ଉତ୍ତପ୍ତ ହେଉଛି ସମୁଦ୍ର

ଭୁବନେଶ୍ୱର,୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଲାଣି। ଗ୍ରୀନ୍‌ ହାଉସ୍‌ ଗ୍ୟାସ ବୃଦ୍ଧି ଯୋଗୁ କେବଳ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ହେଉ ନାହିଁ ଏହା ଦୁଇ ତୃତୀୟାଂଶ ଜଳ ଭାଗକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି। ପରିବେଶକୁ ଉତ୍ତପ୍ତ କଲାଭଳି କାର୍ବନ ଡାଇଅକ୍ସାଇଡ ଏବଂ କାର୍ବନ ମନୋକ୍ସାଇଡ ଗ୍ୟାସ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଭାରତ ମହାସାଗର ତାପମାତ୍ରା ମଧ୍ୟ ଉତ୍ତପ୍ତ ହେବାରେ ଲାଗିଛି। ଗତ କିଛି ବର୍ଷ ହେବ ଭାରତ ମହାସାଗରରେ ଏଭଳି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଭାରତ ମହାସାଗର ଉପରି ଭାଗ ଜଳ ୧୯୫୧ରୁ ୨୦୧୫ ମଧ୍ୟରେ ୧ ଡିଗ୍ରୀ ସେଲସିୟସ ବଢ଼ିଛି। ବିଶ୍ୱ ତାପନ ଯୋଗୁ ଭାରତ ମହାସାଗର ୭୦୦ ମିଟର ଗଭୀର ଯାଏ ଜଳକୁ ଏହା ଉତ୍ତପ୍ତ କରିଛି। ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ପ୍ରଥମ ଜଳବାୟୁ ପରିବର୍ତ୍ତନ ମୂଲ୍ୟାୟନ ରିପୋର୍ଟରେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଯୋଗୁ ଭାରତ ମହାସାଗର ଜଳବାୟୁ ପରିବର୍ତ୍ତନର ଲକ୍ଷଣ ଦେଖିବାକୁ ମିଳୁଛି। ଏଥିଯୋଗୁ ଗତ କିଛିବର୍ଷ ହେବ ଅସମୟରେ ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ୍ଟି ହୋଇ ଉପକୂଳରେ ଭୟଙ୍କର କ୍ଷତି କରୁଛି। ଗତ ଦୁଇ ଦଶନ୍ଧି ଧରି ଗ୍ରୀନ୍‌ ହାଉସ ଗ୍ୟାସ ଯୋଗୁ ଜଳବାୟୁରେ ଏଭଳି ପରିବର୍ତ୍ତନ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏଥିଯୋଗୁ ଭାରତ ମହାସାଗରରେ ସାମୁଦ୍ରିକ ଝଡ ମଧ୍ୟ ପୂର୍ବାପେକ୍ଷା ଅଧିକ ଭୟଙ୍କର ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି। କେବଳ ସେତିକ ନୁହେଁ, ମେରୁ ଅଞ୍ଚଳରେ ବରଫ ତରଳିବା ଯୋଗୁ ୧୮୭୪ରୁ ୨୦୦୪ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ଜଳ ରାଶି ପ୍ରତିବର୍ଷ
ଉତ୍ତପ୍ତ ହେଉଛି…
୧.୦୬-୧.୭୫ ମିଲିମିଟର ବୃଦ୍ଧି ପାଇଛି। ଗତ ୨୫ ବର୍ଷ ମଧ୍ୟରେ ଏହା ୩.୩ ମିଲିମିଟରକୁ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି।
ସମୁଦ୍ର ଜଳ ଉତ୍ତପ୍ତ ହେବା କାରଣରୁ କ୍ରମାଗତ ଭାବେ ଅତି ଭୟଙ୍କର ବାତ୍ୟା ସୃଷ୍ଟି ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ବଙ୍ଗୋପସାଗରରେ ଫନୀ ଓ ଅମ୍ଫନ ବାତ୍ୟା ହୋଇଥିବା ବେଳେ ଆରବ ସାଗରରେ ନିସର୍ଗ ବାତ୍ୟା ସୃଷ୍ଟି ହୋଇ ଭାରତୀୟ ଉପକୂଳକୁ ବହୁମାତ୍ରାରେ କ୍ଷତିଗ୍ରସ୍ତ କରିିଛି। ଯଦି ଗ୍ରୀନ ହାଉସ ଗ୍ୟାସ ବୃଦ୍ଧିକୁ ରୋକା ନ ଯିବ ତେବେ ଆଗାମୀ ଦିନରେ ଆହୁରି ଭୟଙ୍କର ବାତ୍ୟା ଆସିବା ସହିତ ସୁନାମି ଯୋଗୁ ଉପକୂଳ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ବଢିଯାଇଛି। ଆସନ୍ତା ୨୦୪୦ ସୁଦ୍ଧା ୨.୭ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧିପାଇବ ବୋଲି ରିପୋର୍ଟରେ କୁହାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁ ଜଳବାୟୁ ପରିବର୍ତ୍ତନ ଘଟି ଅନେକ ମାନବୀୟ ସଙ୍କଟ ସୃଷ୍ଟି କରିବ। କେବଳ ବାତ୍ୟା ନୁହେଁ, ମରୁଡି ସାଙ୍ଗକୁ ଅଂଶୁଘାତ ଭଳି ବିପଦ ବଢିଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପତ୍ତିି ଏକା ସାଙ୍ଗରେ ମାଡି ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ଗତ ୨୧ ବର୍ଷରେ ଉପକୂଳରେ ମାଡ ହୋଇଥିବା ୬ଟି ସାମୁଦ୍ରିକ ଝଡ଼ ଓଡିଶାକୁ ଛାରଖାର କରି ଦେଇଛି। ୧୯୯୯ରୁ ୨୦୨୦ ମଧ୍ୟରେ ରାଜ୍ୟ ୬ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ଉପକୂଳ ଓଡିଶାକୁ ଧ୍ୱଂସ୍ତ ବିଧ୍ୱସ୍ତ କରି ଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ। ଏହାର ବେଗ ଘଣ୍ଟା ପ୍ରତି ୨୭୬ କି.ମି ରହିଥିଲା। ଏହାର ପ୍ରଚଣ୍ଡ ମାଡରେ ଉପକୂଳ ଜିଲା ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦକ୍ର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଛାରଖାର ହୋଇଯାଇଥିଲା। ସେହିପରି ୨୦୧୩ରେ ଫାଇଲିନ, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତ୍‌ଲି, ରାଜ୍ୟ ପାଇଁ ଅନେକ ବିପତ୍ତି ଆଣିଛନ୍ତି। କିନ୍ତୁ ଗତ ୨ ବର୍ଷ ହେବ ଲଗାତର ମେ’ରୁ ଜୁନ୍‌ ମଧ୍ୟରେ ୨ଟି ବାତ୍ୟା ୨୦୧୯ ମେ’ ୩ରେ ଫନୀ ଏବଂ ୨୦୨୦ ମେ’ ୨୦ରେ ଅମ୍ଫନ ଓଡ଼ିଶା ଆଡକୁ ମୁହାଁଇଛି, ଯାହାକି ଗତ ୩୦ ବର୍ଷ ମଧ୍ୟରେ ଦେଖାଦେଇ ନ ଥିଲା।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮୯୧ରୁ ୨୦୧୬ ମଧ୍ୟରେ ୩୦୫ଟି ସାମୁଦ୍ରିକ ଝଡ ହୋଇଛି। ସେଥିରୁ ବଙ୍ଗୋପ ସାଗରରେ ୨୨୯ଟି ବାତ୍ୟା ସଂଗଠିତ ହୋଇଛି। ଏହି ସମୟରେ ହୋଇଥିବା ୧୦ଟି ପ୍ରାଣଘାତକ ଝଡରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ବଙ୍ଗୋପସାଗରରେ ହୋଇଥିବା ବାତ୍ୟାରେ ବାଂଲାଦେଶ, ମ୍ୟାନ୍‌ମାର ଓ ଭାରତ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଂଲାଦେଶରେ ୫ଟି ବାତ୍ୟା ମାଡ ହୋଇଥିବା ବେଳେ ଭାରତରେ ୩ଟି ଏବଂ ମ୍ୟାନ୍‌ମାରରେ ଗୋଟିଏ ମାଡ ହୋଇଛି। ବାତ୍ୟା ଯୋଗୁ ୧୯୮୦ରୁ ୨୦୨୦ ମଧ୍ୟରେ ଭାରତରେ ବର୍ଷକୁ ୩୭୦ ନିୟୁତ ଲୋକ ପ୍ରଭାବିତ ହେଉଛନ୍ତି।
ପ୍ରାକୃତିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏଥିରେ ଉପକୂଳକୁ ସୁରକ୍ଷା ଦେବା ସହ ଜଳବାୟୁ ଅନୁଯାୟୀ ଚାଷ, ସମୁଦ୍ର ଉପକୂଳରେ ହେନ୍ତାଳ ବନ, ବାତ୍ୟା ନିରୋଧୀ ଭିତ୍ତିିଭୂମି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ବିଭାଗର ସମନ୍ବୟରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉଛି ବୋଲି ପରିବେଶ ନିର୍ଦ୍ଦେଶକ ଏମ. ମୁରୁଗେସେନ କହିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ ହେବ। ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି ଯେ, ବାତ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏର୍ଲିିୱାନିର୍ଂ ସିଷ୍ଟମକୁ ବିକଶିତ କରାଯାଉଛି। ସୁନାମି ପାଇଁ ଉପକୂଳ ଗ୍ରାମଗୁଡିକୁ ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri