ଭୟ ବଢ଼ାଉଛି ଲଘୁଚାପ ବର୍ଷା

ବ୍ରହ୍ମପୁର ଅଫିସ,୧୦।୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବ୍ରହ୍ମପୁର ସହରରେ ବର୍ଷା ହେଉଛି। ଘଡ଼ିଘଡ଼ିକେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଶନିବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପବନ ବହିବ ବୋଲି କୁହାଯାଇଛି। ଫଳରେ ଉପକୂଳ ଅଞ୍ଚଳର ସମୁଦ୍ର କୂଳିଆ ଗାଁଗୁଡିକରେ ଆତଙ୍କ ପ୍ରକାଶ ପାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ନ ଯିବା ନିମନ୍ତେ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦିଆଯାଇଛି। ଏହା ସେମାନଙ୍କ ଜୀବୀକାକୁ ପ୍ରଭାବିତ କରିଛି। ଗୋପାଳପୁର ସମୁଦ୍ର ଆଖପାଖରେ ହଜାର ହଜାର ମତ୍ସ୍ୟଜୀବୀ ଅଛନ୍ତି। ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। କରୋନା ମହାମାରୀ ଯୋଗୁ ଗତ ଦୁଇବର୍ଷ ଛୋଟ ବଡ଼ ବ୍ୟବସାୟୀ ବ୍ୟାପକ କ୍ଷତିଗ୍ରସ୍ତ ସହିଥିଲେ। କଟକଣା କୋହଳ ଯୋଗୁ ଚଳିତ ବର୍ଷ ଭଲ ବେପାର ହେବ ବୋଲି ଆଶା ରଖାଯାଇଥିବା ବେଳେ ଏବେ ଲଘୁଚାପ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହା ଲାଗି ରହିବା ପୂର୍ବାନୁମାନ କରାଯାଇଛି। ବର୍ଷା ଯୋଗୁ ରେଶମ ସହରର ବଜାରଗୁଡ଼ିକ ଖାଁ ଖାଁ ହୋଇଛି। ଅପରପକ୍ଷରେ ମହାନଗରର ପ୍ରାୟ ସବୁ ରାସ୍ତା ଦୀର୍ଘମାସରୁ ଖାଲଖମାରେ ପରିଣତ ହୋଇଛି। ଖାଲଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ଯାନବାହାନ ଓ ଲୋକଙ୍କ ଚଳପ୍ରବଳ ବିପଜ୍ଜନକ ହୋଇଯାଇଛି। ଅନେକ ରାସ୍ତା ପୁନଃ ନିର୍ମାଣ ଲାଗି ଟେଣ୍ଡର ସରିଥିବାରୁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
ଲଘୁଚାପ ଜନିତ ବର୍ଷା ଯାତ୍ରୀ ପରିବହନକୁ ମଧ୍ୟ ବିଶେଷ ପ୍ରଭାବିତ କରିଛି। ସହରାଞ୍ଚଳ ସିଟି ବସ ଓ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ଘରୋଇ ଓ ସରକାରୀ ବସଗୁଡ଼ିକରେ ଯାତ୍ରୀ ସଂଖ୍ୟା ଅତି କମ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି। ଡିଜେଲର ମହଙ୍ଗା ମାଡ଼ରେ ଘାଣ୍ଟି ହେଉଥିବା ବେଳେ ବସଗୁଡ଼ିକ ଫାଙ୍କା ପଡ଼ୁଥିବାରୁ ଅଧିକ କ୍ଷତି ସହିବାକୁ ପଡ଼ୁଥିବା ଘରୋଇ ବସ ମାଲିକଙ୍କ ପକ୍ଷରୁ କୁହାଯାଇଛି। ଅଧିକାଂଶ ଲୋକ ପଦାକୁ ବାହାରୁ ନ ଥିବାରୁ ମହାନଗରରେ ଅଟୋଗୁଡ଼ିକ ମଧ୍ୟ ବିଶେଷ ଚଳାଚଳ କରୁ ନଥିବା ଲକ୍ଷ୍ୟ କରାଯାଇଛି। ରାସ୍ତା କଡ଼ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବୀକାକୁ ଲଘୁଚାପ ବର୍ଷା ଦାଉ ସାଧିଛି। ବୁଲା ବିକାଳିଙ୍କ ଅବସ୍ଥା ସାଂଘାତିକ ହୋଇଛି।
ଦୁଇ ତିନିଦିନର ଲଗାଣ ବର୍ଷାରେ ସହରତଳି ଓ ଖାଲୁଆ ଅଞ୍ଚଳ ଅବସ୍ଥା ଶୋଚନୀୟ ହୋଇଯାଇଛି। ବାହାନା ନାଳ ପୁନରୁଦ୍ଧାର କାର୍ଯ୍ୟ ଦରଖଣ୍ଡିଆ ଥିବାରୁ ଯଦି ପ୍ରବଳରୁ ଅତି ପ୍ରବଳ ବର୍ଷା ହୁଏ ତେବେ ସୋମନାଥ ନଗର, ଲୋଚାପଡ଼ା, ବ୍ୟାଙ୍କ କଲୋନୀ, ସିଦ୍ଧାର୍ଥ ନଗର, ଶରଧାବାଲି, ଅଳକାପୁରୀ ସମେତ ବିଭିନ୍ନ ଖାଲୁଆ ବସ୍ତିମାନଙ୍କରେ ପାଣି ପଶିବା ନିଶ୍ଚିତ ସମ୍ଭାବନା ରହିଛି। ତେଣୁ ଉପରୋକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ଦେଖାଦେଇଛି। ସୂଚନାଯୋଗ୍ୟ, ୨୦୦୩ ଅକ୍ଟୋବରରେ ଘଟିଥିବା ପ୍ରବଳ ବର୍ଷା ବିପତ୍ାତରେ ଗଜପତି ନଗର ସମେତ ସବୁ ଖାଲୁଆ ଅଞ୍ଚଳର ସମସ୍ତଙ୍କ ଘରେ ପାଣି ପଶିଥିଲା। ସପ୍ତାହ ବ୍ୟାପି ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହୋଇ ବାସିନ୍ଦାଙ୍କୁ ଜଳବନ୍ଦୀ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri