Posted inଜାତୀୟ

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼ ଜିଲାରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲ ବଳାତ୍କାର ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ପ୍ରିନ୍ସିପାଲ ତାଙ୍କ ଗଳା ଦବାଇ ହତ୍ୟା କରିଛନ୍ତି। ଏହା ପରେ ସେ ନାବାଳିକାଙ୍କ ମୃତଦେହକୁ ସ୍କୁଲ ହତାରେ ଫିଙ୍ଗିଦେଇଥିଲେ। ପୋଲିସ ୫୫ ବର୍ଷୀୟ ଅଭିଯୁକ୍ତ ଗୋବିନ୍ଦ ନାଟ୍ଟଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ସ୍କୁଲ୍‌ ପରିସରରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ମାମଲା ରୁଜୁକରି ମାମଲାର ତଦନ୍ତ ପାଇଁ ୧୦ ଜଣିଆ ଟିମ୍‌ ଗଠନ କରିଥିଲା।

ନାବାଳିକାଙ୍କ ମାଆଙ୍କ କହିବା ଅନୁଯାୟୀ ଝିଅ ସବୁଦିନ ଭଳି ସେଦିନ ପ୍ରିନ୍ସିପାଲ ଗୋବିନ୍ଦଙ୍କ ସହ ସ୍କୁଲ ଯାଇଥିଲେ। ପ୍ରିନ୍ସିପାଲଙ୍କୁ ଏନେଇ ପୋଲିସ ପଚାରିବାରୁ ସେ ନାବାଳିକାଙ୍କୁ ସ୍କୁଲରେ ଛାଡ଼ି ଅନ୍ୟ କାମରେ ଯାଇଥିବା କହିଥିଲେ। ତେବେ ଫୋନ୍‌ ଲୋକେଶନ ବିବରଣୀ ଯାଞ୍ଚରୁ ପ୍ରିନ୍ସିପାଲ ସେଦିନ ବିଳମ୍ବରେ ସ୍କୁଲରେ ପହଞ୍ଚତ୍ଥିବା ଜଣାପଡ଼ିଥିଲା। ପୋଲିସ ଜେରା କରିବା ପରେ ସେ ଅପରାଧ ସ୍ବୀକାର କରିଥିଲେ। ସ୍କୁଲ୍‌ ପିଲା ଓ ଶିକ୍ଷକଙ୍କ କହିବା ଅନୁଯାୟୀ ସେଦିନ ପ୍ରିନ୍ସିପାଲ ସ୍କୁଲ୍‌କୁ ଆସି ନ ଥିଲେ। ସେ ନାବାଳିକାଙ୍କୁ ନିଜ କାରରେ ନେଇ ଅଧାବାଟରେ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ। ପିଲାଟି ଚିତ୍କାର କରିବାରୁ ପ୍ରିନ୍ସିପାଲ ତାଙ୍କ ପାଟି ବନ୍ଦ କରିବା ପାଇଁ ଗଳା ଦବାଇଦେଇଥିଲେ। ସ୍କୁଲରେ ପହଞ୍ଚତ୍ ସେ ମୃତଦେହକୁ କାରରେ ରଖି ଡୋର ଲକ୍‌ କରିଦେଇଥିଲେ। ଅପରାହ୍ନ ୫ଟାରେ ପ୍ରିନ୍ସିପାଲ ନାବାଳିକାଙ୍କ ମୃତଦେହକୁ ସ୍କୁଲ ବିଲ୍ଡିଂ ପଛପଟେ ପକାଇଦେବା ସହ ତାଙ୍କ ସ୍କୁଲବ୍ୟାଗ୍‌ ଏବଂ ଜୋତାକୁ କ୍ଲାସ୍‌ରୁମ୍‌ରେ ରଖିଦେଇଥିଲେ। ଗୋବିନ୍ଦଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତ ଏବଂ ଶିଶୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍‌ସୋ) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଏହା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କୁବେର ଦିଣ୍ଡୋର କହିବା ସହ ଘଟଣାର ନିନ୍ଦା କରିଛନ୍ତି। ଏଭଳି ଅପରାଧର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri