Posted inଜାତୀୟ

ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକଙ୍କ ମନ୍ତବ୍ୟ: ଭାଜପାକୁ ଘେରିଲା କଂଗ୍ରେସ:…

ନୂଆଦିଲ୍ଲୀ,୧୫।୪ : ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକ ତାଙ୍କର ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦ ୱାୟାରର ବରିଷ୍ଠ ଖବରଦାତା କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା ଆକ୍ରମଣ ସମୟରେ ସିଆରପିଏଫ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ବିମାନ ମାଗିଥିଲା ଯାହା ଦିଆଯାଇ ନ ଥିଲା। ସେ କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ କହିଥିଲି ଯେ ଆମର ଭୁଲ ଯୋଗୁ ଏହା ଘଟିଛି, ସେ କହିଥିଲେ ତୁମେ ଚୁପ ରୁହ।

 

ସିଆରପିଏଫ ସେମାନଙ୍କ କର୍ମଚାରୀଙ୍କୁ ପରିବହନ ପାଇଁ ବିମାନ ମାଗିଥିଲା, କାରଣ ଏତେ ବଡ କନଭେନ କେବେ ରାସ୍ତାରେ ଯାଏ ନାହିଁ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଚାରିବାରୁ ସେମାନେ ମନା କରିଦେଇଥିଲେ। କେବଳ ପାଞ୍ଚଟି ବିମାନର ଆବଶ୍ୟକତା ଥିଲା। ସେମାନଙ୍କୁ ବିମାନ ଦିଆଯାଇ ନ ଥିଲା।

ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆମର ଭୁଲ ଯୋଗୁଁ ଏହା ଘଟିଥିଲା। ଯଦି ଆମେ ବିମାନ ଦେଇଥାନ୍ତେ, ତେବେ ଏହା ହୋଇ ନ ଥାନ୍ତା, ତେଣୁ ପ୍ରଧାନମନ୍ତ୍ରୀ ମୋତେ ଚୁପ ରହିବାକୁ କହିଥିଲେ।

 

ସାକ୍ଷାତକାର ସମୟରେ ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ନିରାପଦରେ କହିପାରେ ପ୍ରଧାନମନ୍ତ୍ରୀ ଦୁର୍ନୀତିକୁ ଘୃଣା କରନ୍ତି ନାହିଁ। ସାରା ଦୁନିଆ ମୋଦିଙ୍କ ପ୍ରତି ରଖିଥିବା ମନୋଭାବ ଅବା ମତାମତଠାରୁ ମୋର ଅଭିଜ୍ଞତା ଭିନ୍ନ। ଯେତେବେଳେ ବି ମୁଁ ତାଙ୍କୁ ଭେଟିଥିଲି, ସେ ଜଣେ ବିଭିନ୍ନ ସୂଚନା ରଖିଥିବା ବ୍ୟକ୍ତି ନ ଥିଲେ। ତାଙ୍କ ପାଖରେ କୌଣସି ସୂଚନା ନାହିଁ। ନିଜ କଥା ନେଇ ସେ ବ୍ୟସ୍ତ। ଯାହା ବାହାରେ ଘଟୁଛି ସେଥିପ୍ରତି ତାଙ୍କ କିଛି ଯାଏ ଆସେ ନାହିଁ।

ସତ୍ୟପାଲ ମଲିକଙ୍କ ବିବୃତ୍ତି ଆଧାରରେ କଂଗ୍ରେସ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି , ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ସାକ୍ଷାତକାରରେ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ କଥାକୁ ଘୋଡାଇବା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି, କିନ୍ତୁ ସତ୍ୟକୁ ଘୋଡାଇ ହେବ ନାହିଁ। ଜାତୀୟ ସୁରକ୍ଷା ସହ ଜଡିତ ଏଗୁଡ଼ିକ ଅତ୍ୟନ୍ତ ଗମ୍ଭୀର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।

 

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି,ସତ୍ୟପାଲ ମଲିକ ଯାହା କହିଛନ୍ତି ତାହା ସମଗ୍ର ଦେଶକୁ ଆଶଙ୍କାରେ ପକାଇଛି। ସତ୍ୟପାଲ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତ। ଯେତେବେଳେ ପୁଲୱାମା ଆକ୍ରମଣ ହୋଇଥିଲା ସେତେବେଳେ ସେ ଜାମ୍ମୁ-କଶ୍ମୀରର ରାଜ୍ୟପାଳ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ କହିଥିଲେ।
କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, ଆଜି ସତ୍ୟପାଲ ମଲିକ ଜଣେ ପିଏସଓ ସହିତ ଏକ ଭଡା ଘରେ ରହୁଛନ୍ତି। କିନ୍ତୁ ସମାଜରେ ଜହର ବାଣ୍ଟୁଥିବା ଟିଭି ଆଙ୍କର୍‌, ଚାଟୁକାର ଫିଲ୍ମ ନିର୍ଦ୍ଦେଶକ-ଅଭିନେତାମାନଙ୍କୁ ଦେଉଥିବା ଏକ୍ସ,ଓ୍ବାଇ, ଜେଡ ଗ୍ରେଡ ସୁରକ୍ଷା ସରକାର ଦେଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ସକରାର ସତ୍ୟପାଲଙ୍କ ସୁରକ୍ଷାକୁ କାହିଁକି ବିପଦରେ ପକାଇଛନ୍ତି?

 


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri