Posted inଜାତୀୟ

ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଛନ୍ତି। ପ୍ରଥମେ ଭାଜପା ଏମ୍‌ପି ଅନୁରାଗ ଠାକୁର, ବନସୁରୀ ସ୍ବରାଜ ଏବଂ ହେମାଙ୍ଗ ଜୋଶୀ ପ୍ରମୁଖ ଅପରାହ୍ନ ୧.୩୦ରେ ଥାନାରେ ପହଞ୍ଚିଥିଲେ। ସେମାନେ ଥାନା ପରିସରରେ ଥିବା ନୂଆଦିଲ୍ଲୀ ଜିଲାର ଡିଏସ୍‌ପି ଦେବେଶ ମହଲାଙ୍କ ଅଫିସରେ ପହଞ୍ଚି ଅଭିଯୋଗ କରିଥିଲେ। ଏଥିରେ ସିଧାସଳଖ ଭାବେ ରାହୁଲଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା।
ଅଭିଯୋଗ କପରେ ଅନୁରାଗ ଠାକୁର କହିଛନ୍ତି, ରାହୁଲଙ୍କ ବିରୋଧରେ ଅଭିଯୋଗ କରିଛୁ। ଆଜି ସଂସଦରେ ଯାହା ସବୁ ଘଟିଛି ପୋଲିସକୁ ସମସ୍ତ ବିଷୟ ଜଣାଯାଇଛି। ରାହୁଲଙ୍କ ଯେଉଁଭଳି ବ୍ୟବହାର ତାକୁ ଦେଖିଲେ ଲାଗୁଛି ସେ ଆଇନରୁ ଉପରେ ବୋଲି ଭାବୁଛନ୍ତି, ଗାନ୍ଧି ପରିବାର ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ବିବେଚନା କରିଥାଏ। ସେ ନାଗାଲାଣ୍ଡର ମହିଳା ଏମ୍‌ପିଙ୍କୁ ବହୁତ ଅହଙ୍କାର ସହ ଅସଦାଚରଣ କରିଛନ୍ତି। ଆକ୍ରମଣ କରିବା ଏବଂ ଉକୁସାଇବା କାମ ରାହୁଲଙ୍କ କାମ। ତେବେ ଅନୁରାଗ ଠାକୁର କହିଛନ୍ତି ଯେ ନିଜର ଅଭିଯୋଗରେ ବିଏନ୍‌ଏସ୍‌ର ଧାରା ୧୦୯,୧୧୫,୧୨୫, ୧୩୧ ଏବଂ ୩୫୧ ଅଧୀନରେ ଦିଆଯାଇଛି।
ଆସନ୍ତୁ ଜାଣିବା ଏସବୁ ଧାରାରେ କେଉଁ ଅଭିଯୋଗ ଲଗାଯାଇଛି।
-ଧାରା ୧୦୯-ହତ୍ୟାର ପ୍ରୟାସ
-ଧାରା ୧୧୫- ନିଜ ଇଚ୍ଛାରେ ଆଘାତ ପହଞ୍ଚାଇବା
-ଧାରା ୧୧୭- ନିଜ ଇଚ୍ଛାରେ ଗଭୀର ଆଘାତ ଦେବା
-ଧାରା ୧୨୫- ଅନ୍ୟର ଜୀବନ ନଚେତ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା କାର୍ଯ୍ୟ
-ଧାରା ୧୩୧-ଅପରାଧିକ ଶକ୍ତିର ପ୍ରୟୋଗ
-ଧାରା ୩୫୧- ଅପରାଧିକ ଧମକ
-ଧାରା ୩)(୫)- ଭାରତୀୟ ନ୍ୟାୟ ସଂହିତାର ସାମାନ୍ୟ ଇଚ୍ଛା
ଅପରପକ୍ଷେ କଂଗ୍ରେସ ଭାଜପା ବିରୋଧରେ ପାର୍ଲାମେଣ୍ଟ ଏସ୍‌ପି ଅଜୟ କୁମାରଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଦଳ ନିଜର ଅଭିଯୋଗରେ ଭାଜପା ଏମ୍‌ପିଙ୍କ ଉପରେ ଜାଣିଶୁଣୀ ରାସ୍ତା ରୋକିବା ଏବଂ ଠେଲାପେଲା କରିବା ଅଭିଯୋଗ ଲଗାଇଛି। କଂଗ୍ରେସ ଅଭିଯୋଗରେ କହିଛି ଯେ ‘ଭାଜପାର ଏହା ଷଡ଼ଯନ୍ତ୍ର। ଆମେ ବିରୋଧ କରିବା ଲାଗି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀଠାରୁ ମକର ଦ୍ୱାର ଯାଏ ଶାନ୍ତିପୂର୍ବକ ଯାତ୍ରା କରିବାକୁ ଚାହୁଁଥିଲୁ। ହେଲେ ତାହା କରାଇ ଦିଆଯାଇନାହିଁ।ଭାଜପା ଏମ୍‌ପିଙ୍କ ହାତରେ ଲାଠି କେଉଁ କାରଣରୁ ଥିଲା? ଏହା ବଡ଼ ଷଡ଼ଯନ୍ତ୍ର। ଖଡ୍‌ଗେଙ୍କୁ ଜାଣିଶୁଣି ଧକ୍କା ଦେଇ ତଳେ ପକାଇ ଦିଆଯାଇଥିଲା। ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏସ୍‌ସି/ଏସ୍‌ସି ଆକ୍ଟ ମଧ୍ୟ ଲଗାଯିବା ଉଚିତ।’

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri