Posted inଖେଳ

ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ଘଟାଇଲା ସୌଦୀ ଆରବ

ଲୁସେଲ (କାତାର), ୨୩।୧୧: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ଦିବସରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ସୌଦୀ ଆରବ। ଲୁସେଲ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨ ଥର ଚାମ୍ପିୟନ ତଥା ଟାଇଟଲ ଫେଭରାଇଟ ଆର୍ଜେଣ୍ଟିନାକୁ ପରାସ୍ତ କରି ବିସ୍ମୟ ସୃଷ୍ଟି କରିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଗୋଲ ବଳରେ ଆର୍ଜେଣ୍ଟିନା ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ୫ ମିନିଟ ମଧ୍ୟରେ ଦୁଇଟି ଗୋଲ କରି ସୌଦୀ ଆରବ ୨-୧ ଗୋଲରେ ବିଜୟୀ ହୋଇ ଏହାର ଫୁଟବଲ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ସଫଳତା ପାଇଛି। ଅନ୍ୟପକ୍ଷରେ ଆର୍ଜେଣ୍ଟିନାର କ୍ରମାଗତ ୩୬ ମ୍ୟାଚ ବିଜୟରେ ବ୍ରେକ୍‌ ଲାଗିଛି।
ଗ୍ରୁପ୍‌ ‘ସି’ର ଏହି ମ୍ୟାଚରେ ମେସିଙ୍କ ମାଧ୍ୟମରେ ଆର୍ଜେଣ୍ଟିନା ଆରମ୍ଭରୁ ଆକ୍ରମଣ ଆରମ୍ଭ କରିଥିଲା। ୭ମ ମିନିଟରେ ସୌଦୀ ଆରବର କନ୍ନୋ ଫାଉଲ କରିଥିଲେ। ଏହା ରେଫରିଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇଥିଲେ ହେଁ ଆର୍ଜେଣ୍ଟିନାର ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ସହାୟତା ନେଇ ସଫଳ ହୋଇଥିଲା। ସୌଦୀ ଆରବକୁ ଦଣ୍ଡ ସ୍ବରୂପ ଆର୍ଜେଣ୍ଟିନାକୁ ପେନାଲ୍ଟି ଶୁଟ୍‌ଆଉଟ ସୁଯୋଗ ଦିଆଯାଇଥିଲା। ମେସି ଏହାକୁ ଗୋଲରେ ପରିଣତ କରି ୧୦ମ ମିନିଟରେ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ୨୭ତମ ମିନିଟରେ ଆର୍ଜେଣ୍ଟିନାର ଲୌଟାରୋ ମାର୍ଟିନେଜ ଆଉ ଏକ ଗୋଲ ଦେଇଥିଲେ। ମାତ୍ର ସୌଦୀ ଆରବ ‘ଭାର୍‌’ର ସହାୟତା ନେଇଥିଲା। ଫରଓ୍ବାର୍ଡ ଲାଇନ୍‌ର ଜଣେ ଖେଳାଳି ଅଫ୍‌ସାଇଡ୍‌ରେ ଥିବାରୁ ଗୋଲଟି ନାକଚ ହୋଇ ଯାଇଥିଲା। ଉଭୟ ଦଳର ଡଜନେରୁ ଊର୍ଦ୍ଧ୍ୱ ଅଫ୍‌ସାଇଡ୍‌ ଓ ଫାଉଲ ମଧ୍ୟରେ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆର୍ଜେଣ୍ଟିନା ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧ ସମ୍ପୂର୍ଣ୍ଣ ଭାବରେ ସୌଦୀ ଆରବ କବ୍‌ଜାରେ ଥିଲା। ଖେଳ ଆରମ୍ଭର ୩ ମିନିଟ ମଧ୍ୟରେ ଅର୍ଥାତ୍‌ ୪୮ତମ ମିନିଟରେ ସାଲେ ଅଲ୍‌ଶେରୀ ଗୋଲ ପରିଶୋଧ କରି ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଏହାପରେ ଅତି ଉତ୍ସାହୀ ଖେଳ ପ୍ରଦର୍ଶନ କରିଥିଲା ସୌଦୀ ଆରବ। ୫୩ତମ ମିନିଟରେ ସଲିମ ଅଲ୍‌ଦାଓ୍ବସାରି ଏକ ଗୋଲ ଦେଇ ଦଳକୁ ବହୁମୂଲ୍ୟ ଅଗ୍ରଣୀ କରାଇଥିଲେ। ଗୋଲ ପରିଶୋଧ ପାଇଁ ଆର୍ଜେଣ୍ଟିନା ଜୋରଦାର ପ୍ରୟାସ କରିଥିବାବେଳେ ଏହାର ଖେଳାଳିଙ୍କୁ ରୋକିବା ଉଦ୍ୟମରେ ବହୁ ଫାଉଲ୍‌ କରିଥିଲେ ସୌଦୀ ଖେଳାଳି। ବିପଜ୍ଜନକ ପ୍ରଦର୍ଶନ ପାଇଁ ଏହି ଦଳର ଅବଦୁଲା ଅଲ୍‌ମାଲ୍‌କିଙ୍କୁ ୬୭ତମ ମିନିଟରେ ରେଫରି ୟେଲୋ କାର୍ଡ ଦେଖାଇଥିଲେ। ୭୫ତମ ମିନିଟରେ ଅଲୀ ଅଲ୍‌ବୁଲାହି, ୭୯ତମ ମିନିଟରେ ସଲିମ ଅଲ୍‌ଦାଓ୍ବସାରି, ୮୨ତମ ମିନିଟରେ ସାଉଦ୍‌ ଅବଦୁଲାମିଦ, ୮୮ତମ ମିନିଟରେ ଅଲ୍‌-ଆବେଦ ଓ ୯୦+୨ ମିନିଟରେ ଅଲଓ୍ବାଇସ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁଥ, ୫ମ ଓ ୬ଷ୍ଠ ଖେଳାଳିଭାବେ ୟେଲୋ କାର୍ଡ ପାଇଥିଲେ। ରେଫରିଙ୍କ ଶେଷ ହ୍ବିସିଲ ବାଜିବା କ୍ଷଣି ସୌଦୀ ଖେଳାଳିଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା। ଅନ୍ୟପକ୍ଷରେ ମେସିଙ୍କ ସମେତ ଆର୍ଜେଣ୍ଟିନାର ଅନ୍ୟ ଖେଳାଳିମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ୨୦୦୬ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ସର୍ବକନିଷ୍ଠ ଖେଳାଳି ଭାେବେ ୧୮ ବର୍ଷ ୩୫୭ ଦିନର ହୋଇଥିବାବେଳେ ଗୋଲ ଦେଇଥିଲେ ମେସି। ଏଠାରେ ଦ୍ୱିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ସେ ୩୫ ବର୍ଷ ୧୫୧ ଦିନରେ ଗୋଲ ଦେଇଛନ୍ତି। ଆର୍ଜେଣ୍ଟିନାର ବୟୋଜ୍ୟେଷ୍ଠ ଗୋଲ ସ୍କୋରର ରେକର୍ଡ ମାର୍ଟିନ ପାଲେର୍ମୋଙ୍କ ନାମରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri