ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ

ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୯,୦୦୦ କୋଟି ଟଙ୍କା) ନିବେଶ କରିବ ଏବଂ ଏହାର ବଦଳରେ ପାକିସ୍ତାନ ସାଉଦି ଆରବରେ ୨୫,୦୦୦ ସୈନିକ ମୁତୟନ କରିବ।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନୀର ସାଉଦି ଆରବ ଗସ୍ତ କରିଥିଲେ। ଏହି ସମୟରେ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନଙ୍କ ସହ ଏହି ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିଲା।

ପାକିସ୍ତାନ ନିଜର ୪ଟି ବ୍ରିଗେଡ୍, ପାକିସ୍ତାନୀ ବାୟୁସେନାର (PAF) ୨ଟି ସ୍କ୍ୱାଡ୍ରନ୍ ଏବଂ ୨ଟି ନୌସେନା ଫ୍ଲିଟ୍ ସାଉଦି ଆରବରେ ମୁତୟନ କରିବ। ଏହି ସୈନ୍ୟମାନେ ସାଉଦି ଆରବ ଉପରେ ହେବାକୁ ଥିବା ଯେକୌଣସି ଆକ୍ରମଣରୁ ଦେଶକୁ ରକ୍ଷା କରିବେ। ପାକିସ୍ତାନ ସାଉଦିକୁ ସାମରିକ ଉପକରଣ, ଗୋଳାବାରୁଦ, ମୋର୍ଟାର, ଟ୍ୟାଙ୍କ ଏବଂ କମ୍ ଦୂରତା ମିସାଇଲ୍ ଯୋଗାଇବ। ଏହା ବଦଳରେ ସାଉଦି ଆରବ ଭିତ୍ତିଭୂମି, ଖଣି, ଶକ୍ତି ଏବଂ ନିରାପତ୍ତା କ୍ଷେତ୍ରରେ ୧୦ ବିଲିୟନ ଡଲାର ନିବେଶ କରିବ।

ତେବେ ସାଉଦିରେ ମୁତୟନ ହେବାକୁ ଥିବା ପ୍ରତ୍ୟେକ ପାକିସ୍ତାନୀ ସୈନିକ ମାସିକ ୬,୦୦୦ ସାଉଦି ରିୟାଲ୍ (ପ୍ରାୟ ୧୬୦୦ ଆମେରିକୀୟ ଡଲାର) ଦରମା ପାଇବେ। ସାଉଦି ଆରବ ଭାରତ ଓ ଆଫଗାନିସ୍ତାନ ସହିତ ପାକିସ୍ତାନର ତିକ୍ତତା କମାଇବାରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି।

ସାଉଦି ଆରବ ପାକିସ୍ତାନଠାରୁ JF-17 ଏବଂ J-10 ଯୁଦ୍ଧ ବିମାନ କିଣିବାକୁ ଆଗ୍ରହୀ ଥିବା ଏବଂ ଇସ୍ରାଏଲ୍‌କୁ ମୁକାବିଲା କରିବା ପାଇଁ ଚାଇନାଠାରୁ ସହ ପଞ୍ଚମ ପିଢ଼ିର ଫାଇଟର ଜେଟ୍ କିଣିବା ଉପରେ ଆଲୋଚନା କରୁଥିବା ସୂଚନା ମିଳିଛି।

ଉଭୟ ଦେଶର ବାୟୁସେନା ଓ ନୌସେନା ମଧ୍ୟରେ ଯୁଗ୍ମ ଅଭିଯାନ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୫ ବିଲିୟନ ଡଲାରରୁ ୧୫ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri