୨୧ରୁ ଖୋଲିବ ସ୍କୁଲ: ଜାରି ହେଲା ମାର୍ଗଦର୍ଶିକା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ଥିବା ସ୍କୁଲ ସେପ୍ଟେମ୍ବର ୨୧ରୁ ଖୋଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ। ଏନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସ୍କୁଲ ଆସିବାକୁ ଚାହୁଁଥିବା ଶିକ୍ଷାର୍ଥୀଙ୍କୁ ଅଭିଭାବକଙ୍କ ଅନୁମତି ପତ୍ର ଆଣିବାକୁ ପଡ଼ିବ। ସ୍କୁଲ କକ୍ଷରେ ପ୍ରତି ଶିକ୍ଷାର୍ଥୀଙ୍କ ମଧ୍ୟରେ ୬ ମିଟର ଦୂରତା ବଜାୟ ରଖିବାକୁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଏହା ସହିତ ମାସ୍କ, ଫେସ୍‌ କଭର ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ବାୟୋମେଟ୍ରିକ୍‌ ଆଟେଣ୍ଡାନ୍ସ୍‌ର ବ୍ୟବହାର କରାଯିବ ନାହିଁ ବୋଲି କୁହାଯାଇଛି। ଯେଉଁ ସ୍କୁଲ ଗୁଡ଼ିକରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରାଯାଇଥିଲା। ସେସବୁ ସ୍କୁଲକୁ ସମ୍ପୂର୍ଣ୍ଣ ସଂକ୍ରମଣ ମୁକ୍ତ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସ୍କୁଲ ଗେଟ୍‌ ପାଖରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜରର ବ୍ୟବସ୍ଥା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସ୍କୁଲରେ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବା ଲାଗି ଅନୁମତି ଦିଆଯାଇଛି। ଅସୁସ୍ଥ ଥିବା କର୍ମଚାରୀ ଏବଂ ଗର୍ଭବତୀ କର୍ମଚାରୀଙ୍କୁ ସ୍କୁଲକୁ ଆସିବାକୁ ବାରଣ କରାଯାଇଛି। ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ମଧ୍ୟରେ ପେନ୍‌, ପେନସିଲ୍‌, ରବର, ନୋଟ୍‌ବୁକ୍‌ ଆଦିର ଶେୟାରିଂ କରାଯିବ ନାହିଁ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି। ସ୍କୁଲରେ ପ୍ରାର୍ଥନା ଏବଂ ଖେଳକୁଦ ହେବ ନାହିଁ। ସମସ୍ତ ଏୟାର କଣ୍ଡସନରକୁ ୨୪ରୁ ୩୦ ଡିଗ୍ରୀ ତାପମାତ୍ରାରେ ରଖାଯିବ। ବାୟୁଚଳାଚଳର ବ୍ୟବସ୍ଥା ଥିବା କକ୍ଷରେ ପାଠପଢ଼ା କରାଯିବ। ଆରୋଗ୍ୟ ସେତୁ ଆପ୍‌ ଦ୍ୱାରା ସୂଚନା ପାଇଁ କମ୍‌ ସେ କମ୍‌ ଗୋଟିଏ ସ୍ମାର୍ଟଫୋନ୍‌ ରହିବା ଆବଶ୍ୟକ। ସେହିପରି କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲ ଗୁଡ଼ିକ ଖୋଲିପାରିବ। ତେବେ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ଥିବା ସ୍କୁଲ ପୂର୍ବପରି ବନ୍ଦ ରହିବ। ପ୍ରତି ସ୍କୁଲରେ ଆଇସୋଲେଶନ ରୁମ୍‌ ରହିବା ବାଧ୍ୟତାମୂଳକ। ଆବଶ୍ୟକସ୍ଥଳେ ଅସୁସ୍ଥ କର୍ମଚାରୀ ଅବା ଶିକ୍ଷାର୍ଥୀଙ୍କୁ ଏଠାରେ ରଖାଯାଇ ପାରିବ ବୋଲି ମାର୍ଗଦର୍ଶିକାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri