ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି

ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି। ଜୁଆର ଉପକୂଳ ଜଙ୍ଗଲ ଅତିକ୍ରମ କରିଯାଇଛି। ବେଳାଭୂମି ମହୋତ୍ସବସ୍ଥଳ, ଉଠା ଦୋକାନ, ଓଟିଡିସି ଗୃହ, ଗାଡି ପାର୍କିଂ ସ୍ଥଳ ପର୍ଯ୍ୟନ୍ତ ମାଡିଯାଇଛି। ସମୁଦ୍ର ଓ ବହୁ ଉଚ୍ଚ ଉପକୂଳ ଜଙ୍ଗଲ ମଧ୍ୟରେ ଜଳ ପତନ ସମାନ ହୋଇଯାଇଛି। ଫଳରେ ସମୁଦ୍ର ସଂଲଗ୍ନ ଗଡ଼ହରିଶପୁର, ପଦ୍ମପୁର, ଆମ୍ବିକ, ଶିଆଳି, ଶଙ୍ଖା, ନୋଳିଆସାହି, କଳବେଦୀ, ରାମତରା ପଞ୍ଚାୟତର ୨୫ ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସୂଚନାଯୋଗ୍ୟ, ୨୦୦୫ ମସିହାରେ ସମୁଦ୍ର ବେଳାଭୂମିଠାରୁ ୫୦ ମିଟର ଦୂରରେ ଥିଲା। ସମୟକ୍ରମେ ଜଳବାୟୁ ପତିବର୍ତ୍ତନ ଯୋଗୁ ସମୁଦ୍ର ଜଳ ପତନ ବୃଦ୍ଧି ଘଟି କୂଳମୁହଁା ହୋଇଥିଲା। ମାତ୍ର ପୁରୀ ବେଳାଭୂମି ପରି ଶିଆଳିଠାରେ ସମୁଦ୍ର ଅଗଭୀର ହୋଇଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ସ୍ନାନର ମଜା ନେଉଥିଲେ। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଧାୟକ ତଥା ମନ୍ତ୍ରୀ ଡା. ଦାମୋଦର ରାଉତ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ସହିତ ପୂର୍ବତନ ବିଡିଓ ମୁରଲୀଧର ସ୍ବାଇଁଙ୍କ ଚେଷ୍ଟାରେ ସେଠାରେ ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଗଲା। ସେଠାରେ ସମୁଦ୍ର ଦର୍ଶନ ପାଇଁ ଭିୟୁ ଟାୱାର, ଓଟିଡିସି ସଭା ଗୃହ, ଝାଉଁ ଜଙ୍ଗଲ, ଗାଡି ପାର୍କିଂ ପାଇଁ ବିସ୍ତୃତ ସ୍ଥାନ ସୃଷ୍ଟି କରାଯାଇ ଶିଆଳି ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯାଇଥିଲା।

ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏହି ସ୍ଥଳକୁ ଆସିବାରେ ଲାଗିଲେ। ଏହାକୁ ବିଚାରକୁ ନେଇ ୨୦୧୪ରେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଶିଆଳି ସ୍ଥାନ ପାଇଥିଲା। ଏ ନେଇ ଏରସମା ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଥିଲା। ମାତ୍ର ପରିତାପର ବିଷୟ ସରକାରଙ୍କ ପକ୍ଷରୁ ଏହି କ୍ଷେତ୍ରର ବିକାଶ ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଗଲାନାହିଁ। ଏହା ମଧ୍ୟରେ ସମୁଦ୍ର ଜଳ ପତନ ଆଶାତୀତ ବୃଦ୍ଧି ଘଟି ବାରମ୍ବାର କୂଳ ଲଂଘୁଛି। ଫଳରେ ନିର୍ମାଣ କରାଯାଇଥିବା ଭିୟୁ ଟାଓ୍ବାର ତଳ ଅଂଶରୁ ମାଟି ଓ ବାଲି ଧସି ଯିବାରୁ ବିପଦସଙ୍କଳ ଅବସ୍ଥାକୁ ଚାଲି ଆସିଥିଲା।

ଫଳରେ ପ୍ରଶାସନ ବାଧ୍ୟ ହୋଇ ଭିୟୁ ଟାଓ୍ବାରକୁ ଭାଙ୍ଗି ମାଟିରେ ମିଶାଇବାକୁ ପଡ଼ିଥିଲା। ପ୍ରଶାସନ ପକ୍ଷରୁ ଜୁଆର ରୋଧକ ଭାବେ ଝାଉଁ କାଠ, ତାର ଜାଲି, ପଥର ଦ୍ୱାରା ଯେଉଁ ବ୍ୟବସ୍ଥା କରାଯାଇଥିଲା ତାହା ସମୁଦ୍ର ଗର୍ଭରେ ଲୀନ ହୋଇସାରିଲାଣି। ଜୁନ ପହିଲାରେ ଲୁଣା ଜୁଆର ମାଡି ଯାଇ ଆତଙ୍କ ସୃଷ୍ଟି କରିଥିଲା। ଜୁନ ୧୫ ମଝି ରଜରେ ସମୁଦ୍ର ସ୍ନାନ ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଶିଆଳି ଗ୍ରାମର ଦୋଳଗୋବିନ୍ଦ ଜୀଉ ଯୁବ ସଙ୍ଗଠନର କର୍ମକର୍ତ୍ତା ସୁକାନ୍ତ ସାମନ୍ତ କହିଛନ୍ତି, ସାଗରମାଳା ପ୍ରକଳ୍ପ କାଗଜ ପତ୍ରରେ ସୀମିତ ହୋଇଯାଇଛି। ସମୁଦ୍ର ଯେଉଁ କରାଳ ରୂପ ନେଇ ସ୍ଥାଳ ଭାଗ ଆଡକୁ ମାଡି ଆସୁଛି ଏହା ଏରସମା ଅଞ୍ଚଳ ପାଇଁ ବପଦ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri