Posted inଜାତୀୟ

ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଲା ଠେଲାପେଲା କାଣ୍ଡ, ଜାଣନ୍ତୁ କେଉଁ କେଉଁ ଧାରାରେ ପଞ୍ଜିକୃତ ହେଲା ଅଭିଯୋଗ…

ନୂଆଦିଲ୍ଲୀ,୧୯।୧୨: ସଂସଦରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଗୁରୁବାର ହୋଇଥିବା ମୁହାଁମୁହିଁ ସ୍ଥିତିକୁ ନେଇ ରାଜନୀତି ସରଗରମ ରହିଛି। ଘଟଣାକୁ ନେଇ ଉଭୟ ଦଳର ପ୍ରତିନିଧି ପାର୍ଲାମେଣ୍ଟ ଷ୍ଟ୍ରିଟ୍‌ ଥାନାରେ ପହଞ୍ଚିଛନ୍ତି। ପ୍ରଥମେ ଭାଜପା ଏମ୍‌ପି ଅନୁରାଗ ଠାକୁର, ବନସୁରୀ ସ୍ବରାଜ ଏବଂ ହେମାଙ୍ଗ ଜୋଶୀ ପ୍ରମୁଖ ଅପରାହ୍ନ ୧.୩୦ରେ ଥାନାରେ ପହଞ୍ଚିଥିଲେ। ସେମାନେ ଥାନା ପରିସରରେ ଥିବା ନୂଆଦିଲ୍ଲୀ ଜିଲାର ଡିଏସ୍‌ପି ଦେବେଶ ମହଲାଙ୍କ ଅଫିସରେ ପହଞ୍ଚି ଅଭିଯୋଗ କରିଥିଲେ। ଏଥିରେ ସିଧାସଳଖ ଭାବେ ରାହୁଲଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା।
ଅଭିଯୋଗ କପରେ ଅନୁରାଗ ଠାକୁର କହିଛନ୍ତି, ରାହୁଲଙ୍କ ବିରୋଧରେ ଅଭିଯୋଗ କରିଛୁ। ଆଜି ସଂସଦରେ ଯାହା ସବୁ ଘଟିଛି ପୋଲିସକୁ ସମସ୍ତ ବିଷୟ ଜଣାଯାଇଛି। ରାହୁଲଙ୍କ ଯେଉଁଭଳି ବ୍ୟବହାର ତାକୁ ଦେଖିଲେ ଲାଗୁଛି ସେ ଆଇନରୁ ଉପରେ ବୋଲି ଭାବୁଛନ୍ତି, ଗାନ୍ଧି ପରିବାର ନିଜକୁ ଆଇନର ଊର୍ଦ୍ଧ୍ୱରେ ବୋଲି ବିବେଚନା କରିଥାଏ। ସେ ନାଗାଲାଣ୍ଡର ମହିଳା ଏମ୍‌ପିଙ୍କୁ ବହୁତ ଅହଙ୍କାର ସହ ଅସଦାଚରଣ କରିଛନ୍ତି। ଆକ୍ରମଣ କରିବା ଏବଂ ଉକୁସାଇବା କାମ ରାହୁଲଙ୍କ କାମ। ତେବେ ଅନୁରାଗ ଠାକୁର କହିଛନ୍ତି ଯେ ନିଜର ଅଭିଯୋଗରେ ବିଏନ୍‌ଏସ୍‌ର ଧାରା ୧୦୯,୧୧୫,୧୨୫, ୧୩୧ ଏବଂ ୩୫୧ ଅଧୀନରେ ଦିଆଯାଇଛି।
ଆସନ୍ତୁ ଜାଣିବା ଏସବୁ ଧାରାରେ କେଉଁ ଅଭିଯୋଗ ଲଗାଯାଇଛି।
-ଧାରା ୧୦୯-ହତ୍ୟାର ପ୍ରୟାସ
-ଧାରା ୧୧୫- ନିଜ ଇଚ୍ଛାରେ ଆଘାତ ପହଞ୍ଚାଇବା
-ଧାରା ୧୧୭- ନିଜ ଇଚ୍ଛାରେ ଗଭୀର ଆଘାତ ଦେବା
-ଧାରା ୧୨୫- ଅନ୍ୟର ଜୀବନ ନଚେତ ବ୍ୟକ୍ତିଗତ ସୁରକ୍ଷାକୁ ବିପଦରେ ପକାଇବା କାର୍ଯ୍ୟ
-ଧାରା ୧୩୧-ଅପରାଧିକ ଶକ୍ତିର ପ୍ରୟୋଗ
-ଧାରା ୩୫୧- ଅପରାଧିକ ଧମକ
-ଧାରା ୩)(୫)- ଭାରତୀୟ ନ୍ୟାୟ ସଂହିତାର ସାମାନ୍ୟ ଇଚ୍ଛା
ଅପରପକ୍ଷେ କଂଗ୍ରେସ ଭାଜପା ବିରୋଧରେ ପାର୍ଲାମେଣ୍ଟ ଏସ୍‌ପି ଅଜୟ କୁମାରଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ଦଳ ନିଜର ଅଭିଯୋଗରେ ଭାଜପା ଏମ୍‌ପିଙ୍କ ଉପରେ ଜାଣିଶୁଣୀ ରାସ୍ତା ରୋକିବା ଏବଂ ଠେଲାପେଲା କରିବା ଅଭିଯୋଗ ଲଗାଇଛି। କଂଗ୍ରେସ ଅଭିଯୋଗରେ କହିଛି ଯେ ‘ଭାଜପାର ଏହା ଷଡ଼ଯନ୍ତ୍ର। ଆମେ ବିରୋଧ କରିବା ଲାଗି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀଠାରୁ ମକର ଦ୍ୱାର ଯାଏ ଶାନ୍ତିପୂର୍ବକ ଯାତ୍ରା କରିବାକୁ ଚାହୁଁଥିଲୁ। ହେଲେ ତାହା କରାଇ ଦିଆଯାଇନାହିଁ।ଭାଜପା ଏମ୍‌ପିଙ୍କ ହାତରେ ଲାଠି କେଉଁ କାରଣରୁ ଥିଲା? ଏହା ବଡ଼ ଷଡ଼ଯନ୍ତ୍ର। ଖଡ୍‌ଗେଙ୍କୁ ଜାଣିଶୁଣି ଧକ୍କା ଦେଇ ତଳେ ପକାଇ ଦିଆଯାଇଥିଲା। ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏସ୍‌ସି/ଏସ୍‌ସି ଆକ୍ଟ ମଧ୍ୟ ଲଗାଯିବା ଉଚିତ।’

Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri