Categories: ବାଣିଜ୍ୟ

ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର

ଭୁବନେଶ୍ୱର,୩୦।୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍‌ ସବୁ ବର୍ଗର ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି। ଏଭଳି କିଛି ଅଭାବ ଓ ଆବଶ୍ୟକତାକୁ ନଜରରେ ରଖି ସ୍ଥାନୀୟ ବାପୁଜୀନଗରଠାରେ ସିଓରବାଏର ପ୍ରିମିୟମ ମୋବାଇଲ ଷ୍ଟୋର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ପୁନମ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟୋରର ମୁଖ୍ୟ ତଥା ସିଓରବାଏର ଏମ୍‌ଡି ସର୍ବପ୍ରିୟ ମାତୃଦତ୍ତ ଏବଂ ଆଭାରାଣୀ ଚୌଧୁରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ୧୦ ଜଣ ମୂକ ବଧିର ପିଲାଙ୍କୁ ମାଗଣାରେ ଫୋନ୍‌ ଦିଆଯାଇଥିବା କଥା ଷ୍ଟୋରର ମୁଖ୍ୟ ସର୍ବପ୍ରିୟ ମାତୃଦତ୍ତ କହିଥିଲେ।

Share