ସହରାଞ୍ଚଳ ବିକାଶ କାମ କରିବ ଏସ୍‌ଡିସି

କେନ୍ଦୁଝର,୧୮ା୨(ସ୍ବ.ପ୍ର.): ଆଗରୁ କେବଳ ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ସ୍ବତନ୍ତ୍ର ଉନ୍ନୟନ କାଉନ୍‌ସିଲ(ଏସଡିସି) କାମ କରୁଥିଲା। ଚଳିତ ବର୍ଷଠାରୁ ଏହା ସହରାଞ୍ଚଳରେ ଥିବା ଅବହେଳିତ ଆଦିବାସୀ ଗ୍ରାମମାନଙ୍କରେ କାମ କରିବ। ଦିନିକିଆ ଆଦିବାସୀ ସମ୍ମିଳନୀରେ ଯୋଗଦେବାକୁ କେନ୍ଦୁଝର ଜିଲା ଗସ୍ତରେ ଆସିଥିବା ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଦୀପ ମାଝୀ ମନ୍ତବ୍ୟରେ କହିଛନ୍ତି।
କେନ୍ଦୁଝର ଜିଲାରେ ତିନି ବର୍ଷ ହେଲା ଅନ୍ବେଶା ଯୋଜନା ବନ୍ଦ ରହିଥିବାରୁ ଗରୀବ ଆଦିବାସୀ ପିଲାମାନେ ପବ୍ଲିକ ସ୍କୁଲରେ ପାଠ ପଢ଼ିବାରୁ ବଞ୍ଚତ୍ତ ରହୁଛନ୍ତି। ଏହା ପୁର୍ନବାର କାର୍ଯ୍ୟକାରୀ ହେବା ନେଇ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ। କେନ୍ଦୁଝର ଜିଲାରେ ଏକ୍ସସେଲେନ୍ସ ଯୁକ୍ତ ଦୁଇ ଉଚ୍ଚ ବିଦ୍ୟାଳୟର ଯୋଜନା ରହିଛି କି ବୋଲି ପ୍ରଶ୍ନରେ ଜିଲାରୁ ପ୍ରସ୍ତାବ ଗଲେ ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ ବୋଲି ମାଝୀ କହିଥିଲେ। ସେହିପରି ଘୋଷଣା ହୋଇଥିବା ପାଉଡିଭୂୟାଁ ଉନ୍ନୟନ ଏଜେନ୍ସିକୁ ଶୀଘ୍ର କାର୍ଯ୍ୟକ୍ଷମ, ପୂର୍ବ ବର୍ଷରେ ଖର୍ଚ୍ଚ ହୋଇ ପାରି ନ ଥିବା ଅନୁଦାନ ଚଳିତ ବର୍ଷ ଖର୍ଚ୍ଚ କରିବା ସହ ଚଳିତ ବର୍ଷର ଅନୁଦାନ ଖର୍ଚ୍ଚ କରାଯିବ। ରାଜ୍ୟର ୯ ଜିଲା ପାଇଁ ପାଖାପାଖି ୨୮୦ କୋଟି ଟଙ୍କା ରହିଛି ା ଆହୁରି ୩୦ କୋଟି ଆସିବ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ। ବିଭିନ୍ନ ବର୍ଗର ଲୋକ ତଥା ବିଜ୍ଞ ଲୋକଙ୍କ ମତାମତ ଲୋଡ଼ାଯାଇ କାଉନ୍‌ସିଲ କାର୍ଯ୍ୟ କରୁଛି। ଆଦିବାସୀମାନେ କିଭଳି ନିଜକୁ ଗର୍ବର ସହିତ ଆଦିବାସୀ ବୋଲି ପରିଚୟ ଦେଇପାରିବେ। ସେମାନଙ୍କ ପରିବର୍ତ୍ତନ ଆସିପାରିବ ସେ ନେଇ ଏହି କାଉନ୍‌ସିଲ କାମ କରୁଛି। ଭାରତ ବର୍ଷରେ ଆଦିବାସୀଙ୍କ ପାଇଁ କାଉନ୍‌ସିଲ ନାହିଁ ା ଓଡ଼ିଶାରେ ଏହି ବ୍ୟବସ୍ଥା ପ୍ରଥମ ବୋଲି ଅଧ୍ୟକ୍ଷ ମାଝୀ କହିଥିଲେ। ସ୍ଥାନୀୟ ଅଡିଟରିୟମରେ ଅନୁଷ୍ଠିତ ଆଦିବାସୀ ସମ୍ମିଳନୀରେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରାଯାଇ ଶିକ୍ଷାକୁ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ରହିଥିଲା। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଏସ୍‌ଡିସି ଜିଲା ଅଧ୍ୟକ୍ଷା ଲକ୍ଷ୍ମୀ ମୁଣ୍ଡା, ଉପାଧ୍ୟକ୍ଷ ନାରାୟଣ ପୂର୍ତ୍ତି, ବିଜେଡି ଜିଲା ସଭାପତି ମାଧବ ସର୍ଦ୍ଦାର ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କାଉନ୍‌ସିଲ ଗଠନ ସରିଥିଲେ ହେଁ ଜିଲାକୁ ଅଦ୍ୟାବଧି ଗୋଟିଏ ଟଙ୍କା ଆସିନାହିଁ। କିନ୍ତୁ ବହୁ ପ୍ରକଳ୍ପ ପ୍ରସ୍ତାବ ଜିଲା ପ୍ରଶାସନ ପାଖରେ ପଡ଼ିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri