ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ

ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୯,୦୦୦ କୋଟି ଟଙ୍କା) ନିବେଶ କରିବ ଏବଂ ଏହାର ବଦଳରେ ପାକିସ୍ତାନ ସାଉଦି ଆରବରେ ୨୫,୦୦୦ ସୈନିକ ମୁତୟନ କରିବ।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ଏବଂ ସେନା ମୁଖ୍ୟ ଅସୀମ ମୁନୀର ସାଉଦି ଆରବ ଗସ୍ତ କରିଥିଲେ। ଏହି ସମୟରେ କ୍ରାଉନ୍ ପ୍ରିନ୍ସ ମୋହମ୍ମଦ ବିନ୍ ସଲମାନଙ୍କ ସହ ଏହି ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଥିଲା।

ପାକିସ୍ତାନ ନିଜର ୪ଟି ବ୍ରିଗେଡ୍, ପାକିସ୍ତାନୀ ବାୟୁସେନାର (PAF) ୨ଟି ସ୍କ୍ୱାଡ୍ରନ୍ ଏବଂ ୨ଟି ନୌସେନା ଫ୍ଲିଟ୍ ସାଉଦି ଆରବରେ ମୁତୟନ କରିବ। ଏହି ସୈନ୍ୟମାନେ ସାଉଦି ଆରବ ଉପରେ ହେବାକୁ ଥିବା ଯେକୌଣସି ଆକ୍ରମଣରୁ ଦେଶକୁ ରକ୍ଷା କରିବେ। ପାକିସ୍ତାନ ସାଉଦିକୁ ସାମରିକ ଉପକରଣ, ଗୋଳାବାରୁଦ, ମୋର୍ଟାର, ଟ୍ୟାଙ୍କ ଏବଂ କମ୍ ଦୂରତା ମିସାଇଲ୍ ଯୋଗାଇବ। ଏହା ବଦଳରେ ସାଉଦି ଆରବ ଭିତ୍ତିଭୂମି, ଖଣି, ଶକ୍ତି ଏବଂ ନିରାପତ୍ତା କ୍ଷେତ୍ରରେ ୧୦ ବିଲିୟନ ଡଲାର ନିବେଶ କରିବ।

ତେବେ ସାଉଦିରେ ମୁତୟନ ହେବାକୁ ଥିବା ପ୍ରତ୍ୟେକ ପାକିସ୍ତାନୀ ସୈନିକ ମାସିକ ୬,୦୦୦ ସାଉଦି ରିୟାଲ୍ (ପ୍ରାୟ ୧୬୦୦ ଆମେରିକୀୟ ଡଲାର) ଦରମା ପାଇବେ। ସାଉଦି ଆରବ ଭାରତ ଓ ଆଫଗାନିସ୍ତାନ ସହିତ ପାକିସ୍ତାନର ତିକ୍ତତା କମାଇବାରେ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି।

ସାଉଦି ଆରବ ପାକିସ୍ତାନଠାରୁ JF-17 ଏବଂ J-10 ଯୁଦ୍ଧ ବିମାନ କିଣିବାକୁ ଆଗ୍ରହୀ ଥିବା ଏବଂ ଇସ୍ରାଏଲ୍‌କୁ ମୁକାବିଲା କରିବା ପାଇଁ ଚାଇନାଠାରୁ ସହ ପଞ୍ଚମ ପିଢ଼ିର ଫାଇଟର ଜେଟ୍ କିଣିବା ଉପରେ ଆଲୋଚନା କରୁଥିବା ସୂଚନା ମିଳିଛି।

ଉଭୟ ଦେଶର ବାୟୁସେନା ଓ ନୌସେନା ମଧ୍ୟରେ ଯୁଗ୍ମ ଅଭିଯାନ ଏବଂ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଦ୍ୱିପାକ୍ଷିକ ବାଣିଜ୍ୟକୁ ବାର୍ଷିକ ୫ ବିଲିୟନ ଡଲାରରୁ ୧୫ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ମଧ୍ୟ ଯୋଜନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri