Categories: ବାଣିଜ୍ୟ

୪ ଲକ୍ଷ ଏମ୍‌ଏସ୍‌ଏମ୍‌ଇଙ୍କୁ ଏସ୍‌ବିଆଇର ସହାୟତା

ନୂଆଦିଲ୍ଲୀ,୨୮।୬:  କେନ୍ଦ୍ର ସରକାର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ଘୋଷଣା କରିଥିବା ୩ ଲକ୍ଷ କୋଟି ଟଙ୍କାର ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌(ଇସିଏଲଜିଏସ୍‌)ରେ ଏସ୍‌ବିଆଇ ୪ ଲକ୍ଷ ଆକାଉଣ୍ଟରେ ଋଣ ଯୋଗାଇ ଦେଇଛି। ଲକ୍‌ଡାଉନରେ କରୋନା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କମ୍ପାନୀଗୁଡିକୁ ଏଭଳି ଜରୁରୀ ପାଣ୍ଠି ଭାବେ ପ୍ରାୟ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଅନ୍ତର୍ଜାତୀୟ ଏମ୍‌ଏସ୍‌ଏମ୍‌ଇ ଦିବସ ଅବସରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସି.ଏସ୍‌.ସେଟ୍ଟୀ ଶୁକ୍ରବାର ସୂଚନା ଦେଇଛନ୍ତି। ସେ ଭିଡିଓ କନ୍‌ଫରେନ୍ସ ଯୋଗେ ଏମ୍‌ଏସ୍‌ଏମ୍‌ଇ କଷ୍ଟମର ଏବଂ ଗ୍ରାହକଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏସ୍‌ଏସ୍‌ଏମ୍‌ଇଗୁଡିକ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଠିକ୍‌ ପ୍ରଡକ୍ଟର ଚୟନ କରିବା ନେଇ ବର୍ତ୍ତମାନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜରୁରିକାଳୀନ ପାଣ୍ଟି ଭାବେ ମଞ୍ଜୁର ହୋଇଥିବା ମୋଟ ଋଣକୁ ବ୍ୟାଙ୍କଗୁଡିକ ଅକ୍ଟୋବର ୩୧ ସୁଦ୍ଧା ବଣ୍ଟନ କରିବେ।

Share