ନୂଆଦିଲ୍ଲୀ,୧ା୨: ଜୁନରେ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍ ଲାଗି ସ୍କଟଲାଣ୍ଡ ଓ ଆୟର୍ଲାଣ୍ଡ ରବିବାର ଯୋଗ୍ୟତା ଅର୍ଜନ କରିଛନ୍ତି। ନେପାଳର କିର୍ତିପୁରଠାରେ ଚାଲିଥିବା କ୍ୱାଲିଫାୟର୍ସ ସୁପର-୬ରେ ଖେଳାଯାଇଥିବା ମ୍ୟାଚ୍ରେ ଆୟର୍ଲାଣ୍ଡ ୬୨ ରନରେ ଥାଇଲାଣ୍ଡକୁ ଏବଂ ସ୍କଟଲାଣ୍ଡ ୪୧ ରନରେ ଆମେରିକାକୁ ହରାଇ ଏହି ସଫଳତା ହାସଲ କରିଛନ୍ତି।
ଗତ ବୁଧବାର ବାଂଲାଦେଶ ଓ ନେଦରଲାଣ୍ଡ୍ସ ପ୍ରଥମ ଦୁଇ ଦଳ ଭାବେ ସୁପର ୬ ପଏଣ୍ଟ ଟେବୁଲରେ ଶୀର୍ଷରେ ରହି ବିଶ୍ୱକପ୍ରେ ସ୍ଥାନ ପକ୍କା କରିଥିଲେ। ଏହି ତାଲିକାରେ ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଜୁନ ୧୨ ତାରିଖରୁ ଇଂଲଣ୍ଡରେ ହେବାକୁ ଥିବା ମହିଳା ଟି୨୦ ବିଶ୍ୱକପ୍ରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ଅଂଶଗ୍ରହଣକାରୀଙ୍କ ତାଲିକାରେ ନେଦରଲାଣ୍ଡ୍ସ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି।

