Posted inଫୁରସତ

ସ୍କଲାରଶିପ୍‌ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର

ଶିକ୍ଷାବିତ୍‌, ଅନୁବାଦିକା ତଥା ବିଜ୍ଞାନ ଲେଖିକା ଡକ୍ଟର ମୃଦୁଳା ମିଶ୍ର ପ୍ରଥମ ରୋଜଗାର ସମ୍ପର୍କରେ
ଯାହା କୁହନ୍ତି…

ମୋର ଜନ୍ମ ପଶ୍ଚିମବଙ୍ଗସ୍ଥିତ ଶାନ୍ତିନିକେତନରେ । ପିଲାଦିନୁ ମୁଁ ସାହିତି୍ୟକ ବାତାବରଣରେ ବଢ଼ିଛି । ବାପା ପ୍ରଫେସର୍‌ ନରେନ୍ଦ୍ର ନାଥ ମିଶ୍ର ଥିଲେ ବିଶିଷ୍ଟ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର। ଆମ ବିଦ୍ୟାଳୟ ପାଠଭବନରେ ସାପ୍ତାହିକ ସାହିତ୍ୟ ସଭା ହେଉଥିଲା । ତେଣୁ ଘରେ ବାହାରେ ସାହିତ୍ୟ ଚର୍ଚ୍ଚାର ପରିସର ଥିଲା। ମନେ ଅଛି ସାହିତ୍ୟ ସଭାରେ ପାଠ କରିଥିବା ମୋର ପ୍ରଥମ ରଚନା ଥିଲା ‘ଲୁଇ ପାସ୍ତୁର ଓ ଜଳାତଙ୍କ ରୋଗ’ । ତାହା ଥିଲା ମୋର ପ୍ରଥମ ଜନପ୍ରିୟ ବିଜ୍ଞାନ ରଚନା, ଯାହାକି ବଙ୍ଗଳା ଭାଷାରେ କାରଣ ଆମେ ବଙ୍ଗଳା ମାଧ୍ୟମରେ ପାଠ ପଢ଼ୁଥିଲୁ। ମୁଁ ଥିଲି ଗ୍ରନ୍ଥକୀଟ । ଘରେ ରବୀନ୍ଦ୍ର ରଚନାବଳୀ ଥିଲା। ମୁଁ ରବୀନ୍ଦ୍ର ସାହିତ୍ୟର ଜଣେ ଅନୁରାଗୀ ପାଠିକା ହୋଇଗଲି । ବିଦ୍ୟାଳୟର ‘ସମୀନ୍ଦ୍ର ପାଠାଗାର’ ଥିଲା ମୋର ପ୍ରିୟସ୍ଥାନ । ‘ଗଲିଭାର୍‌ ଟ୍ରାଭେଲ୍‌ସ’ଠୁ ଆରମ୍ଭ କରି ‘ଆରବ୍ୟ ରଜନୀର ଗଳ୍ପ’ ପରି କେତେ ଇଂରାଜୀ ଉପନ୍ୟାସର ବଙ୍ଗଳା ଅନୁବାଦ ମୁଁ ପଢିଛି। ତେବେ ସାହିତ୍ୟ ଥିଲା ମୋ ପାଇଁ ଅବସର ବିନୋଦନ।
ଗଣିତ ଓ ବିଜ୍ଞାନ ପ୍ରତି ଆକୃଷ୍ଟ ହେଲି। ଦଶମ ଶ୍ରେଣୀ ଗଣିତରେ ସର୍ବୋଚ୍ଚ ମାର୍କ ରଖିଥିବାରୁ ମୋତେ ‘ଜଗଦାନନ୍ଦ ରାୟ ସ୍ମୃତି ପୁରସ୍କାର’ ସ୍ବରୂପ ମିଳିଥିବା ଦୁଇଶହ ଟଙ୍କାରେ ପାଞ୍ଚୋଟି ବହି ନିଜ ପସନ୍ଦ ଅନୁସାରେ କିଣିଥିଲି । ମନେଅଛି ମୁଁ ସେଥିରେ ରବୀନ୍ଦ୍ରନାଥଙ୍କର ‘ଗୀତାଞ୍ଜଳି’, ‘ନୈବେଦ୍ୟ’, ‘Four Chapters’ ପ୍ରଭୃତି ବହି କିଣିଥିଲି । ଏକାଦଶ ଶ୍ରେଣୀରୁ ସ୍ନାତକୋତ୍ତର ଯାଏଁ ମୁଁ ସ୍କଲାରଶିପ୍‌ ପାଇଛି । ମାସିକ ଷାଠିଏ ଟଙ୍କାରୁ ବଢ଼ି ଏମ୍‌ଏସ୍‌ସି ବେଳକୁ ତାହା ଶହେ ହୋଇଯାଇଥିଲା।
କୁହାଯାଇପାରେ ତାହା ମୋର ପ୍ରଥମ ରୋଜଗାର । ପୋଷ୍ଟଅଫିସ୍‌ରେ ମୋ ନାଁରେ ଗୋଟିଏ ସଞ୍ଚୟ ଖାତା ଖୋଲାହେଲା। ସେଥିରେ ତାହା ଜମା ହେଉଥିଲା । ତା’ପରେ ଭାରତ ସରକାରଙ୍କ ‘ଆଣବିକ ଶକ୍ତି ବିଭାଗ’ର ଫେଲୋଶିପ ପାଇ ମୁଁ ଭୁବନେଶ୍ୱରସ୍ଥିତ ‘ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ’ରେ ଗବେଷଣା କଲି । ଫେଲୋଶିପ ଟଙ୍କାରେ ନିଜ ଖର୍ଚ୍ଚ ତୁଲାଇବା ସହ ‘ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ’ରେ ପଢ଼ୁଥିବା ମୋ ସାନଭଉଣୀକୁ ହାତଖର୍ଚ୍ଚ ଦେଉଥିଲି ।
ଗବେଷଣା ଅନ୍ତେ ୧୯୯୦ ମସିହାରେ ସର୍ଭିସ୍‌ ସିଲେକ୍ସନ ବୋର୍ଡ ଦ୍ୱାରା ମନୋନୀତ ହୋଇ କଲେଜରେ ଯୋଗଦେବା ପରେ ଆଉ ତାତ୍ତ୍ୱିକ ଗବେଷଣା କରିବା ସମ୍ଭବ ହେଲାନାହିଁ । ସେତେବେଳେ ଅଧ୍ୟାପନା ସହିତ ଜନପ୍ରିୟ ବିଜ୍ଞାନ ରଚନା ଲେଖିବାକୁ ପ୍ରୟାସ କଲି । ଶିଶୁଲେଖା ପ୍ରକାଶ ପାଉଥାଏ । ସେଥିରେ ‘ଉଦ୍ଭିଦ ଜଗତର ଅଦ୍ଭୁତ କଥା’ ଓ ‘ଯନ୍ତ୍ର ମାନବ ରୋବଟ୍‌’ ପ୍ରକାଶ ପାଇଥିଲା । କେତେ ପାରିଶ୍ରମିକ ମିଳିଥିଲା ମନେ ନାହିଁ। ତେବେ ଭଞ୍ଜକଳା ମଣ୍ଡପରେ ବିଜ୍ଞାନ ଏକାଡେମୀର ଏକ ସେମିନାର ହୋଇଥିଲା । ମୋତେ ପ୍ରବନ୍ଧ ପାଠ କରିବାକୁ ଆମନ୍ତ୍ରଣ ଆସିଥିଲା। ବିଜ୍ଞାନ ଜନପ୍ରିୟକରଣ ଉପରେ ଏକ ପ୍ରବନ୍ଧ ମୁଁ ପାଠ କରିଥିଲି । ସେହି ଦିନଠାରୁ ମୋର ବିଜ୍ଞାନ ଏକାଡେମୀ ସହ ସମ୍ପର୍କ । ବିଜ୍ଞାନ ଦିଗନ୍ତରେ ପ୍ରବନ୍ଧ ପ୍ରକାଶ ପାଇଲେ ଦୁଇଶହ ଟଙ୍କା ମିଳେ । ସେ ଏକ ନିଆରା ଆନନ୍ଦ। ଦରମା ସହ ତାହା ତୁଳନୀୟ ନୁହେଁ । ତାହା ସୃଷ୍ଟିର ଆନନ୍ଦ । ନିଜକୁ, ନିଜ ଲେଖାକୁ ସ୍ବୀକୃତି ମିଳିବାର ଆନନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri