Posted inଜାତୀୟ

ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବିପଦ: ବିମାନ ଉଡ଼ାଣରେ ବିଳମ୍ବ, ସୌରାଷ୍ଟ୍ର-କଚ୍ଛର ୬ ଜିଲାରେ ହାଇ ଅଲର୍ଟ…

ଅହମଦାବାଦ,୧୨।୬ : ପୁଣି ଥରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇକ୍ଲୋନିକ ଝଡ ବିପର୍ଯ୍ୟୟର ବିପଦ ଦେଖାଦେଇଛି। ପାଣିପାଗ ବିଭାଗ ଅନୁସାରେ ବିପର୍ଯ୍ୟୟ ଆହୁରି ଭୟଙ୍କର ରୂପ ନେଇଛି। ଏ ସମ୍ପର୍କରେ ସୌରାଷ୍ଟ୍ର-କଚ୍ଛର ୬ ଟି ଜିଲାରେ ହାଇ ଅଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁଯାୟୀ, ବିପଜ୍ଜନକ ଘୂର୍ଣ୍ଣିବଳୟ ବିପର୍ଯ୍ୟୟ ଜୁନ ୧୫ରେ କଚ୍ଛ ଜିଳା ଏବଂ ପାକିସ୍ତାନର କରାଚି ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଏହି ସମୟରେ ଖରାପ ପାଗ ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ଅନେକ ବିମାନ ଉଡାଣ ବିଳମ୍ବ ହୋଇଛି।

ପାଣିପାଗ ବିଭାଗ ଅନୁଯାୟୀ, ଯେଉଁ ଜିଲାଗୁଡ଼ିକୁ ସତର୍କ କରାଯାଇଛି ତାହା ହେଉଛି କୁଚ, ଜାମନଗର, ମୋର୍ବି, ଗିର,ସୋମନାଥ, ପୋରବନ୍ଦର ଏବଂ ଦେବଭୂମୀ ଦ୍ୱାରକା। ଜୁନ ୧୩-୧୫ ମଧ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନର ବେଗ ସହିତ ଏହି ଜିଲାଗୁଡିକ ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଅଧିକ। ଏଠାରେ ପବନର ଘଣ୍ଟାପ୍ରତି ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଘୂର୍ଣ୍ଣିବଳୟର ବିପଦକୁ ଦୃଷ୍ଟିରେ ରଖି ୧୫୦୦ରୁ ଅଧିକ ଲୋକ ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚିଛନ୍ତି। ଏଥିସହିତ ମତ୍ସ୍ୟଜୀବୀମାନଙ୍କୁ ଜୁନ୧୫ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦିଆଯାଇଛି।

ଦ୍ୱାରକାର ଜିଲା ଡେପୁଟି କମିଶନର ଅଶୋକ ଶର୍ମା କହିଛନ୍ତି ବିପର୍ଯ୍ୟୟ ପ୍ରଭାବକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବ୍ୟତୀତ କଚ୍ଛ ଡେପୁଟି କମିଶନର ଅମିତ ଆରୋରା କହିଛନ୍ତି ୭୨ ଟି ଗାଁର ଆଠ ହଜାରରୁ ଅଧିକ ଲୋକଙ୍କୁ ସତର୍କ କରାଯାଇଛି। ଆରୋରା କହିଛନ୍ତି ଗାନ୍ଧୀଧାମ, ମାଣ୍ଡଭି, ଅବଦାସା, ଲଖପାଟ ତାଲୁକା ଇତ୍ୟାଦି ଗାଁର ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଛି। ଏହି ଗ୍ରାମଗୁଡ଼ିକ ସମୁଦ୍ରଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଏନଡିଆରଏଫ ଏବଂ ଏସଡିଆରଏଫ ଦଳ ନିୟୋଜିତ କରିଛୁ।

ଖରାପ ପାଗ ଯୋଗୁ ବିମାନ ବନ୍ଦରର ମୁଖ୍ୟ ରନୱେକୁ ସାମୟିକ ଭାବେ ବନ୍ଦ କରିବାକୁ ପଡିଥିଲା। ଫଳରେ ମୁମ୍ବାଇ ବିମାନ ବନ୍ଦରରେ ଅନେକ ବିମାନ ଉଡାଇରେ ବିଳମ୍ବ ହୋଇଥିଲା। ଏଥି ସହିତ ଯାତ୍ରୀମାନଙ୍କୁ ରବିବାର ରାତିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ଭାରତ ପାଣିପାଗ ବିଭାଗ ସୋମବାର ମୁମ୍ବାଇରେ ବର୍ଷା ଓ ବଜ୍ରପାତର ପୂର୍ବାନୁମାନ କରିଛି। କାରଣ ସାଇକ୍ଲୋନ ବିପର୍ଯ୍ୟୟ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହୋଇଛି।

ବିମାନ ଉଡାଣ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସୂଚନା ପାଇବା ପାଇଁ ଏଠାରେ ଏବଂ ସେଠାରେ ବୁଲୁୁଥିବା ଦେଖାଯାଇଥିଲା। ଏସବୁକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଟୁଇଟ କରି କହିଛି ଖରାପ ପାଗ ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ରନୱେ ୦୯/୨୭ ଅସ୍ଥାୟୀ ବନ୍ଦ ହୋଇଯାଇଥିଲା। ତେଣୁ କିଛି ବିମାନ ବିଳମ୍ବ ହେବ ଏବଂ କିଛି ବାତିଲ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri