ବ୍ରତ ଚିନ୍ତାରେ ସାବିତ୍ରୀ

ଭୁବନ, ୧୦।୬(ଡି.ଏନ.ଏ.) ଭୋର୍‌ ସମୟରୁ ମନ୍ଦିର ହେବ ପୋଲିସ ଛାଉଣି। କାହାରିକୁ ପୀଠ ଭିତରକୁ ପ୍ରବେଶ କରିବାକୁ ମିଳିବନି ଅନୁମତି। ମନ୍ଦିର ପରିଚାଳନା କମିଟି କଟକଣା ଭାଙ୍ଗି ପୂଜା କରିବାକୁ ଅନୁମତି ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଶାସନର ଏଭଳି କଡ଼ା ତାଗିଦ୍‌ ପରେ ପୂଜା କେମିତି ହେବ, ପୁରାଣ କେମିତି ପଢ଼ାଯିବ ଏବଂ ବ୍ରତ କେମିତି ପାଳନ କରାଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ସାବିତ୍ରୀ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କାମଚଳାରେ ବ୍ରତ ପାଳନ କରିବାକୁ ମାନସିକସ୍ତରରେ ପ୍ରସ୍ତୁତ ହେଉଛନ୍ତି ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ବ୍ରତଧାରୀ।
ମହାମାରୀ ପାଇଁ ଫିକା ପଡୁଛି ଗୋଟିଏ ପରେ ଗୋଟିଏ ପ୍ରମୁଖ ପର୍ବପର୍ବାଣି। ଗତବର୍ଷ ଭଳି ଚଳିତ ବର୍ଷ ଓଡ଼ିଆ ଘରର ପ୍ରମୁଖ ପର୍ବ ସାବିତ୍ରୀ ଅମାବାସ୍ୟା ଉପରେ ଲାଗିଛି କରୋନା ଗ୍ରହଣ। ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ମେ ପ୍ରଥମ ସପ୍ତାହରୁ ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ବାରଣ କରାଯାଇଛି। ପୀଠରେ କେବଳ ଠାକୁରଙ୍କ ନୀତିକାନ୍ତି ହେଉଛି। ଏଭଳି ସ୍ଥିତିରେ ଗୁରୁବାର ହେଉଥିବା ସାବିତ୍ରୀ ଅମାବାସ୍ୟ ପାଳନକୁ ନେଇ ସଧବାଙ୍କ ଚିନ୍ତା ବଢ଼ିଛି। ସେମାନେ ଘରେ ପୂଜକଙ୍କୁ ଡାକି ନିରାଡମ୍ବର ଭାବେ ପୂଜା କରିବାକୁ ଯୋଜନା କରୁଛନ୍ତି।
ଅନ୍ୟପଟେ ଏବେ ବ୍ଲକରେ ସଂକ୍ରମଣ ସ୍ଥିତିରେ ସୁଧାର ଆସୁଛି। ଏଭଳି ସମୟରେ ସାମାନ୍ୟ ଅବହେଳା ପରିସ୍ଥିତି ବିଗାଡ଼ି ଦେଇପାରେ। ତେଣୁ ମନ୍ଦିରରେ କଟକଣା ଜଗିବା, ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ପ୍ରଶାସନ ସଜାଗ ହୋଇଉଠିଛି। ଏ ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର କୁହନ୍ତି, ସାବିତ୍ରୀ ପାଇଁ ବଜାର ଭିଡ଼ ହେବାର ଆଶଙ୍କା ରହିଛି। ଗହଳି ନିୟନ୍ତ୍ରଣ କରିବା ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ଲାଗି ସ୍ବତନ୍ତ୍ର ଯୋଜନା କରାଯାଇଛି। ଭୋର୍‌ ୪ଟାରୁ ଅଞ୍ଚଳର ପ୍ରମୁଖ ମଠମନ୍ଦିରଗୁଡ଼ିକ ନିକଟରେ ପୋଲିସ ମୁତୟନ କରାଯିବ। ଅମାନିଆ ହୋଇ ବ୍ୟବସାୟ କଲେ ଦୋକାନ ସିଲ୍‌ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମନକଷ୍ଟ ହେଉଛି
କରୋନା ପାଇଁ କେବଳ ଧନଜୀବନ ହାନି ହେଉନି, ଏହାର ପ୍ରଭାବରେ ସାଂସ୍କୃତିକ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ସାବିତ୍ରୀ ବ୍ରତ ପାଳନରେ ସମସ୍ୟା ଉପୁଜୁଥିବାରୁ ମନରେ କଷ୍ଟ ହେଉଛି। ସରକାରଙ୍କ ନିୟମ ମାନି ଘରେ ରହି ପୂଜାର୍ଚ୍ଚନା କରିବି।
-ଗୀତାଞ୍ଜଳି ମହାରଣା, ବ୍ରତଧାରୀ

ଘରୁ ଭାର ଆସିପାରିଲାନି
ସାବିତ୍ରୀରେ ବାପଘରୁ ଭାର ଆସେ। ଚଳିତବର୍ଷ ଗାଡ଼ିମୋଟର ଚଳାଚଳ ବନ୍ଦ ଥିବାରୁ ଭାର ଆସିପାରିଲାନାହିଁ। ଏହା ବଦଳରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଛି। ଏଭଳି ସମସ୍ୟା କେବେ ଉପୁଜି ନ ଥିଲା। ତଥାପି ଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ।
-ଗାୟତ୍ରୀ ପାତ୍ର, ବ୍ରତଧାରୀ

ବ୍ରତପାଳନ ଫିକା ପଡ଼ିବ
ସରକାରୀ ନିର୍ଦ୍ଦେଶ ପରେ ଲୁଗାଦୋକାନ, ଷ୍ଟେଶନାରି ଦୋକାନ ସବୁ ବନ୍ଦ ରହିଛି। ପୂଜା ଉପକରଣ କିଣିବାରେ ସମସ୍ୟା ହେଉଛି। ଆବଶ୍ୟକ ସାମଗ୍ରୀ ଏବଂ ଫଳ ଦର ଆକାଶ ଛୁଅଁା ହୋଇଛି। ଚଳିତ ବର୍ଷ ଘରେ ପୂଜା ହେଉଥିବାରୁ ବ୍ରତପାଳନ ଫିକାପଡ଼ିବ।
-ଏଲିନା ସାହୁ, ବ୍ରତଧାରୀ

ବୁଡ଼ିଗଲା ବର୍ଷକର ବେପାର
ସାବିତ୍ରୀ ଏବଂ ରଜ ମହୋତ୍ସବ ଓଡ଼ିଆ ଘରର ପ୍ରମୁଖ ପର୍ବ। ଲୁଗା ବ୍ୟବସାୟୀମାନେ ଏଭଳି ପ୍ରମୁଖ ପର୍ବରେ ଭଲ ବ୍ୟବସାୟ ଆଶାରେ ରହିଥାଆନ୍ତି। ସାବିତ୍ରୀ ଏବଂ ରଜ ପାଇଁ ଲକ୍ଷାଧିକ ଟଙ୍କାର ଲୁଗା କିଣି ଆଣି ରଖାଯାଇଥିଲା। ହେଲେ ଦୋକାନ ବନ୍ଦ ଥିବାରୁ ବର୍ଷକର ବେପାର ବୁଡ଼ିଗଲା।
-ଦୁର୍ଗାପ୍ରସାଦ ବଲଦଓ୍ବୋ, ଲୁଗା ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri