ୍‌ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। କିରଗିଓସ୍‌ କହିଛନ୍ତି, ୟୁଏସ୍‌ ଓପନରେ ଭାଗ ନେଉ ନ ଥିବାରୁ ମୁଁ ବହୁତ ଦୁଃଖିତ। କିନ୍ତୁ ସ୍ବାସ୍ଥ୍ୟ ଓ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମଣିଷ ଜୀବନ ଚାଲିଗଲେ ଆଉ ଫେରିବ ନାହିଁ। କିନ୍ତୁ ଆମ କ୍ରୀଡ଼ା ଓ ଅର୍ଥ ବ୍ୟବସ୍ଥାରେ ଆମେ ସୁଧାର ଆଣି ପାରିବା। ଏଇ କିଛି ମାସ ମଧ୍ୟରେ କେତେଜଣ ଖେଳାଳି ପ୍ରଦର୍ଶନୀ ମ୍ୟାଚ ଖେଳିଥିବାରୁ କିରଗିଓସ୍‌ ତାହାର ସମାଲୋଚନା କରିଛନ୍ତି। ବିଶ୍ୱର ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କ ଦ୍ୱାରା ଏକ ହାଇପ୍ରୋଫାଇଲ ଇଭେଣ୍ଟ ବିଭିନ୍ନ ଦେଶରେ ଆୟୋଜିତ ହୋଇଥିଲା। ଦର୍ଶକମାନଙ୍କ ଫଟୋଗ୍ରାଫ୍‌ଗୁଡ଼ିକରୁ ଦେଖିବାକୁ ମିଳିଥିଲା ସେ ଇଭେଣ୍ଟଗୁଡ଼ିକରେ ସାମାଜିକ ଦୂରତ୍ୱ ପ୍ରତି ଆଦୌ ଧ୍ୟାନ ଦିଆଯାଇ ନ ଥିଲା। କୋଭିଡ୍‌-୧୯ ଟେଷ୍ଟରେ ଜୋକୋଭିଚ୍‌, ଗ୍ରିଗୋର ଦିମିତ୍ରିଭ ଓ ବୋର୍ନା କୋରିକ୍‌ଙ୍କର ପଜିଟିଭ ଆସିଥିଲା। ବାର୍ଟି ଗୁରୁବାର କହିଥିଲେ ମହାମାରୀ ସମୟରେ ବିଦେଶ ଯାତ୍ରାକୁ ସେ ପସନ୍ଦ କରୁ ନାହାନ୍ତି। ଫ୍ରେଞ୍ଚ ଓପନ ଟାଇଟଲ ବଜାୟ ରଖିବା ଲାଗି ସେ ରୋଲାଣ୍ଡ ଗ୍ୟାରୋସ ଯିବେ କି ନା ସେ ଆସନ୍ତା କିଛି ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେଟ୍‌ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ଦୁଇ ଦଳ: ଜାଣନ୍ତୁ କେତେବେଳେ…

ଭୁବନେଶ୍ୱର, ୭ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏଥିଲାଗି...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri