SBIର ବଡ଼ ଘୋଷଣା, ଏଣିକି ଲୋନ୍‌ ନେଲେ…

ନୂଆଦିଲ୍ଲୀ,୧୫।୮: ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଖୁସିଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ତା’ର ଗ୍ରାହକଙ୍କୁ ୧୫ ଅଗଷ୍ଟ ୨୦୨୫ ଠାରୁ ଏକ ବିଶେଷ ଉପହାର ଦେଇଛି। ବ୍ୟାଙ୍କ ର୍ନିଦ୍ଦିଷ୍ଟ ଅବଧି ପାଇଁ Marginal Cost of Funds-Based Lending Rate (MCLR)ରେ ୫ ବେସିସ ପଏଣ୍ଟ ଅର୍ଥାତ ୦.୦୫% ପର୍ଯ୍ୟନ୍ତ ହ୍ରାସ କରିଛି। ଏହି ପଦକ୍ଷେପ ବିଶେଷ ଭାବେ ସେହି ଗ୍ରାହକଙ୍କ ପାଇଁ ଲାଭଦାୟକ, ଯାହାଙ୍କ ଋଣ MCLR ସହ ଜଡ଼ିତ।
ନିକଟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ଅଗଷ୍ଟ ୨୦୨୫ ମୌଦ୍ରିକ ନୀତି ବୈଠକରେ ରେପୋ ହାରକୁ ୬.୫%ରେ ଅପରିବର୍ତ୍ତିତ ରଖିଥିଲା। କିନ୍ତୁ SBI ଏହି ସମୟରେ ଗ୍ରାହକଙ୍କୁ ସୁଧ ହାରରେ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ହ୍ରାସ ସମସ୍ତ ଅବଧି ପାଇଁ ସମାନ ନୁହେଁ, ବରଂ ଭିନ୍ନ ଭିନ୍ନ ଟେନ୍ୟୋର ପାଇଁ ହାର ଅଲଗା ଅଲଗା।
୧ ଅଗଷ୍ଟ ୨୦୨୫ ଠାରୁ SBI ହୋମ ଲୋନ ହାରରେ ମଧ୍ୟ ସଂଶୋଧନ କରିଛି। ରେଗୁଲାର ହୋମ ଲୋନ ହାର ୭.୫୦%ରୁ ୮.୭୦%, SBI Maxgain OD ଲୋନ ୭.୭୫%ରୁ ୮.୯୫%, ଟପ-ଅପ ହୋମ ଲୋନ ୮.୨୫%ରୁ ୧୦.୭୫%। ଏହା ବ୍ୟତୀତ, EBLR ଏବଂ RLLR ହାର (ଜୁନ ୨୦୨୫ ଠାରୁ ଲାଗୁ) ହେଉଛି: EBLR ୮.୧୫% + CRP + BSP ଏବଂ RLLR ୭.୭୫% + CRP।
ପ୍ରୋସେସିଂ ଫି’
ରେଗୁଲାର ହୋମ ଲୋନ ଉପରେ ୦.୩୫% (ନ୍ୟୁନତମ ୨୦୦୦ ଟଙ୍କା + GST, ସର୍ବାଧିକ ୧୦,୦୦୦ ଟଙ୍କା + GST) ପ୍ରୋସେସିଂ ଫି’ ଲାଗୁ ହୁଏ। SBIର ଏହି MCLR ହ୍ରାସ ଯୋଗୁ EMIରେ କିଛିଟା କମି ଆସିବ, ଯାହା ମାସିକ ଖର୍ଚ୍ଚର ବୋଝକୁ କିଛି ହ୍ରାସ କରିବ। ଏହା ହୋମ ଲୋନ ନେବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ମଧ୍ୟ ଏକ ଅନୁକୂଳ ସମୟ ହୋଇପାରେ, କାରଣ ବର୍ତ୍ତମାନ ସୁଧ ହାର ସ୍ଥିର ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri