କଟକରେ ଡରାଇଲାଣି ଜଣ୍ଡିସ୍‌

କଟକ,୧୧ା୪(ଶିଳ୍ପା ପ୍ରିୟଦର୍ଶିନୀ)କଟକ ସଦର ଥାନା ଅଧୀନ ରାଜେନ୍ଦ୍ର ନଗରରେ ଲୋକମାନେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ୫୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ସିଏମ୍‌ସି ପକ୍ଷରୁ ଏହାକୁ ଲୁଚାଇବାକୁ ଚେଷ୍ଟା କରାଯାଇ ଭୁଲ୍‌ ତଥ୍ୟ ଦିଆଯାଉଛି। ସଂକ୍ରମିତଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏପରି କି ଘର ଘର ବୁଲି ଲୋକଙ୍କଠାରୁ ନମୁନା ସଂଗ୍ରହ ଓ ସଚେତନ କରିବା ବଦଳରେ ଏକ ମନ୍ଦିର ପରିସରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ସିଏମ୍‌ସି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରକାଶ ଯେ, ରାଜେନ୍ଦ୍ର ନଗରରେ ଲୋକମାନେ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ନେଇ ଗତ ସପ୍ତାହରେ ଜଣାପଡ଼ିଥିଲା। ଜଣ୍ଡିସ୍‌ ବ୍ୟାପିବା ଖବର ଜଣାପଡିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚି ପାଣି ନମୁନା ସଂଗ୍ରହ କରିଥିଲା। ପରେ ତାହାକୁ ପରୀକ୍ଷା ପାଇଁ ପଠାଇଥିଲା। ଏପରି କି ୨ଦିନ ତଳେ ୪୭ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିମଧ୍ୟରୁ ୧୧ଜଣ ଜଣ୍ଡିସ୍‌ ସଂକ୍ରମିତ ଚିହ୍ନଟ ହୋଇଥିବା ସିଏମ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ ସିଏମ୍‌ସିର ଏହି ତଥ୍ୟକୁ କଂଗ୍ରେସ ସହଜରେ ଗ୍ରହଣ କରିପାରି ନାହିଁ। ସିଏମ୍‌ସି କର୍ପୋରେଟର ସନ୍ତୋଷ ଭୋଳଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ବୁଧବାର ରାଜେନ୍ଦ୍ର ନଗରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଜଣ୍ଡିସ୍‌ ରୋଗ ବ୍ୟାପିବାର କାରଣ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଜଣ୍ଡିସ୍‌ ନିୟନ୍ତ୍ରଣ ପାଇଁ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଉକ୍ତ ଅଞ୍ଚଳର ଏକ ମନ୍ଦିର ପରିସରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲାଯାଇଛି।
କଟକରେ ଡରାଇଲାଣି …
ତେବେ ମନ୍ଦିର ପରିସରରେ ଶିବିର ଖୋଲାଯିବାକୁ ନେଇ ପ୍ରତିନିଧି ଦଳ ଅସନ୍ତୋଷ ପ୍ରକାଶ କରିଛି। ଏନେଇକ କର୍ପୋରେଟର ଭୋଳ କହିଛନ୍ତି, ସମସ୍ତ ସ୍ଥିତି ଅନୁଧ୍ୟାନ କରିଛୁ। ୫୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ଦିଆଯାଉଛି। ସରକାର ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥା କରାଇ ପ୍ରଶଂସା ସାଉଁଟୁଛନ୍ତି, ହେଲେ ଏହାକୁ ନେଇ ଏଠାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ତୁରନ୍ତ ଉକ୍ତ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ପାଇଁ ସିଏମ୍‌ସି କମିଶନର ବିଜୟ କୁମାର ଦାସ ପଦକ୍ଷେପ ନିଅନ୍ତୁ। ନହେଲେ ଆଗାମୀ ଦିନରେ ସିଏମ୍‌ସି ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଭୋଳ କହିଛନ୍ତି। ଏ ନେଇ ସିଏମ୍‌ସି କମିଶନର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଶୁବାଶିଷ ପଟ୍ଟନାୟକ, ଜେ. କାମେଶ୍ୱର ରାଓ, ପୂର୍ବତନ କର୍ପୋରେଟର କେଦାର ପୃଷ୍ଟି, ପିସିସି ସାଧାରଣ ସମ୍ପାଦକ ପ୍ରିୟଜିତ୍‌ ରାଏ, ପିସିସି ମୁଖପାତ୍ର ଜିନେଶ ଦାସ, ସୁକାନ୍ତ ସାହାଣୀ, ରଶ୍ମିରଞ୍ଜନ ମହାପାତ୍ର, ପ୍ରତାପ ପରିଡ଼ା, ଅଭୟ ଗୋଚ୍ଛାୟତ, ଦିଲୀପ ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri