ଖୋଲିବ ସ୍କୁଲ, ମଧ୍ୟାହ୍ନ ଭୋଜନ ମିଳିବ କି ନାହିଁ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୫।୬: ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି। ମଙ୍ଗଳବାର ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶନାମା ଅନୁସାରେ, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରୀଛାତ୍ର ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଆଉ ମାତ୍ର ୨ ଦିନ ପରେ ସ୍କୁଲ ଖୋଲିବ । ତା’ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ବଳକା ରହିଥିବା ଚାଉଳ, ତେଲ, ଡାଲି, ସୋୟାବଡ଼ି ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀର ମାନ ଠିକ ଅଛି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି।

ସେହିପରି ପ୍ରଥମ ଦିନର ମଧ୍ୟାହ୍ନଭୋଜନରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନ ହୁଏ ସେ ଦିଗରେ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସିଆରସିସିମାନେ ନିୟମିତ ଭାବେ ଯାଞ୍ଚ କରିବେ। ରୋଷେଇ ହେଉଥିବା ସ୍ଥାନର ସ୍ବଚ୍ଛତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି। ରୋଷେୟା-ସହାୟକ, ପାନୀୟ ଜଳ ଓ ମଧ୍ୟାହ୍ନ ଭୋଜନ ଉପାଦାନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଲେସ୍‌ ଟେଣ୍ଡର ପକାଇବେ ନାହିଁ ଠିକାଦାର, ନୂଆ ନିୟମ ଅନୁସାରେ ହେବ ଏମିତି…

ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

କିଏ ନେବେ ଅଜିତ ପାୱାରଙ୍କ ସ୍ଥାନ? ଚର୍ଚ୍ଚାରେ ଏହି ନାଁ, ବଡ଼ ସଙ୍କେତ ଦେଲା ଭାଜପା

ମୁମ୍ବାଇ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଛାୟା ଖେଳିଯାଇଛି। ଲୋକମାନେ ପାୱାରଙ୍କୁ ସ୍ନେହରେ “ଦାଦା” ବୋଲି ଡାକୁଥିଲେ।…

T20 Wolrd Cup ପରେ କୋଚ ପଦରୁ ଗୌତମ ଗମ୍ଭୀରଙ୍କୁ ମିଳିବ ଛୁଟି? BCCI କଲା ସ୍ପଷ୍ଟ

ନୂଆଦିଲ୍ଲୀ,୨୯।୧: ଗୌତମ ଗମ୍ଭୀର ପ୍ରଶିକ୍ଷକ ହେବା ପରେ, ଭାରତୀୟ କ୍ରିକେଟ ଦଳ ଅଭୂତପୂର୍ବ ଅଭିଜ୍ଞତା ଅନୁଭବ କରିଥିଲା। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଘରୋଇ ଟେଷ୍ଟ ହ୍ବାଇଟଓ୍ବାଶ, ସର୍ବନିମ୍ନ ଘରୋଇ…

ଅଜିତ ପାଓ୍ବାରଙ୍କ ମୃତ୍ୟୁର ୨୫ ଦିନ ପୂର୍ବରୁ ହୋଇଥିଲା ଏମିତି ଭବିଷ୍ୟବାଣୀ, ଭିଡିଓ ଭାଇରାଲ ପରେ…

ମୁମ୍ବାଇ,୨୯ା୧: ବୁଧବାର ମହାରାଷ୍ଟ୍ର ରାଜନୀତି ପାଇଁ ଏକ ଦୁଃଖଦ ଦିନ ଥିଲା, କାରଣ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ଏକ ବିମାନ ଦୁର୍ଘଟଣାରେ ମୃ୍‌ତ୍ୟୁ ଘଟିଛି। ଏହି ଦୁର୍ଘଟଣା…

ଖଣ୍ଡଗିରିରେ ଜମୁଛି ବାବାଙ୍କ ଆସର: କିଏ ପ୍ରେମରେ ବିଫଳ ତ, ଆଉ କିଏ ମଶାରୀ ଭିତରେ…

ଭୁବନେଶ୍ୱର,୨୯ା୧(ସୌମ୍ୟରଞ୍ଜନ ରାଉତ): ଚାଲିଛି ଖଣ୍ଡଗିରି କୁମ୍ଭମେଳା।  ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ…

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଶେଷ ଶବ୍ଦ ‘ଓଃ ସିଟ୍…

ପୁଣେ,୨୯।୧: ବୁଧବାର ଦିନ ମହାରାଷ୍ଟ୍ରର ବାରାମତିରେ ପ୍ଲେନ କ୍ରାଶ ହୋଇଥିଲା । ମହାରାଷ୍ଚ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା…

ଅବସର ଉପରେ ଆଶ୍ଚର୍ଯ୍ୟଜନକ ବୟାନ ଦେଲେ କେଏଲ ରାହୁଲ, କହିଲେ ‘ମୁଁ ଦଳ ପାଇଁ…’

ନୂଆଦିଲ୍ଲୀ,୨୯।୧: କେଏଲ ରାହୁଲ ଜଣେ ଷ୍ଟାର ଭାରତୀୟ କ୍ରିକେଟର ଯିଏ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିଛନ୍ତି। ତଥାପି, ସେ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଦଳରେ ସାମିଲ…

ଟି-୨୦ ବିଶ୍ୱକପ ପୂର୍ବରୁ ଫୁଟିଲା ମ୍ୟାଚ ଫିକ୍ସିଂ ବୋମା: ଏହି କ୍ରିକେଟର୍‌ ସସ୍‌ପେଣ୍ଡ୍‌

ନୂଆଦିଲ୍ଲୀ,୨୯।୧: ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଆମେରିକା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ଆଇସିସି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆରୋନ ଜୋନ୍ସଙ୍କୁ ନିଲମ୍ବିତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri