ସୌଭାଗ୍ୟଲକ୍ଷ୍ମୀ ‘ଶ୍ରେଷ୍ଠ ଓଡ଼ିଆଣୀ’

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସମ୍ଭାବନା ପକ୍ଷରୁ ଗୁରୁବାର ସୂଚନା ଭବନଠାରେ ଶ୍ରେଷ୍ଠ ଓଡ଼ିଆଣୀ ଉତ୍ସବ ଏବଂ ଓଡ଼ିଆ ସ୍ବାଭିମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୧୨ଟି ପର୍ଯ୍ୟାୟରେ ପ୍ରତିଯୋଗିତା ପରେ ଚଳିତବର୍ଷର ‘ଶ୍ରେଷ୍ଠ ଓଡ଼ିଆଣୀ’ ହୋଇଛନ୍ତି ସୌଭାଗ୍ୟଲକ୍ଷ୍ମୀ ମହାନ୍ତି। ସେହିପରି ଜ୍ୟୋତ୍ସ୍ନାରାଣୀ ପାତ୍ର ‘ସହ ଶ୍ରେଷ୍ଠ ଓଡ଼ିଆଣୀ’ ହେବାର ଗୌରବ ଅର୍ଜନ କରିଛନ୍ତି। ରୁପା ତାରକସିର କୋଣାର୍କ ଚକ୍ର ଓ ଖଣ୍ଡୁଆ ଶାଢି ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଏମ୍‌ପି ସ୍ବର୍ଗତ ନରେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଠିତ ନରେନ୍ଦ୍ର ପ୍ରଧାନ ଫାଉଣ୍ଡେଶନ ପକ୍ଷରୁ ତାଙ୍କ ପୁତ୍ର ପିଙ୍କୀଶ୍‌ ପ୍ରଧାନଙ୍କ ଉପସ୍ଥିତିରେ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ୨୫ହଜାର ଟଙ୍କା ଓ ସହ ଶ୍ରେଷ୍ଠ ଓଡ଼ିଆଣୀଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସାହତି୍ୟକ ଦାଶ ବେନହୁର, ଚାର୍ଟାର୍ଡ ଆକାଉଣ୍ଟଣ୍ଟ୍‌ ରାଜୀବ ଶେଖର ସାହୁ, ଦିନଲିପିର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ, କସ୍ତୁରିକା ପଟ୍ଟନାୟକ ଓ ୨୦୨୨ର ଶ୍ରେଷ୍ଠ ଓଡିଆଣୀ ବେବିରାଣୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବାଭିମାନ ଦିବସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ପରିଚାଳନା ଟ୍ରଷ୍ଟି ତଥା ସମ୍ପାଦକ ଦେବ ପ୍ରସାଦ ପରିଜା କହିଲେ, ଓଡ଼ିଶାର ଭୂଗୋଳକୁ ରାଜନୈତିକ ମାନଚିତ୍ରରେ ପରିଣତ କରି ପ୍ରଥମ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ରୂପକାର ଓଡ଼ିଆ ଜାତିର ଅସ୍ମିତା ଓ ପରିଚୟର ପୁନଃସ୍ଥାପକ ହେଉଛନ୍ତି ମଧୁବାବୁ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରତିଯୋଗିତାରେ ପ୍ରଥମ ଶ୍ରେଷ୍ଠ ୧୦ ସ୍ଥାନ ଅଧିକାର କରିଥିବା ଓଡ଼ିଆଣୀ ଭାବେ ମାନସୀ ରାଉତରାୟ, ଜ୍ୟୋତ୍ସ୍ନାମୟୀ ସେନାପତି, ସୌଦାମିନୀ ମହାନ୍ତି, ବିଦ୍ୟାଶ୍ରୀ ଦାଶ, ମୋନାଲିସା ଓଝା, ସୁଜାତା ପାତ୍ର, ମଧୁସ୍ମିତା ପଟ୍ଟନାୟକ, ସୁଭଦ୍ରା କୁମାରୀ ସୁବୁଦ୍ଧି ପ୍ରମୁଖଙ୍କ ନାମ ଘୋଷଣା କରିଥିଲେ। ଝୋଟି, ପିଠା, ଶଙ୍ଖଫୁଙ୍କା, ଢଗ ଢମାଳି, ପାରମ୍ପରିକ ସଙ୍ଗୀତ, ପାନଭଙ୍ଗା, ପୁରାଣ ଆବୃତ୍ତି, ମୁରୁଜ, ହୁଳହୁଳି, ଓଡ଼ିଆ ଭାଷାଜ୍ଞାନ, ଦଳଗତ ଆଲୋଚନା ଏବଂ ଓଡ଼ିଆଣୀ ବେଶଭୂଷା ଆଦି ପ୍ରତିଯୋଗିତାରେ ପ୍ରଥମ ୩ ସ୍ଥାନରେ ଥିବା ୨୯ଜଣ କୃତୀ ଓଡ଼ିଆଣୀଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟି ସ୍ମୃତିି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri