ନିଅଣ୍ଟିଆ ବର୍ଷା, ଖରିଫ ଚାଷ ବିଳମ୍ବ

ସୋନପୁର,୧୪।୭(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ନିଅଣ୍ଟିଆ ବର୍ଷା ଜାରି ରହିଛି। ବର୍ଷା ନ ଥିବାରୁ ଜିଲାରେ ଖରିଫ ଚାଷ ବିଳମ୍ବିତ ହୋଇଛି। ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ତଳି ରୁଆ କାର୍ଯ୍ୟ ହୋଇପାରୁନି। ଯେଉଁ ଜମିରେ ଧାନ ବୁଣାବୁଣି କରାଯାଇଥିଲା, ପରବର୍ତ୍ତୀ ସମୟରେ ବର୍ଷା ନ ହେବାରୁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ରୁଆ ବେଉଷଣ ସମୟରେ ଜମି ପଡିଆ ପଡିଛି। ପୁଣି ଅନେକ ଢ଼ିପ ଅଞ୍ଚଳରେ ଜମି ଫାଟି ଆଁ କଲାଣି। ଜୁଲାଇ ମାସରେ ମୁଣ୍ଡଫଟା ଖରା। ବିଲରେ ହଳ କି ତଳି ପକାଇବାକୁ ପାଗ ହେଉ ନ ଥିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ଚଳିତବର୍ଷ ବର୍ଷାଭାବ ଧାନ ଚାଷକୁ ଅନିଶ୍ଚିତତାକୁ ଠେଲି ଦେଇଛି ।
ସୁବର୍ଣ୍ଣପୁର ଜିଲାରେ ଚଳିତ ଖରିଫରେ ୧ ଲକ୍ଷ ୨୮ହଜାର ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ ପାଇଁ ଲକ୍ଷ୍ୟ ଥିଲା। ଜୁଲାଇ ୧୨ ତାରିଖ ସୁଦ୍ଧା ୧୪ ହଜାର ୪୯୮ ହେକ୍ଟର ଜମିରେ ଚାଷ ହୋଇଛି। ସେଥିମଧ୍ୟରୁ ଧାନ ୮ହଜାର ୨୦୨ ହେକ୍ଟର ଜମିରେ ଓ ଅଣଧାନ ୬ହଜାର ୨୯୬ ହେକ୍ଟର ଜମିରେ ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୧.୩୨%। ଜିଲାରେ ଜୁନ୍‌ ୧୫ରୁ ସାଧାରଣତଃ ଖରିଫ ଧାନ ଚାଷ କରାଯାଏ। ସ୍ବଳ୍ପ ବୃଷ୍ଟିପାତ ହେଲେ ଅଣଜଳସେଚିତ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଳକର ଚାଷ ଜମିରେ ଫସଲ ଉଜୁଡି ଯାଇ ମରୁଡି ସ୍ଥିତି ଉପୁଜିଥାଏ। ବିଗତ ବର୍ଷ ଗୁଡିକରେ ଜିଲାରେ ଏଭଳି ସ୍ଥିତି ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ବର୍ଷା ପାଣି ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀମାନେ କ୍ଷତି ସହି ଆସୁଛନ୍ତି। ଏଥର ମଧ୍ୟ ଯେତିକି ତଳି ପଡିଥିଲା ତାହା ଶୁଖିଗଲାଣି। ଏ ବର୍ଷ ଜୁନ୍‌ରେ ଆବଶ୍ୟକତା ଠାରୁ କମ୍‌ ବର୍ଷା ହୋଇଛି। ଜୁନ୍‌ ମାସରେ ଜିଲାରେ ସାଧାରଣତଃ ୨୧୭.୪ ମିଲିମିଟର ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ୧୬୭ମିଲିମିଟର ବର୍ଷା ହୋଇଛି। ଯାହା ଆବଶ୍ୟକତା ଠାରୁ ୩୪.୮୮% କମ୍‌ ବର୍ଷା ବୋଲି ଜଣାପଡିଛି। ସେହିପରି ଜୁଲାଇ ମାସରେ ଜିଲାରେ ହାରାହାରି ୩୯୯.୬ମିଲିମିଟର ବର୍ଷା ହୋଇଥାଏ। ତେବେ ୧୩ ତାରିଖ ସୁଦ୍ଧା ୧୬୭ମିଲିମିଟର ବର୍ଷା ହୋଇଛି । ଯାହାକି ୭୬.୩୯ମିଲିମିଟର କମ ବର୍ଷା ବୋଲି ସୂଚନା ମିଳିଛି। ତେବେ ଗତ ୫, ୭, ୮, ୯ ଓ ୧୧ ତାରିଖରେ ସାରା ଜିଲାରେ ବର୍ଷା ହୋଇଛି। ହୀରାକୁଦ୍‌ କମାଣ୍ଡ ଏରିଆରେ ଆସୁଥିବା ବିନିକା ଓ ଡୁଙ୍ଗୁରିପାଲି ବ୍ଲକରେ ଚାଷୀମାନେ ତଳି ପକାଇଛନ୍ତି। କିନ୍ତୁ ପାଣି ଅଭାବରୁ ରୁଆ କାର୍ଯ୍ୟ କରି ପାରୁନାହାନ୍ତି। ତେବେ ବୀରମହାରାଜପୁର, ଉଲୁଣ୍ଡା, ସୋନପୁର ଓ ତରଭା ବ୍ଳକ ଅଞ୍ଚଳରେ ଚାଷୀମାନେ ହଳ କରି ବୁଣାବୁଣି କାର୍ଯ୍ୟ କରୁଛନ୍ତି। ସେହିପରି ଜୁଲାଇ ମାସରେ ନିଅଣ୍ଟିଆ ବର୍ଷା ପାଇଁ କେତେକ ସ୍ଥାନରେ ଚାଷୀ ପାଣି ମଡାଇ ତଳି ବଞ୍ଚାଇବାକୁ ଉଦ୍ୟମ କରୁଛି। ଯେଉଁଠି ପାଣି ସୁବିଧା ନାହିଁ ତଳି ପୋଡି ଯିବାର ଭୟ ବି ରହିଛି। ଏଭଳି ସ୍ଥିତି ଲାଗି ରହିଲେ ଚଳିତବର୍ଷ ଚାଷ କିପରି ହେବ ସେନେଇ ଚାଷୀ ପ୍ରମାଦ ଗଣିଲେଣି। ଜିଲାରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଯୋଗୁ ପନିପରିବା ସହ ଧାନ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଗକୁ ଭଲ ବର୍ଷା ନ ହେଲେ ଜିଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇପାରେ। ଏନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ନାରାୟଣ ଚନ୍ଦ୍ର ସେଠୀ କୁହନ୍ତି ଖରିଫ ଚାଷ କିଛିଟା ବିଳମ୍ବ ହୋଇଛି, କିନ୍ତୁ ମରୁଡି ପରିସ୍ଥିତି ଆସିନାହିଁ। ପରିସ୍ଥିତି ଉପରେ ନଜର ରଖାଯାଇଛି। ବର୍ଷା ହେଲେ ଚାଷ କାର୍ଯ୍ୟ ପୁଣି ଆଗେଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri