Posted inଜାତୀୟ

୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲଙ୍କ ବଳାତ୍କାର ଉଦ୍ୟମ: ପ୍ରତିରୋଧ କରିବାରୁ…

ଅହମଦାବାଦ,୨୫ା୯:ଦେଶରେ ଗତ କିଛିଦିନ ହେଲା ମହିଳା ବିରୋଧୀ ଯୌନ ଅପରାଧ ବଢ଼ିବାରେ ଲାଗିଛି। ବଳାତ୍କାରର ପ୍ରତିରୋଧ କଲେ ପୀଡ଼ିତାଙ୍କୁ ବୀଭତ୍ସ ହତ୍ୟା କରାଯାଉଛି। ଗୁଜରାଟର ଦାହୋଡ଼ ଜିଲାରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ୬ ବର୍ଷର ବାଳିକାଙ୍କୁ ସ୍କୁଲ୍‌ ପ୍ରିନ୍ସିପାଲ ବଳାତ୍କାର ଉଦ୍ୟମ କରିଥିଲେ। ସେ ପ୍ରତିରୋଧ କରିବାରୁ ପ୍ରିନ୍ସିପାଲ ତାଙ୍କ ଗଳା ଦବାଇ ହତ୍ୟା କରିଛନ୍ତି। ଏହା ପରେ ସେ ନାବାଳିକାଙ୍କ ମୃତଦେହକୁ ସ୍କୁଲ ହତାରେ ଫିଙ୍ଗିଦେଇଥିଲେ। ପୋଲିସ ୫୫ ବର୍ଷୀୟ ଅଭିଯୁକ୍ତ ଗୋବିନ୍ଦ ନାଟ୍ଟଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ସ୍କୁଲ୍‌ ପରିସରରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ମାମଲା ରୁଜୁକରି ମାମଲାର ତଦନ୍ତ ପାଇଁ ୧୦ ଜଣିଆ ଟିମ୍‌ ଗଠନ କରିଥିଲା।

ନାବାଳିକାଙ୍କ ମାଆଙ୍କ କହିବା ଅନୁଯାୟୀ ଝିଅ ସବୁଦିନ ଭଳି ସେଦିନ ପ୍ରିନ୍ସିପାଲ ଗୋବିନ୍ଦଙ୍କ ସହ ସ୍କୁଲ ଯାଇଥିଲେ। ପ୍ରିନ୍ସିପାଲଙ୍କୁ ଏନେଇ ପୋଲିସ ପଚାରିବାରୁ ସେ ନାବାଳିକାଙ୍କୁ ସ୍କୁଲରେ ଛାଡ଼ି ଅନ୍ୟ କାମରେ ଯାଇଥିବା କହିଥିଲେ। ତେବେ ଫୋନ୍‌ ଲୋକେଶନ ବିବରଣୀ ଯାଞ୍ଚରୁ ପ୍ରିନ୍ସିପାଲ ସେଦିନ ବିଳମ୍ବରେ ସ୍କୁଲରେ ପହଞ୍ଚତ୍ଥିବା ଜଣାପଡ଼ିଥିଲା। ପୋଲିସ ଜେରା କରିବା ପରେ ସେ ଅପରାଧ ସ୍ବୀକାର କରିଥିଲେ। ସ୍କୁଲ୍‌ ପିଲା ଓ ଶିକ୍ଷକଙ୍କ କହିବା ଅନୁଯାୟୀ ସେଦିନ ପ୍ରିନ୍ସିପାଲ ସ୍କୁଲ୍‌କୁ ଆସି ନ ଥିଲେ। ସେ ନାବାଳିକାଙ୍କୁ ନିଜ କାରରେ ନେଇ ଅଧାବାଟରେ ତାଙ୍କୁ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିଥିଲେ। ପିଲାଟି ଚିତ୍କାର କରିବାରୁ ପ୍ରିନ୍ସିପାଲ ତାଙ୍କ ପାଟି ବନ୍ଦ କରିବା ପାଇଁ ଗଳା ଦବାଇଦେଇଥିଲେ। ସ୍କୁଲରେ ପହଞ୍ଚତ୍ ସେ ମୃତଦେହକୁ କାରରେ ରଖି ଡୋର ଲକ୍‌ କରିଦେଇଥିଲେ। ଅପରାହ୍ନ ୫ଟାରେ ପ୍ରିନ୍ସିପାଲ ନାବାଳିକାଙ୍କ ମୃତଦେହକୁ ସ୍କୁଲ ବିଲ୍ଡିଂ ପଛପଟେ ପକାଇଦେବା ସହ ତାଙ୍କ ସ୍କୁଲବ୍ୟାଗ୍‌ ଏବଂ ଜୋତାକୁ କ୍ଲାସ୍‌ରୁମ୍‌ରେ ରଖିଦେଇଥିଲେ। ଗୋବିନ୍ଦଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତ ଏବଂ ଶିଶୁ ଯୌନ ଅପରାଧରୁ ସୁରକ୍ଷା (ପୋକ୍‌ସୋ) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଏହା ସମାଜ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ କୁବେର ଦିଣ୍ଡୋର କହିବା ସହ ଘଟଣାର ନିନ୍ଦା କରିଛନ୍ତି। ଏଭଳି ଅପରାଧର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri