ସ୍କୁଲ କମ୍ପ୍ୟୁଟର ଶିକ୍ଷା ଲକ୍ଷ୍ୟ ବିଫଳ

ଭୁବନେଶ୍ୱର,୧୦।୫(ବ୍ୟୁରୋ):ପ୍ରତିଟି କ୍ଷେତ୍ରରେ ଆଜି କମ୍ପ୍ୟୁଟର ଜ୍ଞାନ ଜରୁରୀ। ତେଣୁ ରାଜ୍ୟରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ୍‌ ସମୟରୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଛୋଟବେଳୁ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। କିନ୍ତୁ ଗୋଟିକ ପରେ ଗୋଟିଏ ଯୋଜନା ଓ ପ୍ରକଳ୍ପ ବନ୍ଦ ହୋଇଯାଉଛି। ପ୍ରଥମେ ‘କାଲ୍‌’ ବା କମ୍ପ୍ୟୁଟର ଏଡେଡ୍‌ ଲର୍ନିଂ ପ୍ରୋଗ୍ରାମ ଏବଂ ପରେ ‘ଆଇସିଟି’ ବା ଇନ୍‌ଫରମେଶନ୍‌ ଆଣ୍ଡ୍‌ କମ୍ୟୁନିକେଶନ ଟେକ୍ନୋଲଜି ପ୍ରୋଗ୍ରାମକୁ ସରକାର ଏକପ୍ରକାର ବନ୍ଦ କରିଦେଇଛନ୍ତି। ଏବେ ଆଇସିଟି ଲାବୋରେଟୋରୀକୁ ଇ-ଲାଇବ୍ରେରୀରେ ପରିଣତ କରାଯାଇଛି। ତେବେ ଏହା କେତେ ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜ୍ୟର ଛାତ୍ରୀଛାତ୍ରଙ୍କୁ ବେସିକ୍‌ ଏକାଡେମିକ୍‌ ଲର୍ନିଂ ସହାୟତା ଯୋଗାଇବା ଲାଗି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘କାଲ୍‌’ ପ୍ରୋଗ୍ରାମ ଆରମ୍ଭ ହୋଇଥିଲା। ୫୪,୭୮୨ ସ୍କୁଲ ମଧ୍ୟରୁ ୩,୫୮୫ ସ୍କୁଲରେ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି, ବିଦ୍ୟୁତ୍‌ ସଂଯୋଗ ଏବଂ ପ୍ରଶିକ୍ଷଣ ଲାଗି ପଞ୍ଚମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବନିମ୍ନ ୧୦୦ ଛାତ୍ରୀଛାତ୍ର ଥିବା ବାଧ୍ୟତାମୂଳକ ହୋଇଥିଲା। ୨୦୦୪-୦୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ୬୦୦ ସ୍କୁଲ ଚୟନ ହୋଇଥିଲା। ସେହିଭଳି ୨୦୦୮-୦୯ରେ ୯୦୦, ୨୦୧୦-୧୧ରେ ୯୩, ୨୦୧୨-୧୩ ରେ ୧୦୪୨, ୨୦୧୪-୧୫ରେ ୨୨୪ ଓ ୨୦୧୮-୧୯ରେ ୫୪୦ ପ୍ରାଥମିକ ସ୍କୁଲ ସାମିଲ ହୋଇଥିଲା। ମନୋନୀତ ପ୍ରତି ସ୍କୁଲଗୁଡ଼ିକୁ ୩ଟି ଲେଖାଏ କମ୍ପ୍ୟୁଟର ଏବଂ ପ୍ରିଣ୍ଟର ପ୍ରଦାନ କରାଯାଇଥିଲା। ଶିକ୍ଷାଦାନ ଲାଗି ଏସ୍‌ସିଇଆର୍‌ଟି, ଡିଆଇଇଟି ଏବଂ ଏଆଇଏଫ୍‌ଟି(ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେଶନ ଟ୍ରଷ୍ଟ) ପକ୍ଷରୁ ୭,୫୦୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲାସ୍ତରରେ କାର୍ଯ୍ୟକ୍ରମର ତଦାରଖ ଲାଗି ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କାର୍ଯ୍ୟାଳୟ ପକ୍ଷରୁ କାଲ୍‌ ସହାୟକଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ଅନେକ ସ୍କୁଲରେ ଏହି ଯୋଜନା ଏକପ୍ରକାର ବନ୍ଦ ହୋଇଯାଇଥିବାବେଳେ ମିଳିଥିବା ଉପକରଣର ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।
ସେହିପରି ‘ଆଇସିଟି’ ପ୍ରକଳ୍ପରେ ୪ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହି ଯୋଜନା ବନ୍ଦ ହେବାରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଛଟେଇ କରାଯାଇଥିଲା। ଏହାପରେ ରାଜ୍ୟର ଅନେକ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ଏକ ପ୍ରକାର ଠପ୍‌ ହୋଇଯାଇଛି। ଅନ୍ୟପକ୍ଷରେ ପିଲାଙ୍କୁ କମ୍ପ୍ୟୁଟର ଶିଖାଇବାକୁ ସ୍କୁଲ୍‌ର ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲେ ମଧ୍ୟ ଅସଜଡ଼ା ବ୍ୟବସ୍ଥା ଭିତରେ ଏହାର କିଛି ଲାଭ ମିଳୁନାହିଁ। କାରଣ ଏହି ପ୍ରକଳ୍ପରେ ସ୍କୁଲକୁ ମିଳିଥିବା କମ୍ପ୍ୟୁଟର ସହିତ ଅନ୍ୟ ଉପକରଣ ମଧ୍ୟ ନଷ୍ଟ ତଥା ଅବ୍ୟବହୃତ ଅବସ୍ଥାରେ ପଡି ରହିଛି। କେତେକ ସ୍କୁଲ୍‌ରେ ଏସବୁ ଦେଖିବାକୁ ମିଳୁନାହିଁ। ଏପରିକି ଏହି ଯୋଜନା ଲାଗି କ୍ରୟ ହୋଇଥିବା କମ୍ପ୍ୟୁଟର ଓ ବିଭିନ୍ନ ଉପକରଣ କ୍ରୟରେ ବହୁ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇ ଆସୁଛି। ସେପଟେ ଆଇସିଟି ଲାବୋରେଟୋରୀକୁ ବର୍ତ୍ତମାନ ଇ-ଲାଇବ୍ରେରୀରେ ପରିଣତ କରାଯାଇଛି। କିନ୍ତୁ ପଢ଼ାଇବାକୁ ସେଠାରେ ଶିକ୍ଷକ ନାହାନ୍ତି। ଛାତ୍ରୀଛାତ୍ରଙ୍କ ଲାଗି ସରକାର ଏପରି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସମନ୍ବୟ ଅଭାବ ଓ ଅବ୍ୟବସ୍ଥାରୁ ସେସବୁ ଅଧାରୁ ବନ୍ଦ ହୋଇଯାଉଛି ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି।
ଏ ନେଇ ଓଷ୍ଟା ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଇ-ଲାଇବ୍ରେରୀ କରିବା ଭଲ ପଦକ୍ଷେପ। କିନ୍ତୁ ଏହା ସଫଳ ହେବ ବୋଲି ମୁଁ ଭାବୁନି। କାରଣ ଶିକ୍ଷକଙ୍କ ଅଭାବ ରହିଲେ ଏହା କିପରି କାର୍ଯ୍ୟକାରୀ ହେବ? ଏହାଛଡ଼ା ଶିକ୍ଷକଙ୍କର ଇ-ଲାଇବ୍ରେରୀ ସଂକ୍ରାନ୍ତ ଜ୍ଞାନ ନାହିଁ। ତେଣୁ ଖାଲି ୫-ଟି ସ୍କୁଲ କରିଦେଇ ଭିତ୍ତିଭୂମି ନ ସଜାଡ଼ିଲେ ଅନ୍ୟ ଯୋଜନା ଓ ପ୍ରକଳ୍ପ ଭଳି ଇ-ଲାଇବ୍ରେରୀର କାର୍ଯ୍ୟକାରିତା ମଧ୍ୟ ବିଫଳ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri