Posted inଫୁରସତ

ଇନଷ୍ଟାଗ୍ରାମ ରିଲ୍ସ ସ୍କ୍ରୋଲିଂ ମଦ ପିଇବା ସହ ସମାନ, ମସ୍ତିଷ୍କ ପାଇଁ ଭୟଙ୍କର କ୍ଷତିକାରକ

ନୂଆଦିଲ୍ଲୀ,୨୧ା୮: ଇନଷ୍ଟାଗ୍ରାମ ରିଲ୍ସ, ଟିକଟକ କିମ୍ବା ୟୁଟ୍ୟୁବ ସର୍ଟସ ସ୍କ୍ରୋଲିଂ ସମୟ କାଟିବାର ଏକ ସାଧାରଣ ମନେହୁଏ, କିନ୍ତୁ ନ୍ୟୁରୋସାଇନ୍ଟିଷ୍ଟମାନେ ଚେତାବନୀ ଦେଇଛନ୍ତି ଯେ ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ।

ନ୍ୟୁରୋଇମେଜ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ ତିଆନଜିନ ନର୍ମାଲ ବିଶ୍ୱବିଦ୍ୟାଳୟର ପ୍ରଫେସର କିଆଙ୍ଗ ୱାଙ୍ଗ କହିଛନ୍ତି, ଅତ୍ୟଧିକ ସର୍ଟ-ଫର୍ମ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ରିୱାର୍ଡ ପାଥୱେରେ ଅଧିକ କାର୍ଯ୍ୟକଳାପ ଦେଖାଯାଏ, ଯାହା ମଦ କିମ୍ବା ଜୁଆ ଭଳି ନିଶା ସମୟରେ ହୁଏ। ଚାଇନାରେ ବ୍ୟବହାରକାରୀମାନେ ଦୈନିକ ହାରାହାରି ୧୫୧ ମିନିଟ ଏହି ଭିଡିଓ ଦେଖନ୍ତି, ଯାହା ଧ୍ୟାନ, ନିଦ୍ରା ଓ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇ ଡିପ୍ରେସନ ଆଦି ବୃଦ୍ଧି କରେ।

ଫରିଦାବାଦର ମାରେଙ୍ଗୋ ଏସିଆ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. କୁନାଲ ବାହରାନୀ କହିଛନ୍ତି, ସର୍ଟ ଭିଡିଓ ଦେଖିବା ମସ୍ତିଷ୍କରେ ଡୋପାମାଇନ ସ୍ତର ବୃଦ୍ଧି କରେ, ଯାହା ଆନନ୍ଦ ଓ ପୁରସ୍କାର ଅନୁଭବ କରାଏ। ଏହା ଅତ୍ୟଧିକ ହେଲେ ମସ୍ତିଷ୍କର ରିୱାର୍ଡ ସିଷ୍ଟମକୁ ‘ହାଇଜାକ’ କରି ନିଶାରେ ପରିଣତ ହୁଏ। ଏହା ପ୍ରିଫ୍ରଣ୍ଟାଲ କର୍ଟେକ୍ସକୁ ସଙ୍କୁଚିତ କରି ଧ୍ୟାନ, ଆତ୍ମନିୟନ୍ତ୍ରଣ ଓ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଦୁର୍ବଳ କରେ। ରାତିରେ ଅତ୍ୟଧିକ ସ୍କ୍ରୋଲିଂ ହିପୋକାମ୍ପସକୁ ପ୍ରଭାବିତ କରି ସ୍ମୃତି ଓ ଶିକ୍ଷଣ କ୍ଷମତା ହ୍ରାସ କରେ।

ଡ. ବାହରାନୀ ପରାମର୍ଶ ଦେଇଛନ୍ତି ଯେ, ଦୈନିକ ୨-୩ ଘଣ୍ଟାରୁ ଅଧିକ ସ୍କ୍ରିନ ଟାଇମ ମସ୍ତିଷ୍କ ପାଇଁ ‘ଡିଜିଟାଲ ଇଣ୍ଟକ୍ସିକେସନ’ ସୃଷ୍ଟି କରିପାରେ, ଯାହା ଦୀର୍ଘକାଳୀନ ଭାବେ ‘ଡିଜିଟାଲ ଡିମେନ୍ସିଆ’ରେ ପରିଣତ ହୋଇପାରେ। ସୀମିତ ବ୍ୟବହାର ଓ ମଧ୍ୟମ ପନ୍ଥା ଅବଲମ୍ବନ ଏହି ନିଶାରୁ ରକ୍ଷା ପାଇଁ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଭାଜପା ବିଧାୟକଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଅହମ୍ମଦାବାଦ୍‌,୭।୩:ଗୁଜରାଟରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)ର ବିଧାୟକ ଗୋବିନ୍ଦ ପରମାରଙ୍କର ପରଲୋକ ଘଟିଛି। ଦଳୀୟ ନେତାମାନେ ନିଶ୍ଚିତ କରିଛନ୍ତି ଯେ, ପରମାର ଆନନ୍ଦ ଜିଲାର ଉମରେଥ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri