ସାମାଜିକ ପ୍ରତିଷ୍ଠାନକୁ ଏସ୍‌ବିଆଇର ସହାୟତା

ଭୁବନେଶ୍ୱର,୩୧।୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ରାଜ୍ୟର ଦୁଇଟି ପ୍ରମୁଖ ସାମାଜିକ ପ୍ରତିଷ୍ଠାନ (ଓପନ୍‌ ଲର୍ନିଂ ସିଷ୍ଟମ୍ସ ଭୁବନେଶ୍ୱର ଏବଂ ଗୋବିନ୍ଦ ଗୋଧାମ ଗୋଶାଳା, ପୁରୀ)କୁ ଯଥାକ୍ରମେ ଏକ ସ୍କୁଲ ବସ୍‌ ଏବଂ ପିକ୍‌-ଅପ୍‌ ଭ୍ୟାନ୍‌ ଯୋଗାଇଦିଆଯାଇଛି। ଏପରିକି ଭୁବନେଶ୍ୱରର ଡୁମ୍‌ଡୁମାସ୍ଥିତ ହୋଟେଲ ୱେଲ୍‌କମ୍‌ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ପ୍ରତିଷ୍ଠାନର କର୍ମକର୍ତ୍ତା ଓ ଅଧିକାରୀଙ୍କୁ ଗାଡ଼ି ଦ୍ୱୟ ପ୍ରଦାନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବ୍ୟାଙ୍କର କର୍ପୋରେଟ ସୋସିଆଲ ରେସ୍‌ପନ୍ସବିଲିଟି (ସିଏସ୍‌ଆର୍‌) ପଦକ୍ଷେପ ଅନ୍ତର୍ଗତ ଏହି ସହାୟତା ଯୋଗାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍‌ବିଆଇ କର୍ପୋରେଟ୍‌ ସେଣ୍ଟର ମୁମ୍ବାଇର ଏମ୍‌ଡି (ଆର୍‌ ସି ଏବଂ ଏସ୍‌ଏଆର୍‌ଜି) ରାଣା ଆଶୁତୋଷ କୁମାର ସିଂହଙ୍କ ସମେତ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ, ମହାପ୍ରବନ୍ଧକ (ନେଟ୍‌ୱର୍କ-୨) କୌଶଳ କିଶୋର ସିଂହ, ଉପ ମହାପ୍ରବନ୍ଧକ ମନୋଜ କୁମାର ସିଂହ, ଭୁବନେଶ୍ୱର ପ୍ରଶାସନିକ କାର୍ଯ୍ୟାଳୟର ଉପ ମହାପ୍ରବନ୍ଧକ (ବ୍ୟବସାୟ ଓ ପରିଚାଳନା) ପ୍ରଶାନ୍ତ କୁମାର ଓ ମଣ୍ଡଳ ବିକାଶ ଅଧିକାରୀ ଏବଂ ଷ୍ଟେଟ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅପରପକ୍ଷରେ ଓପନ୍‌ ଲର୍ନିଂ ସିଷ୍ଟମ୍ସର ସିଇଓ ପ୍ରକାଶ କୁମାର ରଥ ଏବଂ ଉପାଧ୍ୟକ୍ଷ କସ୍ତୁରୀ ମହାପାତ୍ର ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ସୁବିଧା ପାଇଁ ସ୍କୁଲ ବସ୍‌ ଗ୍ରହଣ କରିଥିବାବେଳେ ଗୋବିନ୍ଦ ଗୋଧାମ ଗୋଶାଳା ପୁରୀର ସଚିବ ତଥା ପ୍ରତିଷ୍ଠାତା ଟ୍ରଷ୍ଟି ବିଷ୍ଣୁଚରଣ ପଣ୍ଡା ପ୍ରମୁଖ ବୁଲା ଗାଈ ଏବଂ ଷଣ୍ଢ ଭଳି ପ୍ରାଣୀମାନଙ୍କୁ ପରିବହନ ତଥା ଥଇଥାନ ପାଇଁ ପିକ୍‌ଅପ୍‌ ଭ୍ୟାନ୍‌ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri