Posted inଜାତୀୟ

ଆସନ୍ତାବର୍ଷ ସମୁଦ୍ରାୟନ ‘ମତ୍ସ୍ୟ’

ନୂଆଦିଲ୍ଲୀ,୧୨ା୯:ଚନ୍ଦ୍ର ମିଶନର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରାୟନ ପ୍ରୋଜେକ୍ଟ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ୩ଜଣ ଲୋକଙ୍କୁ ସମୁଦ୍ରର ୬ହଜାର ମିଟର ଗଭୀରକୁ ଏକ ବୁଡ଼ା ଜାହାଜ ସାହଯ୍ୟରେ ଛଡ଼ାଯିବ। ଏହି ଯନ୍ତ୍ରର ନାମ ‘ମତ୍ସ୍ୟ ୬୦୦୦’। ଏହା ସମୁଦ୍ରର ଗଭୀରତା ମଧ୍ୟରୁ ନିକେଲ୍‌, ମାଙ୍ଗାନିଜ୍‌, କୋବାଲ୍ଟ ଭଳି ମୂଲ୍ୟବାନ ଧାତୁ ତଥା ଖଣିଜ ପଦାର୍ଥର ସନ୍ଧାନ କରିବ। ‘ମସତ୍‌ୟ ୬୦୦୦’କୁ ପ୍ରସ୍ତୁତ କରିବା ଲାଗି ପ୍ରାୟ ୨ବର୍ଷ ଲାଗିଥିଲା। ବଙ୍ଗୋପସାଗର ତଥା ଚେନ୍ନାଇ ଉପକୂଳରେ ୨୦୨୪ ପ୍ରଥମାର୍ଦ୍ଧରେ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହାର ଡିଜାଇନ୍‌ ଆଟ୍‌ଲାଣ୍ଟିକ ମହାସାଗରରେ ବୁଡ଼ିଥିବା ପାଣି ଜାହାଜ ‘ଟାଇଟନିକ’ ସହ ସାମଞ୍ଜସ୍ୟ ରହିଛି।
ଜାତୀୟ ମହାସାଗର ଉଦ୍ୟୋଗିକ ସଂସ୍ଥାନ(ଏନ୍‌ଆଇଓଏସ୍‌)ର ବୈଜ୍ଞାନିକମାନେ ମତ୍ସ୍ୟ ୬୦୦୦କୁ ବିକଶିତ କରିଛନ୍ତି। ଏଥିସହ ଏହାର ଡିଜାଇନ୍‌, ଉପକରଣ, ପରୀକ୍ଷଣ ଓ ପରିଚାଳନା ପ୍ରକ୍ରିୟା ବିଷୟରେ ମଧ୍ୟ ବୈଜ୍ଞାନିକମାନେ ସମୀକ୍ଷା କରିଛନ୍ତି। ସମୁଦ୍ରାୟନ ମିଶନ, ଗଭୀର ମହାସାଗର ମିଶନର ଏକ ଅଂଶ। ୨୦୨୪ ପ୍ରଥମାର୍ଦ୍ଧରେ ଆମେ ଏହାକୁ ସମୁଦ୍ରର ୫୦୦ ମିଟର ଗଭୀରକୁ ଛାଡ଼ିବା ସହ ପ୍ରଥମ ପରୀକ୍ଷଣ କରିବୁ ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ୍‌ କହିଛନ୍ତି। ୨୦୨୬ ସୁଦ୍ଧା ଏହି ମିଶନ ଶେଷ ହେବ ବୋଲି ଆଶା କରାଯାଉଛି। ଆମେରିକା, ରୁଷିଆ, ଜାପାନ, ଫ୍ରାନ୍ସ ଏବଂ ଚାଇନା ପୂର୍ବରୁ ମତ୍ସ୍ୟ ୬୦୦୦ ଭଳି ଜାହାଜ ବିକଶିତ କରିଥିବାବେଳେ ଏବେ ଭାରତ ଏହି ତାଲିକାରେ ସ୍ଥାନ ପାଇଛି। ମତ୍ସ୍ୟ ୬୦୦୦ ନିକେଲ୍‌, କୋବଲ୍ଟ, ମାଙ୍ଗାନିଜ୍‌ ବ୍ୟତୀତ ହାଇଡ୍ରୋଥର୍ମାଇଲ ସଲ୍‌ଫାଇଡ ଏବଂ ଗ୍ୟାସ୍‌ ହାଇଡ୍ରେଟ୍‌ ବିଷୟରେ ମଧ୍ୟ ସନ୍ଧାନ କରିବ। ଏନ୍‌ଆଇଓଟି ନିର୍ଦ୍ଦେଶକ ଜି.ଏ. ରାମଦାସ୍‌ କହିଛନ୍ତି, ୩ ଜଣ ଲୋକଙ୍କ ଲାଗି ସେମାନେ ମତ୍ସ୍ୟ ୬୦୦୦ ମଧ୍ୟରେ ୨.୧ ମିଟର ବ୍ୟାସର ଏକ ସ୍ଥାନ ନିର୍ମାଣ କରିଛନ୍ତି। ଏହି ଜାହାଜ ଯେପରି ୧୨ରୁ ୧୬ ଘଣ୍ଟା ଅନବରତ ଚାଲିପାରିବ ତାକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି। ତେବେ ଏହି ଯାନକୁ ଅମ୍ଳଜାନ ଯୋଗାଣ ଅନବରତ ଚାଲିବ। ସେହିପରି ଏହି ଯାନରେ ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି, ଯାହା ପରିସ୍ଥିତି ଅନୁସାରେ ବଦଳିପାରିବ ବୋଲି ନିର୍ଦ୍ଦେଶକ ରାମଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri