Posted inଜାତୀୟ

କର୍ନାଟକ ନିର୍ବାଚନ: ୧୦ଟି ଗାଁ କରିବେ ଭୋଟ ବର୍ଜନ ନଚେତ ଦବାଇବେ ନୋଟା ବଟନ

ବେଙ୍ଗାଲୁରୁ,୨୦।୪: ଗତ ୧୦ ବର୍ଷ ହେବ ଅର୍କାବତି ନଦୀ ଘାଟିର ହ୍ରଦରେ ପ୍ରଦୂଷଣର ଗମ୍ଭିର ସମସ୍ୟାରେ ପେସି ହେଉଥିବା ଡୋଡ୍ଡାବଲ୍ଲାପୁର ବିଧାନସଭା ଅଞ୍ଚଳରେ ୧୦ରୁ ଅଧିକ ଗାଁର ଗ୍ରାମବାସୀ ସେମାନଙ୍କ ଦାବି ସ୍ପଷ୍ଟ କରି ପ୍ରାର୍ଥୀଙ୍କୁ ଚେତାବନୀ ଦେଇଛନ୍ତି। ୧୦ ମେ’ରେ ହେବାକୁ ଯାଉଥିବା କର୍ନାଟକ ବିଧାନସଭା ନିର୍ବାଚନକୁ ସେମାନେ ବର୍ଜନ କରିବେ ନଚେତ ଉପରୋକ୍ତ ମଧ୍ୟରୁ କେହି ନୁହେଁ(ନୋଟା)କୁ ବିକଳ୍ପ ଭାବେ ବାଛିନେବେ ବୋଲି କହିଛନ୍ତି। ଡୋଡ୍ଡାତୁମକୁରୁ ଓ ମଜାରା ହୋସାହଲ୍ଲି ଗ୍ରାମ ପଞ୍ଚାୟତ କେରେ ହୋରତା ସମିତି ଏ ସମ୍ପର୍କରେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ବଶେଟ୍ଟିହଲ୍ଲି ଔଦ୍ଦୋଗିକ ଅଞ୍ଚଳରେ ଇଣ୍ଡଷ୍ଟ୍ରିର ବର୍ଜ୍ୟ ଜଳ ପ୍ରବାହରେ ଡୋଡ୍ଡାବଲ୍ଲାପୁର ସହର ନଗରପାଳିକା ପରିଷଦ ଓ ମଶେଟ୍ଟିହଲ୍ଲି ନଗର ପଞ୍ଚାୟତରୁ ସିଓ୍ବେଜ ପାଣିରୁ ମଜରା ହୋସାହଲ୍ଲି ଓ ଡୋଡ୍ଡା ତୁମକୁର ହ୍ରଦ ଅତ୍ୟଧିକ ପ୍ରଦୂଶିତ ହୋଇ ସାରିଛିି। ଏହାର ସଫେଇ ଉପରେ କେହି ଧ୍ୟାନ ଦେଉ ନାହାନ୍ତି।

ସମିତିର ସଦସ୍ୟ ବସନ୍ତ କୁମାର ଟିକେ କହିଛନ୍ତି, ଆମେ ୨୦୨୨ରୁ ଆମର ଲଢେଇ ବଢାଇ ଦେଇଛୁ, ଏବେ ଆମର ବିରୋଧ ଦାବି କରି ନିର୍ବାଚନକୁ ଏକ ଅସ୍ତ୍ର କରିବାକୁ ନିଷ୍ପତ୍ତି ନେଇଛୁ। ଡୋଡ୍ଡା ତୁମକୁରା ଗାଁରେ ଆମ ସପକ୍ଷରେ ୭୦୦ରୁ ଅଧିକ ଗ୍ରାମବାସୀ ହସ୍ତାକ୍ଷର କରି ସାରିଛନ୍ତି। ଏହି ଅଭିଯାନ ଅନ୍ୟ ଗାଁରେ ବି ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri