Categories: ବାଣିଜ୍ୟ

ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ଯୋଗାଇବ ଏସ୍‌ବିଆଇ

ନୂଆଦିଲ୍ଲୀ,୧୮ା୩: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡ଼ୋଶୀ ଦେଶ ଶ୍ରୀଲଙ୍କାର ଖାଦ୍ୟ ଉତ୍ପାଦ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ ଏକ ଆରବ ଡଲାର ଋଣ ସୁବିଧା ଯୋଗାଇଦେବାରୁ ଭାରତ ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହି ଆର୍ଥିକ ସୁବିଧା ଯୋଗାଇ ଦିଆଯିବ। ଉକ୍ତ ଋଣ ଚୁକ୍ତି ଉପରେ ଉଭୟ ଏସ୍‌ବିଆଇ ଏବଂ ଶ୍ରୀଲଙ୍କା ସରକାର ସ୍ବାକ୍ଷର କରିଛନ୍ତି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ୩ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ଅର୍ଥମନ୍ତ୍ରୀ ବାସିଲ୍‌ ରାଜପକ୍ଷେଙ୍କ ସହ ବୈଠକ କରି ଭାରତର ଆର୍ଥିକ ସହଯୋଗ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି।

Share