Categories: ବାଣିଜ୍ୟ

ରିଲାଏନ୍ସ ବୋର୍ଡରେ ରହିପାରେ ସାଉଦି ଆରାମକୋ

ନୂଆଦିଲ୍ଲୀ: ରିଲାଏନ୍ସ ବୋର୍ଡରେ ସାଉଦି ଆରାମକୋର ଅଧ୍ୟକ୍ଷ ସାମିଲ ହୋଇପାରନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ସାଉଦି ଆରାମକୋ ମଧ୍ୟରେ ୧୫ ବିଲିୟନ ଡଲାରର ମେଗାଡିଲକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ରିପୋର୍ଟ ମୁତାବକ, ସାଉଦି ଆରାମକୋ ଅଧ୍ୟକ୍ଷ ଏବଂ ସାଉଦି ଆରବ ପବ୍ଲିକ ଫଣ୍ଡର ଗଭର୍ନର ୟାସିର ଅଲ୍‌ ରୁପାୟନଙ୍କୁ ରିଲାଏନ୍ସର ବୋର୍ଡରେ ସାମିଲ କରାଯାଇପାରେ। ୨୪ ଜୁନ୍‌ରେ କମ୍ପାନୀର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଠାରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

Share