Categories: ବାଣିଜ୍ୟ

ଜେଏସ୍‌ଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ‘ସୱାଲିଆ’ ଅଭିଯାନ

ନୂଆଦିଲ୍ଲୀ,୨୯।୩ ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ସହଯୋଗୀ କମ୍ପାନୀ ଜେଏସଡବ୍ଲ୍ୟୁ ପେଣ୍ଟ୍‌ସ ପକ୍ଷରୁ ଏକ ଭିନ୍ନ ଧରଣର ମାର୍କେଟିଂ କ୍ୟାମ୍ପେନ ବଳିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ‘ସୱାଲିଆ’କୁ ୨୦୨୨ ଆଇପିଏଲ୍‌ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ସୱାଲିଆ ହେଉଛି ପ୍ରାସଙ୍ଗିକ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ମାର୍କେଟିଂ ଅଭିଯାନ। ସାଧାରଣତଃ ସାରା ଭାରତରେ ଅନ୍ୟ ପେଣ୍ଟ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ କଲର ପାଇଁ ଅତିରିକ୍ତ ମୂଲ୍ୟ ଚାର୍ଜ କରିଥାନ୍ତି। କଲର ଯେତେ ଗାଢ଼ ହେବ ମୂଲ୍ୟ ସେତେ ଅଧିକ ହୋଇଥାଏ। ଏ ସମ୍ପର୍କରେ ଜେଏସଡବ୍ଲ୍ୟୁ ପେଣ୍ଟସର ସିଏମଓ ଅନୁରାଧା ବୋଷ କହିଛନ୍ତି, ଜେଏସଡବ୍ଲ୍ୟୁ ପେଣ୍ଟସ ଏହାର ଗ୍ରାହକମାନଙ୍କୁ ନିଜର ପ୍ରିୟ କଲରକୁ ବାଛିବାର ସ୍ବାଧୀନତା ପ୍ରଦାନ କରୁଛି ଏବଂ ଏହା ଯେକୌଣସି କଲରକୁ ଗୋଟିଏ ମୂଲ୍ୟରେ ପ୍ରଦାନ କରୁଛି। ଆମର ନୂତନ ମାର୍କେଟିଂ କ୍ୟାମ୍ପେନରେ ସୱାଲିଆ ହେଉଛି ଆଲିଆ ଭଟ୍ଟଙ୍କର ଆଉ ଏକ ରୂପ ଯିଏକି ଲୋକଙ୍କୁ ଠିକ୍‌ ପ୍ରଶ୍ନ ପଚାରିବା ପାଇଁ ପ୍ରୋତ୍ସାହିତ କରୁଛି। ଏହି ଫିଲ୍ମରେ ଦର୍ଶାଯାଇଛି ଯେ ଆଲିଆ କଣ୍ଟ୍ରାକ୍ଟରଙ୍କୁ ତାଙ୍କର ପସନ୍ଦର ଗାଢ଼ ରଙ୍ଗ ପେଣ୍ଟ କରିବାକୁ କହୁଛନ୍ତି ଓ ଅଧିକ ପ୍ରଦାନ କରିବା ପାଇଁ ରାଜି ମଧ୍ୟ ହୋଇ ଯାଉଛନ୍ତି।

Share