ଭୟ ବଢ଼ାଉଛି ଲଘୁଚାପ ବର୍ଷା

ବ୍ରହ୍ମପୁର ଅଫିସ,୧୦।୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ବ୍ରହ୍ମପୁର ସହରରେ ବର୍ଷା ହେଉଛି। ଘଡ଼ିଘଡ଼ିକେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଶନିବାର ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ପବନ ବହିବ ବୋଲି କୁହାଯାଇଛି। ଫଳରେ ଉପକୂଳ ଅଞ୍ଚଳର ସମୁଦ୍ର କୂଳିଆ ଗାଁଗୁଡିକରେ ଆତଙ୍କ ପ୍ରକାଶ ପାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ନ ଯିବା ନିମନ୍ତେ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦିଆଯାଇଛି। ଏହା ସେମାନଙ୍କ ଜୀବୀକାକୁ ପ୍ରଭାବିତ କରିଛି। ଗୋପାଳପୁର ସମୁଦ୍ର ଆଖପାଖରେ ହଜାର ହଜାର ମତ୍ସ୍ୟଜୀବୀ ଅଛନ୍ତି। ଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। କରୋନା ମହାମାରୀ ଯୋଗୁ ଗତ ଦୁଇବର୍ଷ ଛୋଟ ବଡ଼ ବ୍ୟବସାୟୀ ବ୍ୟାପକ କ୍ଷତିଗ୍ରସ୍ତ ସହିଥିଲେ। କଟକଣା କୋହଳ ଯୋଗୁ ଚଳିତ ବର୍ଷ ଭଲ ବେପାର ହେବ ବୋଲି ଆଶା ରଖାଯାଇଥିବା ବେଳେ ଏବେ ଲଘୁଚାପ ଆରମ୍ଭ ହୋଇଛି । ଆଗାମୀ ଦିନରେ ଏହା ଲାଗି ରହିବା ପୂର୍ବାନୁମାନ କରାଯାଇଛି। ବର୍ଷା ଯୋଗୁ ରେଶମ ସହରର ବଜାରଗୁଡ଼ିକ ଖାଁ ଖାଁ ହୋଇଛି। ଅପରପକ୍ଷରେ ମହାନଗରର ପ୍ରାୟ ସବୁ ରାସ୍ତା ଦୀର୍ଘମାସରୁ ଖାଲଖମାରେ ପରିଣତ ହୋଇଛି। ଖାଲଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ଯାନବାହାନ ଓ ଲୋକଙ୍କ ଚଳପ୍ରବଳ ବିପଜ୍ଜନକ ହୋଇଯାଇଛି। ଅନେକ ରାସ୍ତା ପୁନଃ ନିର୍ମାଣ ଲାଗି ଟେଣ୍ଡର ସରିଥିବାରୁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
ଲଘୁଚାପ ଜନିତ ବର୍ଷା ଯାତ୍ରୀ ପରିବହନକୁ ମଧ୍ୟ ବିଶେଷ ପ୍ରଭାବିତ କରିଛି। ସହରାଞ୍ଚଳ ସିଟି ବସ ଓ ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ଘରୋଇ ଓ ସରକାରୀ ବସଗୁଡ଼ିକରେ ଯାତ୍ରୀ ସଂଖ୍ୟା ଅତି କମ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି। ଡିଜେଲର ମହଙ୍ଗା ମାଡ଼ରେ ଘାଣ୍ଟି ହେଉଥିବା ବେଳେ ବସଗୁଡ଼ିକ ଫାଙ୍କା ପଡ଼ୁଥିବାରୁ ଅଧିକ କ୍ଷତି ସହିବାକୁ ପଡ଼ୁଥିବା ଘରୋଇ ବସ ମାଲିକଙ୍କ ପକ୍ଷରୁ କୁହାଯାଇଛି। ଅଧିକାଂଶ ଲୋକ ପଦାକୁ ବାହାରୁ ନ ଥିବାରୁ ମହାନଗରରେ ଅଟୋଗୁଡ଼ିକ ମଧ୍ୟ ବିଶେଷ ଚଳାଚଳ କରୁ ନଥିବା ଲକ୍ଷ୍ୟ କରାଯାଇଛି। ରାସ୍ତା କଡ଼ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ଜୀବୀକାକୁ ଲଘୁଚାପ ବର୍ଷା ଦାଉ ସାଧିଛି। ବୁଲା ବିକାଳିଙ୍କ ଅବସ୍ଥା ସାଂଘାତିକ ହୋଇଛି।
ଦୁଇ ତିନିଦିନର ଲଗାଣ ବର୍ଷାରେ ସହରତଳି ଓ ଖାଲୁଆ ଅଞ୍ଚଳ ଅବସ୍ଥା ଶୋଚନୀୟ ହୋଇଯାଇଛି। ବାହାନା ନାଳ ପୁନରୁଦ୍ଧାର କାର୍ଯ୍ୟ ଦରଖଣ୍ଡିଆ ଥିବାରୁ ଯଦି ପ୍ରବଳରୁ ଅତି ପ୍ରବଳ ବର୍ଷା ହୁଏ ତେବେ ସୋମନାଥ ନଗର, ଲୋଚାପଡ଼ା, ବ୍ୟାଙ୍କ କଲୋନୀ, ସିଦ୍ଧାର୍ଥ ନଗର, ଶରଧାବାଲି, ଅଳକାପୁରୀ ସମେତ ବିଭିନ୍ନ ଖାଲୁଆ ବସ୍ତିମାନଙ୍କରେ ପାଣି ପଶିବା ନିଶ୍ଚିତ ସମ୍ଭାବନା ରହିଛି। ତେଣୁ ଉପରୋକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ଦେଖାଦେଇଛି। ସୂଚନାଯୋଗ୍ୟ, ୨୦୦୩ ଅକ୍ଟୋବରରେ ଘଟିଥିବା ପ୍ରବଳ ବର୍ଷା ବିପତ୍ାତରେ ଗଜପତି ନଗର ସମେତ ସବୁ ଖାଲୁଆ ଅଞ୍ଚଳର ସମସ୍ତଙ୍କ ଘରେ ପାଣି ପଶିଥିଲା। ସପ୍ତାହ ବ୍ୟାପି ଖାଲୁଆ ଅଞ୍ଚଳ ଜଳାର୍ଣ୍ଣବ ହୋଇ ବାସିନ୍ଦାଙ୍କୁ ଜଳବନ୍ଦୀ କରି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri