କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ ଏହାର ଚାଳକ ଓ କର୍ମଚାରୀଙ୍କ ମନମାନି ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ବ୍ୟାଟେରି ଗାଡି ସହାୟତା ଗୃହରେ କର୍ମଚାରୀ ଡ୍ୟୁଟି ସମୟରେ ଶୋଉଥିବାବେଳେ ଅନ୍ୟପଟେ ବ୍ୟାଟେରି ଗାଡି ପାଇଁ ରୋଗୀଙ୍କ ସମ୍ପର୍କୀୟ ଫୋନ କରି ନୟାନ୍ତ ହେଉଛନ୍ତି, କିନ୍ତୁ କର୍ମଚାରୀ ଫୋନର ଉତ୍ତର ଦେଉନାହାନ୍ତି।
କର୍ମଚାରୀ ଜଣକ ଡ୍ୟୁଟି ସମୟରେ ଶୋଇଥିବାର ଏକ ଭିଡିଓ ଏବେ ସାମାଜିକ ଗାଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ରୋଗୀ ସମ୍ପର୍କୀୟ ରାତି ସମୟରେ ରୋଗୀଙ୍କୁ ନେବା ଆଣିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

