ସୌଦି ଆରବରେ ଏକାଥରେ ୮୧ ଲୋକଙ୍କୁ ଦିଆଗଲା ମୃତ୍ୟୁ ଦଣ୍ଡ!

ରିୟାଦ,୧୩ ।୩: ସୌଦି ଆରବରେ ହତ୍ୟା ଓ ଚରମପନ୍ଥି ସହ ସମ୍ପର୍କ ରଖିଥିବା ବିଭିନ୍ନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮୧ ଜଣଙ୍କୁ ସାମୁହିକ ଭାବେ ଶନିବାର ମୃତ୍ୟୁ ଦଣ୍ଡ ଦିଆଯାଇଛି । ସୌଦି ଆରବର ଆଧୁନିକ ଇତିହାସରେ ସବୁଠାରୁ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବା ଘଟଣା ଏହା ପ୍ରଥମ । ଏହା ପୂର୍ବରୁ ଜାନୁୟାରୀ ୧୯୮୦ରେ ମକ୍କାରେ ବଡ ମସଜିଦ ସମ୍ପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬୩ ଚରମପନ୍ଥିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।
ହେଲେ ସରକାର ଏହା ସ୍ପଷ୍ଟ କରି ନାହାନ୍ତି ମୃତ୍ୟୁଦଣ୍ଡ ପାଇଁ ଶନିବାରକୁ କାହିଁକି ବାଛିଛନ୍ତି । ଏହି ଘଟଣା ଏମିତି ସମୟରେ ଆସିଛି ଯେତେବେଳେ ସାରା ବିଶ୍ୱର ନଜର ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଉପରେ ରହିଛି । ତେବେ କରୋନା ମହାମାରୀ ସମୟରେ ସୌଦି ଆରବରେ ମୃତ୍ୟୁଦଣ୍ଡ ସଂଖ୍ୟା କମ୍ ଥିବା ବେଳେ ଏହା କିନ୍ତୁ ଜାରି ରହିଥିଲା ।

Share