ଏସ୍‌ସିଏସ୍‌: ଚାଇନା-ଆମେରିକା ମୁହାଁମୁହିଁ

ଓ୍ବାଶିଂଟନ୍‌,୧୪ା୮: ଦକ୍ଷିଣ ଚାଇନା ସାଗର(ଏସ୍‌ସିଏସ୍‌)ରେ ଆଧିପତ୍ୟ ବିସ୍ତାର କରିଆସିଥିବା ଚାଇନା ପୁଣିଥରେ ଏହି ସାମୁଦ୍ରିକ ଜଳରାଶି ଉପରେ ଆମେରିକୀୟ ନୌସେନା ସହ ମୁହାଁମୁହିଁ ହୋଇଛି। ଚାଇନା ନୌସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ, ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ଏସ୍‌ସିଏସ୍‌ରେ ଥିବା ଚାଇନାର ଜଳକ୍ଷେତ୍ରକୁ ଚାଲିଆସିଥିଲା। ଏହାକୁ ଚାଇନା ନୌସେନା ଘଉଡ଼ାଇଦେଇଛି। ଅନ୍ୟପକ୍ଷେ ଆମେରିକା ନିଜ ଅପରେଶନ୍‌କୁ ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବୈଧ ବୋଲି ଦର୍ଶାଇଛି।
ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ)ର ସର୍ଦ୍ଦର୍ନ ଥିଏଟର କମାଣ୍ଡ ପକ୍ଷରୁ ବୁଧବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଏସ୍‌ସିଏସ୍‌ର ରଣନୈତିକ କ୍ଷେତ୍ର ସ୍କାରବୋରୋ ଶୋଲ୍‌କୁ ଆମେରିକାର ଏକ ଯୁଦ୍ଧଜାହାଜ ବିନା ଅନୁମତିରେ ବେଆଇନ ଭାବେ ଅନୁପ୍ରବେଶ କରି ଆସିଥିଲା। ଚାଇନା ନ୍ୟାଭି ଆମେରିକା ନୌସେନାର ଡେଷ୍ଟ୍ରୟର ୟୁଏସ୍‌ଏସ୍‌ ହିଗିନ୍ସର ଗତିବିଧି ଟ୍ରାକ୍‌ କରିବା ସହ ଏହାକୁ ଘଉଡ଼ାଇଦେଇଛି। ଆମେରିକା ସେନାର କାର୍ଯ୍ୟ ଚାଇନାର ସାର୍ବଭୌମତ୍ୱ ଓ ସୁରକ୍ଷା ପ୍ରତି ଗମ୍ଭୀର ହସ୍ତକ୍ଷେପ, ଯାହାକି ଦକ୍ଷିଣ ଚାଇନା ସାଗରରେ ଶାନ୍ତି ଓ ସ୍ଥିରତାକୁ ନୂ୍ୟନ କରିଦେଉଛି ବୋଲି ଏଥିରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷେ ଚାଇନାର ଏଭଳି ଅଭିଯୋଗକୁ ଆମେରିକା ନୌସେନା ଖଣ୍ଡନ କରିଛି। ଏହି ଅପରେଶନ୍‌ ଏକ ଆଇନଗତ ଅଧିକାର। ଉକ୍ତ ମିଶନ୍‌ର ଲକ୍ଷ୍ୟ ହେଉଛି ବିସ୍ତାରବାଦୀ ଚାଇନା ତାଇଓ୍ବାନ୍‌ ଉଦ୍ଦେଶ୍ୟରେ ଲଗାଉଥିବା କଟକଣାଗୁଡ଼ିକୁ ହଟାଇବା। ହିଗିନ୍ସ ଏବେ ମଧ୍ୟ ନିଜ ଅପରେଶନ୍‌ରେ ନିୟୋଜିତ ରହିଛି। ଏହି ମିଶନ୍‌ ସମ୍ପର୍କରେ ଚାଇନାର ଦାବି ସମ୍ପୂର୍ଣ୍ଣ ମିଛ ବୋଲି ୟୁଏସ୍‌ ସେଭେନ୍ଥ ଫ୍ଲିଟ୍‌ ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ ସାରାହ ମେରିଲ୍ଲ ବ୍ଲୁମ୍‌ବର୍ଗକୁ ଏକ ଇ-ମେଲ୍‌ ଯୋଗେ ଜଣାଇଛନ୍ତି। ଚାଇନା ଯାହା କହିଲେ ବି ଆମକୁ ଫରକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଟାରିଫ୍‌କୁ ନେଇ ଆମେରିକା ଓ ଚାଇନା ମଧ୍ୟେରେ ଉତ୍ତେଜନା ବଢ଼ିଥିବାବେଳେ ଏ ହି ଘଟଣା ବିଶ୍ୱର ଦୁଇ ବୃହତ୍‌ ଅର୍ଥନୀତିର ସମ୍ପର୍କରେ ଆହୁରି ତିକ୍ତତା ଭରିଦେଇଛି।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଚାଇନା ସାଗର ଦୀର୍ଘବର୍ଷ ଧରି ଚାଇନା ଓ ଆମେରିକା ମଧ୍ୟରେ ବିବାଦର କେନ୍ଦ୍ରବିନ୍ଦୁ ହୋଇଆସିଛି। ୨୦୧୬ରେ ନେଦରଲାଣ୍ଡ୍ସସ୍ଥିତ ଅନ୍ତର୍ଜାତୀୟ ଆର୍ବିଟ୍ରେଶନ୍‌ ଅଦାଲତ ଦେଇଥିବା ରାୟକୁ ଚାଇନା ଅମାନ୍ୟ କରି ଏସ୍‌ସିଏସ୍‌ ଉପରେ ନିଜ ଆଧିପତ୍ୟ ଜାହିର କରିଥାଏ। ଏହାର ବିସ୍ତୃତ ଜଳରାଶି ଉପରେ ଚାଇନାର କ୍ଷେତ୍ରିୟ ଦାବି ସହ ପଡ଼ୋଶୀ ଦେଶ ଜାହାଜଗୁଡ଼ିକର ଗତିବିଧି ଅନେକ ସମୟରେ ଚର୍ଚ୍ଚାର ବିଷୟ ହୋଇଥାଏ। ସ୍କାରବୋରୋ ଶୋଲ୍‌ରେ ମଙ୍ଗଳବାର ଦୁଇଟି ଚାଇନା ଜାହାଜ ମଧ୍ୟରୁ ଗୋଟିଏ ସହ ଫିଲିପାଇନ୍ସ କୋଷ୍ଟ୍‌ ଗାର୍ଡର ଏକ ଜାହାଜ ଧକ୍କା ହୋଇଥିଲା। ଏଥିପାଇଁ ବେଜିଂ ମାନିଲାକୁ ଦୋଷ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ଗୁଜରାଟର କମ୍ପାନୀରେ କାମ କରୁଥିଲେ ଯୋଗେନ୍ଦ୍ର, ଡ୍ୟୁଟିରୁ ଫେରିବାବେଳେ ଘଟିଲା…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ(୫୫)ଙ୍କ ଗୁଜରାଟର ପାଟଣା ସହରରେ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ତାଙ୍କ ମୃତଦେହ…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ରାମାୟଣ ମଞ୍ଚସ୍ଥ ପାଇଁ ଚାଲିଥିଲା ପ୍ରସ୍ତୁତି: ଘଟିଲା ବଡ଼ ଅଘଟଣ, ଲାଇଟ୍‌ ଲଗାଉଥିବାବେଳେ ଯୁବକଙ୍କୁ…

ଦିଗପହଣ୍ଡି,୨୧ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିରେ ଥିବା ମା ’ ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ପାଇଁ ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri