ନକଲି ସସ୍‌ ଫ୍ୟାକ୍ଟ୍ରିରେ ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ

କଟକ ଅଫିସ,୨୬ା୯: କଟକସ୍ଥିତ ଜଗତପୁର ଆଇବି ରୋଡ୍‌ରେ ଏକ ନକଲି ସସ୍‌ ଫ୍ୟାକ୍ଟ୍ରିରେ ଶନିବାର ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ବିପୁଳ ପରିମାଣର ନକଲି ସସ୍‌ ଏବଂ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ବିନା ଟ୍ରେଡ୍‌ ଲାଇସେନ୍ସରେ ଏହି ଫ୍ୟାକ୍ଟ୍ରି ଚାଲୁଥିବା ଚଢ଼ାଉ ସମୟରେ ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ଏକ ମାନୁଫ୍ୟାକ୍ଚରିଂ କମ୍ପାନୀର ଷ୍ଟିକର ଜବତ ହୋଇଛି। ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।