ଭିଜିଲାନ୍ସ ଜାଲରେ ଏସସିବି ମେଡିକାଲର ସହକାରୀ ପ୍ରଫେସର: ୨.୬୩ ଲକ୍ଷ ଟଙ୍କା ଜବତ

କଟକ,୨୯।୧: ଭିଜିଲାନ୍ସ ଜାଲରେ ପଡିଲେ ଏସସିବି ମେଡିକାଲର ଡାକ୍ତର ସନାତନ ବେହେରା। ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ଲାଞ୍ଚ ନେଇ ଧରାପଡିଲେ। ଗୁରୁବାର ଅପରାହ୍ନରେ ତାଙ୍କ ନିକଟରୁ ୨,୬୩,୦୦୦ ଟଙ୍କା ସନ୍ଦେହଜନକ ନଗଦ ଅର୍ଥ ଜବତ କରାଯାଇଛି।

ହେପାଟୋଲୋଜି ବିଭାଗର ସହକାରୀ ପ୍ରଫେସର ଥିବା ବେହେରା ଚିକିତ୍ସା ସରଞ୍ଜାମ ଯୋଗାଉଥିବା ବିଡରଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରୁଥିଲେ। ଏନେଇ ଭିଜିଲାନ୍ସ ପାଖରେ ବିଶ୍ୱସ୍ତ ସୂଚନା ରହିଥିଲା। ଗୁରୁବାର ଡାକ୍ତର ବେହେରା ନିଜ ସ୍କୁଟିରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇଥିଲା। ତଲାସି ବେଳେ ତାଙ୍କ ପାଖରୁ ନଗଦ ଟଙ୍କା ମିଳିଥିଲା, ଯାହାର କୌଣସି ସଠିକ୍ ହିସାବ ସେ ଦେଇପାରିନଥିଲେ।

ଏହାପରେ ଡାକ୍ତର ବେହେରାଙ୍କୁ ଅଟକ ରଖି ତାଙ୍କ ସହ ସଂପୃକ୍ତ ୩ଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଆଶଙ୍କାରେ ଚଢ଼ାଉ ଜାରି ରହିଛି। ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ପାଇଁ ଗର୍ଭବତୀ ମହିଳା କମାଣ୍ଡୋଙ୍କୁ ଡମ୍ବେଲ୍‌ରେ ପିଟି ପିଟି ହତ୍ୟା କଲେ ସ୍ୱାମୀ

ନୂଆଦିଲ୍ଲୀ,୨୯।୧: ରାଜଧାନୀ ଦିଲ୍ଲୀରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ରେ କାର୍ଯ୍ୟରତ ୨୭ ବର୍ଷୀୟା ମହିଳା କମାଣ୍ଡୋ କାଜଲଙ୍କୁ ତାଙ୍କ…

‘ଡିଜିଟାଲ୍ ନିଶା’ରେ ଭାରତୀୟ ଯୁବପିଢ଼ି: ଚିନ୍ତା ପ୍ରକଟ କଲେ ସରକାର

ନୂଆଦିଲ୍ଲୀ,୨୯।୧: ଦିନକୁ ଦିନ ଭାରତୀୟ ଯୁବପିଢ଼ିଙ୍କ ଡିଜିଟାଲ ନିଶା ବଢ଼ିବାରେ ଲାଗିଛି। ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ୨୦୨୫-୨୬ ରିପୋର୍ଟରେ ଏହି ଧାରାକୁ ‘ଉଦ୍‌ବେଗଜନକ’ ବୋଲି ଦର୍ଶାଯାଇଛି।…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

ପୁରୀରୁ ଫେରୁଥିବାବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ: ଭିତରେ ଥିଲେ ଭଞ୍ଜନଗର ରୋଟାରୀ କ୍ଲବ ସମ୍ପାଦକଙ୍କ ସହ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା ବିଡ଼ିପୁର ନିକଟରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ…

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ…

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri