ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ ଶାଖା ଖୋଲା ରହିବ ଏବଂ ସେବା ସ୍ଵାଭାବିକ ଭାବେ ଜାରି ରହିବ। ‘ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେଶନ’ (AISBISF) ଅଧୀନରେ ଥିବା ଏସବିଆଇ କର୍ମଚାରୀ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।

ଏସବିଆଇ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, AISBISF ଦ୍ଵାରା ମେ ୨୫ ଓ ୨୬ ରେ ହେବାକୁ ଥିବା ପ୍ରସ୍ତାବିତ ଧର୍ମଘଟକୁ ବର୍ତ୍ତମାନ ପାଇଁ ଘୁଞ୍ଚାଇ ଦିଆଯାଇଛି।

ବ୍ୟାଙ୍କରେ ଆବଶ୍ୟକ ମୁତାବକ ନୂତନ କର୍ମଚାରୀ ନିଯୁକ୍ତି ସହ ବିଭିନ୍ନ ଦାବି ପୂରଣ ପାଇଁ AISBISF ପକ୍ଷରୁ ଦୁଇ ଦିନିଆ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନର ଆହ୍ଵାନ ଦିଆଯାଇଥିଲା। ତେବେ ଆଲୋଚନା ପରେ ଏହି ଧର୍ମଘଟକୁ ସ୍ଥଗିତ ରଖାଯାଇଥିବାରୁ ମାସ ଶେଷରେ ଲୋକଙ୍କ ଆର୍ଥିକ କାରବାରରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

Dharitri – Odisha’s No.1 Odia Daily

Share