Posted inଫୁରସତ

ଭବିଷ୍ୟତ ପାଇଁ ସଞ୍ଚୟ

ସଞ୍ଚୟ କରିବା ଏକ ଭଲ ଗୁଣ। ଏହା ଦ୍ୱାରା ବିକାଶର ପଥ ଉନ୍ମୁକ୍ତ ହୋଇଥାଏ। ସମସ୍ତଙ୍କର ଭବିଷ୍ୟତ ସମ୍ପର୍କରେ ଚିନ୍ତା ରହିବା ଜରୁରୀ। ଏହା ଦ୍ୱାରା ବହୁ ସଙ୍କଟର ମୁକାବିଲା କରିବା ସହଜ ହୋଇପାରିଥାଏ। ଭବିଷ୍ୟତରେ ବେଳେବେଳେ ମଣିଷକୁ ସଙ୍କଟଜନକ ଆର୍ଥିକ ସ୍ଥିତିର ମୁକାବିଲା କରିବାକୁ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନଠାରୁ ସଞ୍ଚୟ କରିବା ଆବଶ୍ୟକ। ସଞ୍ଚୟ ଅର୍ଥାତ୍‌ ମିତବ୍ୟୟିତା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୩୦ ଅକ୍ଟୋବରରେ ବିଶ୍ୱସ୍ତରରେ ବିଶ୍ୱ ମିତବ୍ୟୟିତା ଦିବସ ବା ଓ୍ବାଲର୍‌ଡ ଥ୍ରିଫ୍ଟ ଡେ ପାଳନ କରାଯାଇଥାଏ। ୩୧ ଅକ୍ଟୋବର ୧୯୨୪ରେ ଇଟାଲୀର ମିଲାନରେ ଅନ୍ତର୍ଜାତୀୟ ସେଭିଂସ ବ୍ୟାଙ୍କ କଂଗ୍ରେସରେ ୱାର୍ଲଡ ସୋସାଇଟି ଅଫ୍‌ ସେଭିଂସ ବ୍ୟାଙ୍କ ଦ୍ୱାରା ବିଶ୍ୱ ମିତବ୍ୟୟିତା ଦିବସ ପ୍ରତିଷ୍ଠା କରାଯାଇଥିଲା।

ଇଟାଲୀର ପ୍ରଫେସର ଫିଲିପ୍ପୋ ରବିଜା ଅକ୍ଟୋବର ୩୦ରେ ଅନ୍ତର୍ଜାତୀୟ ମିତବ୍ୟୟିତା ଦିବସ ଘୋଷଣା କରିଥିଲେ। ପରେ ୧୯୩୪ ଅକ୍ଟୋବର ୩୦ରେ ପ୍ରଥମ ମିତବ୍ୟୟିତା ଦିବସ ପାଳିତ ହୋଇଥିଲା। ମିତବ୍ୟୟିତାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ତର୍ଜାତୀୟ ସେଭିଂସ ବ୍ୟାଙ୍କ କଂଗ୍ରେସର ପ୍ରୟାସରେ ସଞ୍ଚୟ ବ୍ୟାଙ୍କଗୁଡ଼ିକ ବିଦ୍ୟାଳୟ, ଧର୍ମସ୍ଥଳ, ସାଂସ୍କୃତିକ ସଙ୍ଗଠନ, କ୍ରୀଡ଼ା, ବୃତ୍ତିଗତ ତଥା ମହିଳା ସଙ୍ଗଠନ ସହଯୋଗରେ କାର୍ଯ୍ୟ ଆରମ୍ଭ କରିଥିଲା। ୨୯ଟି ଦେଶର ପ୍ରତିନିଧିମାନେ ବିଶ୍ୱର ଜନସାଧାରଣଙ୍କୁ ସଞ୍ଚୟ କରିବାର ଚିନ୍ତା ଏବଂ ଅର୍ଥନୀତି ତଥା ବ୍ୟକ୍ତିବିଶେଷଙ୍କ ପ୍ରାସଙ୍ଗିକତା ଉପରେ ସଚେତନ କରାଇଥିଲେ।

୩୧ ତାରିଖ ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ଭାବେ ପାଳିତ ହୋଇଥାଏ। ତେବେ ଭାରତରେ ଏହି ଦିବସ ଅକ୍ଟୋବର ୩୦ରେ ପାଳିତ ହୋଇଥାଏ। ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ମିତବ୍ୟୟୀ ହୋଇ ସଞ୍ଚୟ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ।ଆଜିକାଲି ବିଶ୍ୱ ସଞ୍ଚୟ ଦିବସ ଆୟୋଜନ କରୁଥିବା ବ୍ୟାଙ୍କଗୁଡିକର ଧ୍ୟାନ ବିକାଶଶୀଳ ଦେଶଗୁଡିକ ଉପରେ ରହିଛି, ଯେଉଁଠାରେ ଅନେକ ଲୋକ ବ୍ୟାଙ୍କ ସହ ଯୋଡ଼ି ହୋଇପାରି ନାହାନ୍ତି । ଏଭଳି ସ୍ଥଳେ ଅଧିକରୁ ଅଧିକ ଲୋକ, ବିଶେଷକରି ଅଣ-ସରକାରୀ ସଂଗଠନ ସହିତ କାର୍ଯ୍ୟ କରୁଥିବା ଲୋକଙ୍କ ସଞ୍ଚୟ ଖାତା ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ଅଭିଯାନ ଏବଂ ପଦକ୍ଷେପ ନିଆଯାଇ ଏହି ଦେଶରେ ସଞ୍ଚୟ ବୃଦ୍ଧିରେ ସଞ୍ଚୟ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଥ୍ରିଫ୍ଟ ଦିବସ ଜାରି ରହିଲା ଏବଂ ୧୯୫୫ରୁ ୧୯୭୦ ମଧ୍ୟରେ ଏହାର ଲୋକପ୍ରିୟତା ଶିଖରରେ ପହଞ୍ଚିଲା। ଏହା କେତେକ ଦେଶରେ ଏକ ପରମ୍ପରାରେ ପରିଣତ ହୋଇଥିଲା ।
ପ୍ରତିବର୍ଷ ବିଶ୍ୱ ମିତବ୍ୟୟିତା ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ଉପରେ ଗୁରୁତ୍ୱାରୋପ କରିଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ହେଉଛି ସଞ୍ଚୟ ଦ୍ୱାରା ଆସନ୍ତାକାଲି ଉପରେ ବିଜୟ ହାସଲ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ଫାଇନାଲ ପୂର୍ବରୁ ଅଚାନକ ରିଟାୟର ଘୋଷଣା କଲେ ଏହି ଖେଳାଳି, କ୍ରିକେଟ ଜଗତରେ ହଇଚଇ!

ନୂଆଦିଲ୍‌ଲୀ,୮।୩: ନ୍ୟୁଜିଲାଣ୍ଡର ଷ୍ଟାର ଫାଷ୍ଟ ବୋଲର ଲିଆ ତାହୁହୁ ODI ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ କିୱି ଦଳର ଜଣେ ସଫଳ ଫାଷ୍ଟ ବୋଲର। ୨୦୨୬ରେ…

ଇରାନ ଯୁଦ୍ଧକୁ ନେଇ ଭାରତର ବଡ଼ ନଷ୍ପତ୍ତି, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୮।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀକୁ ନେଇ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ପାରସ୍ୟ ଉପସାଗରରେ ଫସି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷା…

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର,୮।୩ ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି। ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି। ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri