Posted inଜାତୀୟ

‘ଉଡାଣ’ ଯୋଜନାରେ ଉତ୍ତର ପ୍ରଦେଶ କୁଶିନଗର ସମେତ ୪ ସହରରେ ହେବ ବିମାନ ବନ୍ଦର: ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯ ।୯: କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ତାଙ୍କ ମନ୍ତ୍ରଣ।।ଳୟର ଯୋଜନା ଓ କାର୍ଯ୍ୟକୁ ନେଇ ବଡ ଘୋଷଣା କରିଛନ୍ତି । ଦେଶରେ ୪ଟି ନୂଆ ବିମାନ ବନ୍ଦର ନିର୍ମାଣ ଓ ‘ଉଡାଣ’ ଯୋଜନାର ଅବଧି ୩୦ ଅଗଷ୍ଟରୁ ବୃଦ୍ଧି କରି ୩୦ ନଭେମ୍ବର କରିବାକୁ ଘୋଷଣା କରିଛନ୍ତି । ନୂଆ ବିମାନ ବନ୍ଦର ମଧ୍ୟରୁ ଗୋଟିଏ ଉତ୍ତର ପ୍ରଦେଶର କୁଶିନଗରରେ ହେବ ବୋଲି ସେ କହିଛନ୍ତି । ‘ଉଡାଣ’ ଯୋଜନା ଅଧିନରେ ଆସନ୍ତା ୧୦୦ ଦିନ ମଧ୍ୟରେ ୪ ନୂଆ ବିମାନ ବନ୍ଦର ନିର୍ମାଣ ଲକ୍ଷ୍ୟ ଥିବା ସିନ୍ଧିଆ କହିଛନ୍ତି । ଏଗୁଡିକ ହେଲା ଗୁଜରାଟରେ କେଶୋଦ, ଝାଡ଼ଖଣ୍ଡରେ ଦେବଘର, ମହାରାଷ୍ଟ୍ରରେ ଗୋନ୍ଦିୟା ଓ ସିନ୍ଧୁଦୁର୍ଗ, ଉତ୍ତର ପ୍ରଦେଶର କୁଶିନଗରରେ ଏହି ବିମାନବନ୍ଦର ନିର୍ମାଣ କରାଯିବ । ସେହିପରି ହିମାଚଳ ପ୍ରଦେଶରେ ୪ ଓ ଉତ୍ତରାଖଣ୍ଡରେ ୨ଟି ହେଲିପ୍ୟାଡ ନିର୍ମାଣ କରାଯିବ । ଉଡାଣ ଯୋଜନା ଅଧିନରେ ଆଗାମୀ ୧୦୦ ଦିନ ମଧ୍ୟରେ ୫୦ ନୂଆ ରୁଟର ଶୁଭାରମ୍ଭ କରାଯିବ, ସେଥିମଧ୍ୟରୁ ୩୦ଟିର ଆରମ୍ଭ ଅକ୍ଟୋବର ମାସରେ କରାଯିବ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ପ୍ରଥମ ବିମାନବନ୍ଦର ଉତ୍ତର ପ୍ରଦେଶର କୁଶିନଗରରେ ୨୫୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବାକୁ ଯୋଜନା ରହିଛି । ଏଠାେରେ ଏୟାରବସ ୩୨୧ ଓ ବୋଇଂ ୭୩୭ ଭଳି ବିମାନ ଅବତରଣ ହୋଇପାରିବ ଏହା ବୈଦ୍ଧ ସର୍କିଟର କେନ୍ଦ୍ର ବିନ୍ଦୁ ପାଳଟିବ ବୋଲି ସିନ୍ଧିଆ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri